ETV Bharat / state

Naba Das Murder Case:କୋର୍ଟ ମନିଟର୍ଡ କହି ଭୂଆଁ ବୁଲାଉଛନ୍ତି ସରକାର : ପୀତାମ୍ବର ଆଚାର୍ଯ୍ୟ - ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

ପିତାମ୍ବର କହିଛନ୍ତି ଯେ, ଶାସକ ଦଳ ବିଜେଡି ପୂର୍ବରୁ ଏହି ତଦନ୍ତକୁ କୋର୍ଟ ମନିଟର୍ଡ ତଦନ୍ତ ବୋଲି ପ୍ରଚାର କରୁଥିଲା । ହାଇକୋର୍ଟଙ୍କର ଏନେଇ କୌଣସି ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ପାଖରେ ଅଛି କି ବୋଲି ବିଜେପି ପକ୍ଷରୁ ପ୍ରଶ୍ନ ପଚରାଯାଇଥିଲା । ୧୫ ଦିନ ବିତିଥିଲେ ବି ଉତ୍ତର ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ । ସେ ସମ୍ପର୍କରେ ଚିଠି ସରକାର ସର୍ବସମ୍ମୁଖରେ ପ୍ରକାଶ କଲେ ନାହିଁ । ଅଧିକ ପଢନ୍ତୁ

କୋର୍ଟ ମନିଟର୍ଡ କହି ଭୂଆଁ ବୁଲାଉଛନ୍ତି ସରକାର : ପୀତାମ୍ବର ଆଚାର୍ଯ୍ୟ

author img

By

Published : Feb 22, 2023, 9:12 PM IST

କୋର୍ଟ ମନିଟର୍ଡ କହି ଭୂଆଁ ବୁଲାଉଛନ୍ତି ସରକାର : ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ବର: ସ୍ବର୍ଗତ ରାଜନେତା ନବ ଦାସଙ୍କ ହତ୍ୟାକୁ 24 ଦିନ ବିତିଛି । ଏହି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ କିଏ ତାହା ଆଜି ପର୍ଯ୍ୟନ୍ତ ଜଣାପଡିଲା ନାହିଁ । କ୍ରାଇମବ୍ରାଞ୍ଚର ସମ୍ପୂର୍ଣ୍ଣ ଦିଗହରା ହୋଇଛି । ଓଡିଶା ସରକାରଙ୍କର ନିଜସ୍ଵ ତଦନ୍ତ ବ୍ୟବସ୍ଥା ଉପରେ ବିଶ୍ୱାସ ନଥିବାରୁ ଗୁଜରାଟ, ଭାରତ ସରକାର ଓ ଏଫବିଆଇ ଉପରେ ଭରସା କରୁଛନ୍ତି । ଏହା କହିଛନ୍ତି ବିଜେପିର ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । ଯଦି ରାଜ୍ୟ ସରକାରଙ୍କର ନିଜ ଏଜେନ୍ସି ଉପରେ ଭରସା ନାହିଁ ତାହାଲେ ପୂରା ତଦନ୍ତ ସିବିଆଇକୁ କାହିଁକି ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାବି ପଢନ୍ତୁ- Odisha Assembly: ଅଟଳ ବିରୋଧୀ, ଅଚଳ ବିଧାନସଭା

ପିତାମ୍ବର କହିଛନ୍ତି ଯେ, ଶାସକ ଦଳ ବିଜେଡି ପୂର୍ବରୁ ଏହି ତଦନ୍ତକୁ କୋର୍ଟ ମନିଟର୍ଡ ତଦନ୍ତ ବୋଲି ପ୍ରଚାର କରୁଥିଲା । ହାଇକୋର୍ଟଙ୍କର ଏନେଇ କୌଣସି ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ପାଖରେ ଅଛି କି ବୋଲି ବିଜେପି ପକ୍ଷରୁ ପ୍ରଶ୍ନ ପଚରାଯାଇଥିଲା । ୧୫ ଦିନ ବିତିଥିଲେ ବି ଉତ୍ତର ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ । ସେ ସମ୍ପର୍କରେ ଚିଠି ସରକାର ସର୍ବସମ୍ମୁଖରେ ପ୍ରକାଶ କଲେ ନାହିଁ । ହାଇକୋର୍ଟ ଏଭଳି କିଛି ଅର୍ଡର ପାସ କରିନାହାନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ହାଇକୋର୍ଟ ଓଡ଼ିଶା ସରକାରଙ୍କ ଆଇନଗତ ପରାମର୍ଶଦାତା ନୁହନ୍ତି । ଓଡ଼ିଶା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ପୋଲିସ ଅଧିକାରୀ ସର୍ଭିସ ରିଭଲବଲରୁ ଗୁଳି କରି ହତ୍ୟା କଲା । ନବ ଦାସଙ୍କୁ କିଏ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲା ସେମାନଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିନାହିଁ । ଓଡ଼ିଶା ସରକାରଙ୍କର ଏଭଳି ଦୁର୍ବଳ ମୁହୂର୍ତ ଏବଂ ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ଘୃଣ୍ୟ ଷଡଯନ୍ତ୍ର ଓଡ଼ିଶା ଇତିହାସରେ କେବେ ଦେଖିବାକୁ ମିଳିନଥିଲା ବୋଲି ପିତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।

ଏହାବି ପଢନ୍ତୁ- Naba Das Murder Case: ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ପୋଲ ଖୋଲିଲେ ବିରୋଧୀ ଦଳନେତା

ସେ କହିଛନ୍ତି ଯେ, ସରକାର ଓଡ଼ିଶାବାସୀଙ୍କ ଆଗରେ ମିଥ୍ୟା ତଥ୍ୟ ରଖିବା ବନ୍ଦ କରନ୍ତୁ । ରାଜ୍ୟ ସରକାର ଏଫବିଆଇକୁ ବିଶ୍ୱାସ କରୁଛନ୍ତି । ରାଜ୍ୟ ସରକାର ନାର୍କୋ ଆନାଲିସସ ପାଇଁ ବାହାର ରାଜ୍ୟ ଉପରେ ଭରସା କରୁଛନ୍ତି । ଯଦି ରାଜ୍ୟ ସରକାରଙ୍କ ନିଜ ଏଜେନ୍ସି ଉପରେ ଭରସା ନାହିଁ ତାହାଲେ ପୂରା ତଦନ୍ତ ସିବିଆଇକୁ କାହିଁକି ଦେଉନାହାନ୍ତି ବୋଲି ପିତାମ୍ବର ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ହାଇକୋର୍ଟ କେବେ ବି କୌଣସି ନୀତିଦିନିଆ ତଦନ୍ତକୁ ସୁପରଭାଇଜ କିମ୍ବା ଚିଠା ମାଧ୍ୟମରେ ଉପଦେଶ ଦିଅନ୍ତି ନାହିଁ । ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଦିଲ୍ଲୀରେ ଆଜି ଯେଉଁ ପ୍ରେସମିଟ କରି ତଥ୍ୟ ରଖିଛନ୍ତି ତାହା ମିଥ୍ୟା । ଓଡ଼ିଶାବାସୀଙ୍କ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର । ଯେଉଁ ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି ତାହାଲେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ ତାହା ଅନୁମେୟ । କ୍ରାଇମବ୍ରାଞ୍ଚ ଏସପି ହ୍ୱାଟସପ ଗ୍ରୁପରେ ଆଡମିଟ କରିଛନ୍ତି ଯେ, ଗୋପାଳ ଜଣେ ମାନସିକ ରୋଗୀ । ଗୋପାଳକୁ ମାନସିକ ରୋଗୀ ପ୍ରମାଣିତ କରିବା ପାଇଁ ଜୋରସୋର ଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର । ନାର୍କୋ ଆନାଲିସସ ଅଦାଲତ ବିଚାର ପ୍ରକ୍ରିୟାରେ ପ୍ରମାଣ ଯୋଗ୍ୟ ନୁହେଁ । ଗୋପାଳ ଯଦି ପାଗଳ ତାହାଲେ କ୍ରାଇମବ୍ରାଞ୍ଚ କିଭଳି ତାହାର ନାର୍କୋ ଆନାଲିସିସ କରିବାକୁ ପଠାଇଲା । ତାହା ବଡ ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି ।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.