ETV Bharat / state

ସହଭାଗିତା ରାଜନୀତି ରାଜ୍ୟରେ ବିଜେପିକୁ କରିବ ଦୁର୍ବଳ? ଏପରି ଜବାବ ରଖିଲା ବିଜେପି - ସହଭାଗିତା ରାଜନୀତି

ସଂସଦରେ ଦିଲ୍ଲୀ ଅଧ୍ୟାଦେଶ ଏବଂ ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ବିଜେଡି ଏନଡିଏକୁ ଖୋଲା ସମର୍ଥନ ଦେବା ପରେ ରାଜ୍ୟରେ ବିଜେପିର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ । ଅଧିକ ପଢ଼ନ୍ତୁ

bjd support delhi ordinance bill
ଦିଲ୍ଲୀ ଅଧ୍ୟାଦେଶ ବିଲକୁ ବିଜେଡିର ସମର୍ଥନ
author img

By

Published : Aug 9, 2023, 6:38 PM IST

Updated : Aug 9, 2023, 7:21 PM IST

ଦିଲ୍ଲୀ ଅଧ୍ୟାଦେଶ ବିଲକୁ ବିଜେଡିର ସମର୍ଥନ

ଭୁବନେଶ୍ବର: ସଂସଦରେ ଦିଲ୍ଲୀ ଅଧ୍ୟାଦେଶ ଏବଂ ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ବିଜେଡି ଏନଡିଏକୁ ଖୋଲା ସମର୍ଥନ ଦେବା ପରେ ରାଜ୍ୟରେ ବିଜେପିର ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି । ସହଭାଗିତା ରାଜନୀତିରେ ବିଜେପିର କ୍ଷତି ହେଉନାହିଁ ତ ? ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି ସଂଖ୍ୟା ଗଣିତ କହୁଛି ସହଭାଗିତା ରାଜନୀତିରେ ରାଜ୍ୟରେ ବିଜେପିର କ୍ଷତି ହେଉଛି । ଡିମନିଟାଇଜେସନଠାରୁ ଆରମ୍ଭ କରି ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ବିଜେଡିଠାରୁ ସମର୍ଥନ ପାଇଥିଲା ଏନ୍‌ଡିଏ । କିନ୍ତୁ ରାଜ୍ୟରେ ବିଜେପି କଣ ଲାଭ ପାଇଲା ତାହା ବଡ ପ୍ରଶ୍ନ ।

2017 ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିର ବିଜୟୀ ଆସନ ସଂଖ୍ୟା ଥିଲା 297 । କିନ୍ତୁ 2022 ଜିଲ୍ଲା ପରିଷଦ ନିର୍ବାଚନ ବେଳକୁ ଏହା 42କୁ ଖସି ଆସିଲା । 297 ଜିଲ୍ଲା ପରିଷଦ ଜିତିବା ପରେ 2019 ବିଧାନସଭା ନିର୍ବାଚନରେ ଦଳ 23ଟି ଆସନରେ ଜିତିଥିଲା । ଏବେ 2022ରେ ମାତ୍ର 42ଟି ଜିଲ୍ଲା ପରିଷଦ ଜିତିଥିବାରୁ ଅନୁମାନ କରାଯାଇପାରେ ଆଗାମୀ ବିଧାନସଭା ନିର୍ବାଚନରେ ଦଳ କେତୋଟି ଆସନ ହାତେଇବ । ଅନ୍ୟପଟେ ବିଜେପି ଏହାର ଜବାବ ରଖିଛି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ସହଭାଗିତା ରାଜନୀତିରେ ଦେଶର ହିତ ପାଇଁ ଯାହା ଆବଶ୍ୟକତା ରହିଛି । ସେଥିରେ ସମର୍ଥନ ଦେବାରେ ଅସୁବିଧା କଣ ରହିଲା । ଗଣତନ୍ତ୍ରର ବିଧିବ୍ୟବସ୍ଥା ଭିତରେ ସମ୍ବିଧାନର ନିୟମକୁ ମାନି ଦଳମାନେ ସମର୍ଥନ ଦେଉଛନ୍ତି । କିନ୍ତୁ 2024 ନିର୍ବାଚନରେ ବିଜେପି ରାଜ୍ୟରେ ଏକାକି ନିର୍ବାଚନ ଲଢିବ । ବିଜେଡି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର, ତୁଷ୍ଟୀକରଣ ରାଜନୀତିକୁ ନେଇ ଲୋକଙ୍କ ପାଖକୁ ଯିବ । କ୍ରାନ୍ତି ଦିବସଠାରୁ ଏହି ପ୍ରକ୍ରିୟା ବ୍ଲକ ସ୍ତରରେ ଆରମ୍ଭ ହୋଇଗଲାଣି । କାହା ସହିତ ନୁହେଁ ଏକାକୀ ନିର୍ବାଚନ ଲଢିବ ବିଜେପି । ସହଭାଗିତା ରାଜନୀତିରେ ରାଜ୍ୟରେ ଦୁର୍ବଳ ହୋଇନାହିଁ ବିଜେପି । ଏହା ଏକ ସାମ୍ବିଧାନିକ ପ୍ରକ୍ରିୟା ।" ତେବେ ଜିଲ୍ଲୀ ପରିଷଦ ନିର୍ବାଚନରେ ସଂଖ୍ୟା କମିବା ପାଇଁ ସଂଗଠନ ସଜାଡିବାରେ ତ୍ରୁଟି ରହିଥିବା କଥାକୁ ବିଜେପି ସ୍ବୀକାର କରିଛି ।
ଏହା ମଧ୍ୟ ପଢ଼ନ୍ତୁ: ମୋଦି ସରକାରଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ ବିଜେପି ମଣିପୁରରେ ଭାରତର ହତ୍ୟା କରିଛି

ଗୋଟିଏ ପଟେ ରାଜ୍ୟରେ 2 ନମ୍ବର ବିରୋଧି ଦଳ ବିଜେପି । କିନ୍ତୁ କେନ୍ଦ୍ରରେ ସରକାରରେ ଥିବା ଏହି ଦଳକୁ ବିଜେଡି ଅକୁଣ୍ଠ ସମର୍ଥନ ଦେଇ ଆସୁଛି । ଯାହାକି ରାଜ୍ୟରେ ନେତା ଓ କର୍ମୀଙ୍କ ମନରେ ଥିବା ଉତ୍ସାହକୁ ଏହା ଭାଙ୍ଗି ଦେଉଛି । କିନ୍ତୁ ବିଜେପି ନେତାମାନେ କହୁଛନ୍ତି ସେମାନେ ବିଜେଡି ବିରୋଧରେ ଲଢ଼ିବେ । ଦୁର୍ନୀତି ଭ୍ରଷ୍ଟାଚାରରେ ଲିପ୍ତ ସରକାର ବିରୋଧରେ ଲଢେଇ କରିବେ । ଦେଖିବାର କଥା ରାଜ୍ୟ ବିଜେପିର ଏହି ଆଭିମୁଖ୍ୟକୁ କେନ୍ଦ୍ର ନେତୃବୃନ୍ଦ କେତେଦୂର ସମର୍ଥନ କରୁଛନ୍ତି । କାରଣ ନିକଟରେ ଅମିତ ଶାହା ଓଡ଼ିଶା ଗସ୍ତ କରି ନବୀନ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ନବୀନ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଥିଲେ । ତେଣୁ ସହଭାଗିତାର ରାଜନୀତିରେ ବିଜେପି କେତେଦୂର ଫାଇଟ ଦେଇପାରୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 9, 2023, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.