ETV Bharat / state

କଲେଜ କ୍ୟାମ୍ପସ ଶୈକ୍ଷିକ ବାତାବରଣ ଖରାପ କରୁଛି ବିଜେଡି ସରକାରର ନୂଆ ଯୋଜନା: ବିଜେପି

ବିଜେପି ମୁଖପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ଆରମ୍ଭ କରିଥିଲେ ବିଜୁ ଯୁବ ବାହିନୀ । ଆଜି ବିଜୁ ଯୁବ ବାହିନୀ ଗଲା କୁଆଡେ । ରାଜ୍ୟରେ ସ୍କୁଲ ଓ କଲେଜ ମାନଙ୍କରେ ଶିକ୍ଷକ ନାହାନ୍ତି। କଲେଜ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି କାହିଁକି ? ଯଦି ବନ୍ଦ କରାଯାଇଛି ତେବେ କଲେଜ କ୍ୟାମ୍ପସରେ ଭୋଜିଭାତ କରି ଦଳୀୟ ପତାକା ପ୍ରଦର୍ଶନ କରାଯାଉଛି କିପରି ? ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 6, 2023, 6:27 PM IST

କଲେଜ କ୍ୟାମ୍ପସ ଶୈକ୍ଷିକ ବାତାବରଣ ଖରାପ କରୁଛି ବିଜେଡି ସରକାର: ବିଜେପି

ଭୁବନେଶ୍ବର: କଲେଜ କ୍ୟାମ୍ପସର ଶୈକ୍ଷିକ ବାତାବରଣକୁ ଖରାପ କରୁଛି ବିଜେଡି ସରକାର । ‘ଯୁବ ଓଡିଶା ନବୀନ ଓଡିଶା' ଯୋଜନାରେ କ୍ୟାମ୍ପସର ବାତାବରଣ ଖରାପ ହେଉଛି। ଶିକ୍ଷା ବ୍ୟବସ୍ଥା ଭିତରେ ରାଜନୀତି ପୁରାଇଛନ୍ତି ନବୀନ ସରକାର। ବର୍ତ୍ତମାନ ସମସ୍ତ କ୍ୟାମ୍ପସରେ ଚାଲିଥିବା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିରୋଧ କରି ଆଜି ପ୍ରେସମିଟ କରି ସମାଲୋଚନା କରିଛି ବିଜେପି।

ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ କହିଛନ୍ତି, ‘‘କଲେଜ କ୍ୟାମ୍ପସର ଶୈକ୍ଷିକ ବାତାବରଣକୁ ଖରାପ କରୁଛି ବିଜେଡି ସରକାରର। ‘ଯୁବ ଓଡିଶା ନବୀନ ଓଡିଶା' ଯୋଜନାରେ କ୍ୟାମ୍ପସର ବାତାବରଣ ଖରାପ ହେଉଛି। ଶିକ୍ଷା ବ୍ୟବସ୍ଥା ଭିତରେ ରାଜନୀତି ପୁରାଇଛନ୍ତି ନବୀନ ସରକାର। ରାଜ୍ୟ ସରକାର ଦଳୀୟ ଆଧାରିତ କାର୍ଯ୍ୟକ୍ରମ କ୍ୟାମ୍ପସ ପରିସରରେ ନ କରନ୍ତୁ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଖେଳକୁ ପ୍ରାଧାନ୍ୟ ଦେଉଥିଲାବେଳେ ଅନ୍ୟ ପଟେ ଜାତୀୟ ଖେଳାଳୀ ଦିନ ମଜୁରିଆ ସାଜିଛନ୍ତି ବଲାଙ୍ଗୀର ଜିଲ୍ଲାରେ। କଲେଜ ମାନଙ୍କୁ ନାକର ମାନ୍ୟତା ମିଳିପାରୁ ନାହିଁ। କ୍ୟାମସରେ ଭିତ୍ତିଭୂମି ନାହିଁ।’’

ଅଧିକ ପଢନ୍ତୁ- ମିଶନ ୨୦୨୪: ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେଡିର' ମୁଁ ବି ହେବି ନବୀନ ଓଡିଶାର ସାରଥୀ' କାର୍ଯ୍ୟକ୍ରମ

ସେହିପରି ବିଜେପି, ମୁଖପାତ୍ର କହିଛନ୍ତି ରାଜ୍ୟ ସରକାର ଆରମ୍ଭ କରିଥିଲେ ବିଜୁ ଯୁବ ବାହିନୀ। ଆଜି ବିଜୁ ଯୁବ ବାହିନୀ ଗଲା କୁଆଡେ। ରାଜ୍ୟରେ ସ୍କୁଲ ଓ କଲେଜ ମାନଙ୍କରେ ଶିକ୍ଷକ ନାହାନ୍ତି। କଲେଜ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି କାହିଁକି? ଯଦି ବନ୍ଦ କରାଯାଇଛି ତେବେ କଲେଜ କ୍ୟାମ୍ପସରେ ଭୋଜିଭାତ କରି ଦଳୀୟ ପତାକା ପ୍ରଦର୍ଶନ କରାଯାଉଛି କିପରି? ବିଜେଡି ଦଳୀୟ ପ୍ରଚାର ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରୁଛି । କଲେଜ କ୍ୟାମ୍ପସରେ ଦଳୀୟ ପତାକା ଉଡୁଛି, ବ୍ୟାନର ଲାଗିଛି, ଶଙ୍ଖ ଚିହ୍ନ ଲଗାଇ ପ୍ରଚାର ହେଉଛି । ନୂଆ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ କ୍ଲାସ ଭିତରେ କ୍ୟାମ୍ପେନ କରୁଛନ୍ତି ବିଜେଡି ନେତା ଓ କର୍ମୀ ।

ବିଜେପି ମୁଖପାତ୍ର ଅଭିଯୋଗ କରି କହିଛନ୍ତି ରାଜ୍ୟରେ ଅନେକ ସ୍ବଂୟଶାସିତ କଲେଜ ନାକ ଗ୍ରେଡ ହାସଲ କରିପାରୁ ନାହାଁନ୍ତି । ନାକ ଗ୍ରେଡ ନପାଇବାରୁ ବିଜେବି କଲେଜ ପରି ୧୦ ରୁ ଅଧିକ କଲେଜ ସ୍ବଂୟଶାସିତ ମାନ୍ୟତା ହରାଇଛନ୍ତି । ନାକ ମାନ୍ୟତା କ୍ଷେତ୍ରରେ ସରକାରୀ କଲେଜ ଗୁଡିକ ଭଲ ପ୍ରଦର୍ଶନ କରିପାରୁନଥିବା ବେଳେ ଘରୋଇ କଲେଜ ଗୁଡିକ ନାକ ଗ୍ରେଡରେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ହୀନ ରାଜନୀତି ଛାଡି ରାଜ୍ୟ ସରକାର ତୁରନ୍ତ ସ୍ଥାୟୀ ଅଧ୍ୟାପକମାନଙ୍କୁ ନିଯୁକ୍ତି ଦେଇ ଗୁଣାତ୍ମକ ଶିକ୍ଷାର ବ୍ୟବସ୍ଥା କରନ୍ତୁ। ନୂଆ ଓଡିଶା, ଯୁବ ଓଡିଶା ନବୀନ ଓଡିଶା ନାଁରେ ରାଜନୀତି ନକରି କଲେଜ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ତିଆରି କରନ୍ତୁ ବୋଲି ଦଳ ଦାବି କରିଛି ।

ଅଧିକ ପଢନ୍ତୁ- ବ୍ରହ୍ମପୁରରେ 'ମୁଁ ବି ହେବି ନବୀନ ଓଡିଶାର ସାରଥି' କାର୍ଯ୍ୟକ୍ରମ ଆୟୋଜିତ

ସେହିପରି ରାଜ୍ୟ ସରକାର କେବଳ ବିଜ୍ଞାପନରେ କ୍ରୀଡା ଭିତ୍ତିଭୂମିର ରୂପାନ୍ତରଣ ଓ କ୍ରୀଡାବିତମାନଙ୍କୁ ପୋତ୍ସାହନ ଦେଉଛନ୍ତି । କ୍ରୀଡା ଭିତ୍ତିଭୂମି ନିର୍ମାଣ ଦିଗରେ ସରକାରଙ୍କ କୌଣସି ଆଗ୍ରହ ନାହିଁ । କେବଳ ଆଗାମୀ ନିର୍ବାଚନରେ ଭୋଟ ହାତେଇବା ପାଇଁ ଏପରି କରୁଛି ରାଜ୍ୟ ସରକାର । ରାଜ୍ୟରେ କ୍ରୀଡାର ଭିତ୍ତିଭୂମି ଅଭାବ ରହିଛି । କ୍ରୀଡାବିତ ମାନେ ସଠିକ ମାନର ପ୍ରଶିକ୍ଷଣ ସୁବିଧା ପାଇ ପାରୁନାହାଁନ୍ତି । ଯେଉଁ ଖେଳାଳିମାନେ ନିଜ ଉଦ୍ୟମରେ ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି ସେମାନଙ୍କୁ ବି ରାଜ୍ୟ ସରକାର ମୌଳିକ ସୁବିଧା ଯୋଗାଇ ନାହାଁନ୍ତି । ତେଣୁ ରାଜ୍ୟରେ ସ୍କୁଲ ଓ କଲେଜ ଗୁଡ଼ିକ 5T ମାଧ୍ୟମରେ ଯୋଡି ଶୈକ୍ଷିକ ବାତାବରଣକୁ ଦୂଷିତ କରୁଛି। ବିଜେପି ଦାବୀ କରୁଛି ନୂଆ ଓଡିଶା ନବୀନ ଓଡିଶା ରେ ଦଳୀୟ ଲୋଗୋ କୁ ବନ୍ଦ କରନ୍ତୁ। ନ ହେଲେ ଆଗାମୀ ଦିନରେ ଯୁବକ ମାନେ ଉଚିତ ଜବାବ ଦେବେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.