ETV Bharat / state

ସୋନାଲିଙ୍କ ଗୋଦରୀ ଉପାଖ୍ୟାନ; 111 ବିଜେଡି ବିଧାୟକଙ୍କ ନାଁରେ ଅଛି 154ରୁ ଊର୍ଦ୍ଧ୍ବ ମାମଲା - ବିଜେଡି ଉପରେ ବର୍ଷିଲେ ବିଜେପି ମୁଖପାତ୍ର

ବିଜେଡିର 111 ବିଧାୟକଙ୍କ ନାଁ ରେ 154 ରୁ ରହିଛି ଊର୍ଦ୍ଧ୍ବ ଅପରାଧିକ ମାମଲା । ଶାସକ ଦଳକୁ ବିଜେପି ମୁଖପାତ୍ର ସୋନାଲିଙ୍କ ଗୋଦରୀ ଉପଖ୍ୟାନ । ଅଧିକ ପଢନ୍ତୁ

bjp spoke person sonali sahu
bjp spoke person sonali sahu
author img

By

Published : Feb 22, 2023, 4:13 PM IST

bjp spoke person sonali sahu

ଭୁବନେଶ୍ବର: ଶାସକ ଦଳକୁ ସୋନାଲିଙ୍କ ଗୋଦରୀ ଉପଖ୍ୟାନ । ଶାସକ ଦଳ ବିଜେଡିର ବିଧାୟକମାନେ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ବେଳେ ଦୁଷ୍କର୍ମ, ଅପହରଣ, ରାହାଜାନୀ ଓ ଚୋରି ମାମଲାରେ ଲିପ୍ତ ରହିଛନ୍ତି । ବିଜେଡିର 111 ବିଧାୟକଙ୍କ ନାଁ 154 ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ରହିଛି । ଅନ୍ୟପକ୍ଷରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ନାଁ ରେ ଅକ୍ରୋଶମୂଲକ ମାମଲା କରିଛି ଶାସକ ଦଳ। ତେବେ ଶାସକ ଦଳ ପକ୍ଷରୁ ବିରୋଧୀ ଦଳ ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ ସାମ୍ବିଧାନିକ ପଦବୀର ଗାରିମାକୁ ନଷ୍ଟ କରୁଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ । ଏହା ଶାସକ ଦଳକୁ ଗୋଦରୀ ଉପାଖ୍ୟାନ ଶୁଣାଇଛନ୍ତି ସୋନାଲି ।

ଏଥିସହ ସୋନାଲି କହିଛନ୍ତି ଯେ , ଶାସକ ଦଳର ମନ୍ତ୍ରୀ , ସାଂସଦ, ବିଧାୟକ ଓ ନେତାମାନେ ବିରେଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କୁ କୁତ୍ସାରଟନା କରୁଛନ୍ତି । ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । ତାଙ୍କ ବିରୋଧରେ ଅପରାଧିକ ମାମଲା ଥିବା କଥା ଛାତି ପିଟି କହୁଛନ୍ତି । ଭୁଲି ଯିବା କଥା ନୁହେଁ କି ଜୟ ନାରାୟଣ ହେଉଛନ୍ତି ବିରୋଧୀ ଦଳ ନେତା । ତାଙ୍କ ବିରୋଧରେ କଟୁ ମନ୍ତବ୍ୟ ସାମ୍ବିଧାନିକ ପଦବୀର ଗାରିମାକୁ ନଷ୍ଟ କରୁଛି । ଗଣତନ୍ତ୍ରକୁ ସମ୍ମାନ ଦେଇ ଶାସକ ଦଳର ବିଧାୟକ ଓ ବିଧାୟିକା ମାନେ ଏଭଳି ବିବୃତିରୁ କ୍ଷାନ୍ତ ରହିବା ଉଚିତ । ବିଜେଡିର 111 ଜଣ ବିଧାୟକଙ୍କ ବିରୋଧରେ 154 ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଛି । ରାଜ୍ୟବାସୀ ଜାଣିଛନ୍ତି ଜୟଙ୍କ ବିରୋଧରେ ଥିବା ମାମଲା ଆକ୍ରୋଶମୂଳକ ଓ ଉଦ୍ଦେଶ୍ୟମୂଳକ ଭାବେ ଶାସକ ଦଳ ପକ୍ଷରୁ ହୋଇଛି ।

ଜୟନାରାୟଣ ହେଉଛନ୍ତି ଜଣେ ରାଜନୈତିକ ବ୍ୟକ୍ତି । ରାଜନୀତିରେ ରହିଲେ ଏଭଳି ଅନେକ ମିଛ ଅପରାଧିକ ମାମଲା ଆସେ । ଜୟ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ କାମ କରିଛନ୍ତି । ସେଥିପାଇଁ ଶାସକ ଦଳ ଜାଣିଶୁଣି ଆକ୍ରୋଶମୂଳକ ଭାବେ ତାଙ୍କ ନାଁରେ ଏସବୁ ଅପରାଧିକ ମାମଲା ରୁଜୁ କରିଛି । ଆକ୍ରୋଶମୂଳକ ମାମଲାକୁ ନେଇ ଶାସକ ଦଳ ଡ୍ରାମା କରୁଛନ୍ତି । ଶାସକ ଦଳର ମାନସିକତା କଣ ଏଥିରୁ ଜଣାପଡି ଯାଉଛି । ବିଜେଡ଼ିର 6 ବିଧାୟକ ହତ୍ୟା ଅଭିଯୋଗ ରହିଛି । ଏହା ଓଡିଶାବାସୀଙ୍କୁ ଅଛପା ନାହିଁ । ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏହା ଭୁଲି ଯାଉଛନ୍ତି । ଶାସକ ଦଳର ନେତା ମାନେ ହତ୍ୟା, ଦୁଷ୍କର୍ମ, ଅପହରଣ, ରାହାଜାନୀ, ଚୋରି ମାମଲାରେ ଲିପ୍ତ ରହିଛନ୍ତି ।

ଜୟ ନାରାୟଣ ମିଶ୍ର ଅସୁସ୍ଥ ଅଛନ୍ତି, ଏକଥା ସତ୍ୟ । ଅସୁସ୍ଥ ଥାଇ ବି ସେ ବିଧାନସଭା ଆସୁଛନ୍ତି । ମୁଖ୍ୟମନ୍ତ୍ରୀ କାହିଁକି ବିଧାନସଭା ଆସୁନାହାନ୍ତି ବୋଲି ବିଜେଡି ନେତା ପଚାରନ୍ତୁ । ମୁଖ୍ୟମନ୍ତ୍ରୀ ଯେଉଁଠାକୁ ଯାଉଛନ୍ତି, ସେଠାକୁ ଗଣମାଧ୍ୟମକୁ ଯିବାକୁ କାହିଁକି ଲାଗିଛି ରୋକ। ଏନେଇ ବିଜେଡି ନେତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଉପରେ ବିଜେଡି ଉତ୍ତର ରଖୁ । ତଦନ୍ତ କେତେ ବାଟ ଯାଇଛି । କାର୍ଯ୍ୟାନୁଷ୍ଠାନ କଣ ସବୁ ନିଆଯାଇଛି ଉତ୍ତର ରଖୁ ବିଜେଡି । ଉତ୍ତର ନରଖି ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନ ପଚାରିବା, କଟୁ ମନ୍ତବ୍ୟ ଦେବା ଶୋଭନୀୟ ନୁହେଁ । ସମ୍ପୂର୍ଣ୍ଣ ଅଶୋଭନୀୟ । ଗଣତନ୍ତ୍ରର ପଦ ମର୍ଯ୍ୟାଦା ଓ ଗାରିମାକୁ କ୍ଷୁର୍ଣ୍ଣ କରୁଛି । ନଷ୍ଟ କରୁଛି ।

ବିଧାନସଭାରେ ବିଧାୟିକାଙ୍କ ସୁରକ୍ଷା ନେଇ ସ୍ନେହାଙ୍ଗିନୀ ଛୁରିଆ ବାଚସ୍ପତିଙ୍କୁ ଭେଟିବା ପୂର୍ବରୁ ନିଜ ବିଧାୟକଙ୍କ ବିଷୟରେ ବୁଝିବା ଦରକାର । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଦିବ୍ୟଶଙ୍କର ମିଶ୍ର ମମିତା ମେହେର ଘଟଣାରେ ସମ୍ପୃକ୍ତି ଥିଲେ, ମାହାଙ୍ଗା ଡବଲ ମର୍ଡର କେସରେ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିଲେ, ବିଜେଡି ନେତା ମହେଶ୍ୱର ମହାନ୍ତି ଜଣେ ମହିଳା କର୍ମଚାରୀଙ୍କୁ ଅସତ ବ୍ୟବହାର କରିଥିଲେ । ନିରୋଳାରେ ଆସିବାକୁ କହିଥିଲେ । ତେଣୁ ଆମକୁ ବି ଭୟ ଲାଗୁଛି । ଶାସକ ଦଳ ବିରୋଧରେ ଏମିତି ଅନେକ ଘଟଣା ଅଛି । ଗୋଦରିଲୋ ନିଜ ଗୋଡ଼କୁ ଅନା । ନିଜ ଗୋଡ଼ ତ ଗୋଦରା ଅନ୍ୟକୁ କଣ କହୁଛନ୍ତି । ସ୍ନେହାଙ୍ଗିନୀ ଛୁରିଆ ମହିଳା ହିସାବରେ ଆମ ବିଷୟରେ ବି ଚିନ୍ତା କରିବା ଦରକାର । ସ୍ନେହାଙ୍ଗିନୀ ଛୁରିଆ ଏଭଳି ହୀନ ରାଜନୀତିରୁ ଦୂରେଇ ରୁହନ୍ତୁ ବୋଲି ସୋନାଲି ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.