ETV Bharat / state

ବିଜେଡି ହାତରେ ନାହିଁ ମହିଳା ଭୋଟବ୍ୟାଙ୍କ, ରାଜ୍ୟରେ ସରକାର ଗଢ଼ିବ ବିଜେପି: ମନମୋହନ ସାମଲ - 2024ରେ କ୍ଷମତାକୁ ଆସିବ ବିଜେପି

ଓଡ଼ିଶାରୁ ଶଙ୍ଖ ହଟାଇ ପଦ୍ମ ଫୁଟାଇବାକୁ ପ୍ରୟାସ ଆରମ୍ଭ କଲାଣି ବିଜେପି । ଏହାରି ମଧ୍ୟରେ ବିଧାନସଭା ନିର୍ବାଚନରେ ତିନି ରାଜ୍ୟର ବିଜେପି କ୍ଷମତାକୁ ଆସିଥିବା ବେଳେ ଓଡିଶାରେ ଦଳର ମନୋବଳ ଆହୁରି ଦୃଢ଼ ହୋଇଛି । କେନ୍ଦ୍ର ସରକାରଙ୍କ ଯୋଜନାକୁ ବିଜେଡ଼ି ମହିଳାମାନଙ୍କ ଆଗରେ ଅଲଗା ଚିତ୍ରଣ କରୁଥିଲା । ଏବେ ମହିଳାମାନେ ଏନେଇ ସଚେତନ ହେଲେଣି । ଅଧିକ ପଢ଼ନ୍ତୁ

ମନମୋହନ ସାମଲ
ମନମୋହନ ସାମଲ
author img

By ETV Bharat Odisha Team

Published : Dec 5, 2023, 8:33 PM IST

ମନମୋହନ ସାମଲ

ଭୁବନେଶ୍ବର: ସାଧାରଣ ନିର୍ବାଚନ 2024କୁ ନେଇ ସରଗରମ ହେଲାଣି ରାଜନୀତି । ଓଡ଼ିଶାରୁ ଶଙ୍ଖ ହଟାଇ ପଦ୍ମ ଫୁଟାଇବାକୁ ପ୍ରୟାସ ଆରମ୍ଭ କଲାଣି ବିଜେପି । ଏହାରି ମଧ୍ୟରେ ବିଧାନସଭା ନିର୍ବାଚନରେ ତିନି ରାଜ୍ୟର ବିଜେପି କ୍ଷମତାକୁ ଆସିଥିବା ବେଳେ ଓଡିଶାରେ ଦଳର ମନୋବଳ ଆହୁରି ଦୃଢ଼ ହୋଇଛି । ତେବେ ଓଡିଶାରେ ମଧ୍ୟ ସରକାର ଗଢ଼ିବାକୁ ବିଜେପି ତୟାର ହେଉଥିବା ବେଳେ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ତେବେ ମନମୋହନ କହିଛନ୍ତି, "ଓଡ଼ିଶାରେ ପ୍ରବଳ ମାତ୍ରାରେ ସରକାର ବିରୋଧୀ ହାୱା ଅଛି । ଜନ ଆକ୍ରୋଶର ବିସ୍ଫୋରଣ ହେବ । ବିଜେପି ଲୋକଙ୍କ ଆତ୍ମ ବିଶ୍ୱାସକୁ ଆହୁରି ଦୃଢ଼ କରିବ । ମହିଳାମାନଙ୍କ ମନରେ ପରିବର୍ତ୍ତନ ଆସିଲାଣି । ବିଜେଡ଼ି ବହୁତ ଦିନ ଧରି ମହିଳାମାନଙ୍କୁ ଭୁଲ ତଥ୍ୟ ଦେଉଥିଲା । କେନ୍ଦ୍ର ସରକାରଙ୍କ ଯୋଜନାକୁ ବିଜେଡ଼ି ମହିଳାମାନଙ୍କ ଆଗରେ ଅଲଗା ଚିତ୍ରଣ କରୁଥିଲେ । ହେଲେ ଏବେ ସମସ୍ତେ ସଚେତନ ହେଲେଣି । କେନ୍ଦ୍ରରୁ ମହିଳାଙ୍କ ବିକାଶ ପାଇଁ ଆସୁଥିବା ହଜାର ହଜାର କୋଟି ଟଙ୍କା ଶୋଷଣ କରୁଛି ବିଜେଡ଼ି ସରକାର । ସେମାନଙ୍କ ଅର୍ଥକୁ ରାକେଟ ମାଧ୍ୟମରେ ଆତ୍ମସାତ କରାଯାଉଥିବା ମହିଳାମାନେ ବୁଝି ସାରିଲେଣି । ତେଣୁ ଆଉ ବିଜେଡ଼ି ସହ ନାହାଁନ୍ତି ମହିଳା । ଆଉ ମହିଳା ଭୋଟ ବ୍ୟାଙ୍କ ବିଜେଡ଼ି ସପକ୍ଷରେ ନାହିଁ । 3 ମାସ ନୁହେଁ 3 ଦିନରେ ବି ପରିବର୍ତ୍ତନ ସମ୍ଭବ । ଓଡ଼ିଶାରେ ମୋଦିଙ୍କ ପ୍ରତି ଲୋକଙ୍କର ସମର୍ଥନ ଅଛି । ମୋଦି ଲୋକଙ୍କ ବିଶ୍ୱାସର କେନ୍ଦ୍ର ବିନ୍ଦୁ ।"

ମନମୋହନ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ଲୋକମାନେ ବିକାଶରେ ସାମିଲ ହୋଇନହାନ୍ତି, ସେମାନଙ୍କ ପାଇଁ ସୁଯୋଗ ଅଛି । ସେଥିରେ କେନ୍ଦ୍ରୀୟ ଯୋଜନାର ବହି, କ୍ୟାଲେଣ୍ଡର ସେ ସବୁ ରହୁଛି । ଲୋକେ ସେ ବିଷୟରେ ଜାଣନ୍ତୁ । ବିକାଶର ସାଥିରେ ରୁହନ୍ତୁ । ବିକଶିତ ଭାରତର ଗାଡି ପଞ୍ଚାୟତରୁ ପଞ୍ଚାୟତ ବୁଲୁଛି । ସେହିପରି ଗତକାଲି ବିଜେପି ସଭାପତି କହିଥିଲେ, ଅନ୍ୟ ରାଜ୍ୟର ଫଳାଫଳ ଦେଖି ଓଡିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ । ଜନ ସାଧାରଣଙ୍କ ଆଶୀର୍ବାଦ ବିଜେପି ଉପରେ ଅଛି । ଏଥର ସରକାର ଗଢ଼ିବ ବିଜେପି । ଲଢେଇ ଜୋରଦାର ହେବ। ଆଟାକିଙ୍ଗ ମୁଡରେ ଲଢ଼ି ସିଟ ହାତେଇବ ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ.....କେନ୍ଦ୍ରାପଡ଼ାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ରାଜ୍ୟ ସଭାପତି, ୨୦୨୪ରେ ଡବଲ ଇଞ୍ଜିନ ସରକାର ଗଠନ ଦୃଢୋକ୍ତି

ସୂଚନାଯୋଗ୍ୟ ଯେ, ତିନି ରାଜ୍ୟରେ ବିଜେପିର ବିଜୟ ପରେ ଓଡିଶା ବିଜେପି ଏବେ ତତ୍ପର ହୋଇଉଠିଛି । କାରଣ ବଡ଼ ବଡ଼ ନେତୃତ୍ୱମାନେ ଲଗାତାର ରାଜ୍ୟ କାର୍ଯ୍ୟାଳୟ ଆସୁଛନ୍ତି । ଘନଘନ ବୈଠକ ବସୁଛି । 2024 ନିର୍ବାଚନ ପାଇଁ ପୁରା ମାଷ୍ଟର ପ୍ଲାନ କରୁଛି ବିଜେପି । ରାଜ୍ୟ ସଭାପତିଙ୍କ ନେତୃତ୍ଵରେ କର୍ମୀମାନେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସେହିପରି କର୍ମୀମାନେ ବୁଥ ସ୍ତରକୁ ଯାଇ ଲୋକମାନଙ୍କୁ ଭେଟୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଉଛନ୍ତି । ରାଜ୍ଯରେ ମହିଳା ଭୋଟକୁ ହାତେଇବା ପାଇଁ ବିଜେପି ପୁରା ଦମରେ ଲାଗିପଡ଼ିଛି । ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.