ETV Bharat / state

Jharsuguda By Poll: ନିର୍ବାଚନ ପରିଚାଳନା କମିଟି ଘୋଷଣା କଲେ ବିଜେପି ସଭାପତି, ଜୁଏଲ ଏବଂ ସୁରେଶଙ୍କୁ ଗୁରୁ ଦାୟିତ୍ବ - ଝାରସୁଗୁଡ଼ା ଉପନିର୍ବାଚନ

ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ସୁପରିଚାଳନା ଓ ସୁପ୍ରଚାର ପାଇଁ ଦୁଇଟି ନିର୍ବାଚନ ପରିଚାଳନା କମିଟି ଘୋଷଣା କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସାଂସଦ ଜୁଏଲ ଓରାମ ଏବଂ ସୁରେଶ ପୂଜାରୀଙ୍କ ଅଧ୍ଯକ୍ଷତାରେ ମୈଦାନକୁ ଓହ୍ଲାଇବ ଗେରୁଆ ଦଳ । ଅଧିକ ପଢ଼ନ୍ତୁ

ଜୁଏଲ ଏବଂ ସୁରେଶଙ୍କୁ ଗୁରୁ ଦାୟିତ୍ବ
ଜୁଏଲ ଏବଂ ସୁରେଶଙ୍କୁ ଗୁରୁ ଦାୟିତ୍ବ
author img

By

Published : Apr 16, 2023, 10:51 PM IST

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ପ୍ରମୁଖ ରାଜନୈତିକ ଦଳ । ବିଜେଡି ବିଭିନ୍ନ ପଞ୍ଚାୟତ ତଥା ୱାର୍ଡରେ ଦଳର ବରିଷ୍ଠ ନେତା ଓ ବିଧାୟକ ମାନଙ୍କୁ ଜଗାଇବା ପରେ କଂଗ୍ରେସ ଓ ବିଜେପି ଏନେଇ ପ୍ରସ୍ତୁତ ହେଉଛନ୍ତି । ତେବେ ଉପନିର୍ବାଚନ ସୁପରିଚାଳନା ଓ ସୁପ୍ରଚାର ପାଇଁ ରବିବାର ଦୁଇଟି କମିଟି ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସାଂସଦ ଜୁଏଲ ଓରାମ ଏବଂ ସୁରେଶ ପୂଜାରୀଙ୍କୁ ମିଳିଛି ଗୁରୁ ଦାୟିତ୍ବ । ଉଭୟ ସାଂସଦଙ୍କ ଅଧ୍ଯକ୍ଷତାରେ ଦୁଇଟି ନିର୍ବାଚନ ପରିଚାଳନା କମିଟି ଘୋଷଣା କରି ଦଳକୁ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଦେଇଛନ୍ତି ଗୁରୁମନ୍ତ୍ର ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଠନ କରିଥିବା ଏହି ଦୁଇ କମିଟି ମଧ୍ୟରୁ ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ୮ ଜଣ ସଦସ୍ୟ ରହିଛନ୍ତି । ସେହିଭଳି ବରଗଡ଼ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ ୧୪ ଜଣ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି ରାଜ୍ୟ ସଭାପତି । ବିଜେପି ପ୍ରାର୍ଥୀ ଭାବେ ଯୁବନେତା ତଥା ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ । ଏନେଇ ନିର୍ବାଚନର ସୁପରିଚାଳନା ଓ ସୁପ୍ରଚାର ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଦୁଇ କମିଟିର ନାମ ଘୋଷଣା କରିଛନ୍ତି । ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ ଏବଂ ଗୋଲକ ପ୍ରସାଦ ମହାପାତ୍ର ସଦସ୍ୟ ରହିଛନ୍ତି ।

ସେହିଭଳି ବରଗଡ଼ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବଲାଙ୍ଗୀର ସାଂସଦ ତଥା ରାଜ୍ୟ ଉପସଭାପତି ସଙ୍ଗୀତା ସିଂହଦେଓ, ନୀତେଶ ଗଙ୍ଗଦେବ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଶଙ୍କର ଓରାମ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ, ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବିଧାୟକ ତଥା ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ଡ. ମୁକେଶ ମହାଲିଙ୍ଗ ଏବଂ ବରିଷ୍ଠ ନେତା ରଞ୍ଜନ କୁମାର ପଟେଲ ସଦସ୍ୟ ରହିଛନ୍ତି । ତେବେ ଉଭୟ କମିଟିରେ ଦଳର ହେଭିୱେଟ ନେତା ରହିଥିବାରୁ ସେମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦଳ କିଭଳି ଏହି ଉପନିର୍ବାଚନ ପାର ହେଉଛି, ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.