ETV Bharat / state

ବିଜେଡି ଚାଷୀଙ୍କ ବଳ ନୁହେଁ କାଳ: ପ୍ରଦୀପ ପୁରୋହିତ

author img

By ETV Bharat Odisha Team

Published : Dec 28, 2023, 10:53 AM IST

Paddy procurement Issue: ଧାନ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଉପରେ ବର୍ଷିଲା ବିଜେପି । ବିଜୁ ଜନତା ଦଳ ଚାଷୀମାନଙ୍କର ବଳ ବରଂ ଚାଷୀଙ୍କର କାଳ ବୋଲି ବିଜେପି ନେତା କହିଛନ୍ତି । ଅଧିକ ପଢନ୍ତୁ

ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବର୍ଷିଲେ ପ୍ରଦୀପ ପୁରୋହିତ

Paddy procurement Issue

ଭୁବନେଶ୍ୱର: ରାଜ୍ୟରେ ଧାନ ମଣ୍ଡିର ଅବ୍ୟବସ୍ଥାକୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ବିଜୁ ଜନତା ଦଳ ଚାଷୀମାନଙ୍କର ବଳ ବୋଲି ଯେଉଁ ନାରା ଦେଉଛି ତାହା ବଳ ନୁହେଁ ଚାଷୀମାନଙ୍କର କାଳ । ଓଡ଼ିଶାର ଚାଷୀମାନେ ବୋଧହୁଏ ଚାଷ କରି ବଡ଼ ଭୁଲ କରୁଛନ୍ତି । ସବୁ ବର୍ଷ ଅମଳ ସମୟରେ ଚାଷୀମାନେ ସମାନ ଅଭିଯୋଗ କରୁଛନ୍ତି ।

ବିଜେପି ନେତା କହିଛନ୍ତି, ''ଓଡ଼ିଶାର ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଚାଲିଛି । ବିଭାଗୀୟ ମନ୍ତ୍ରୀଙ୍କ ଯଦି ସତ୍ ସାହାସ ଅଛି ଥରେ ମଣ୍ଡି ବୁଲି ଦେଖନ୍ତୁ । ପଚାରି ବୁଝନ୍ତୁ ମଣ୍ଡି ବ୍ୟବସ୍ଥା କିପରି ଚାଲିଛି । ତାହାର ଉତ୍ତର ଚାଷୀମାନଙ୍କଠୁ ପାଇଯିବେ । ମନ୍ତ୍ରୀ ଯାହା କହୁଛନ୍ତି ରାଜ୍ୟପାଳଙ୍କୁ ଭେଟନ୍ତୁ ଓ ଦିଲ୍ଲୀ ଯାଆନ୍ତୁ । ରାଜ୍ୟପାଳ ଦିଲ୍ଲୀ ଯିବା ଭିନ୍ନ ପ୍ରସଙ୍ଗ । ଏଠି ଚାଷୀ ଶୋଷଣ ହେଉଛି ପ୍ରତି ୭୫ କେଜିରେ ୨ କେଜି କଟନୀ ଛଟନୀ କରୁଛି ମିଲର । ୬୦ କୋଟି ମେଟ୍ରିକ୍ ଟନରେ ପାଖାପାଖି ଚାରି ଶହ କୋଟି ଟଙ୍କା ଚାଷୀର ଲୁଟ ହେଉଛି । କେନ୍ଦ୍ର ସରକାର ସବୁର ଟଙ୍କା ଦେଉଛନ୍ତି ଚାଷୀ ତାହା ପାଇପାରୁନି ଏବଂ ଅଭାବୀ ବିକ୍ରିର ଶିକାର ହେଉଛି । ଏଥିରେ ବିଜେପି ଚୁପ ବସିବ ନାହିଁ । ମନ୍ତ୍ରୀ ଶୁଣିବେ କି ନାହିଁ, ସରକାର ବୁଝିବେ କି ନାହିଁ ତାଙ୍କ କଥା ସେ ବୁଝିବେ । କିନ୍ତୁ ଚାଷୀର ସମସ୍ୟାକୁ ବିଜେପି କେବେ ସହିବ ନାହିଁ । ବିଜେପି ସବୁବେଳେ ଚାଷୀମାନଙ୍କ ସେବାରେ ଓ ସାଥିରେ ଅଛି । "

କେଉଁଠି ଚାଷୀଙ୍କ ବସ୍ତା ବସ୍ତା ଧାନ ମଣ୍ଡିରେ ପଡି ରହିଛି ତ ପୁଣି କେଉଁଠି କଟନୀ ଛଟନୀକୁ ନେଇ ମିଲର ଚାଷୀ ମୁହାଁମୁହିଁ ହୋଇଥିବା ଖବର ଆସୁଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି ବିରୋଧୀ । ସେପଟେ ମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ ଚାଷୀ ଖୁସି ଅଛନ୍ତି । କେଉଁ ଜିଲ୍ଲାରୁ ଅଭିଯୋଗ ଆସୁନାହିଁ । ଆସିଲେ ତୁରନ୍ତ ପଦକ୍ଷେପ ନିଆଯିବ । ବିରୋଧୀଙ୍କ କାମ ବିରୋଧ କରିବେ ।

ଏହା ମଧ୍ୟ ପଢନ୍ତୁ...ଧାନ ସଂଗ୍ରହ ଆରମ୍ଭରୁ ମୁଣ୍ଡରେ ବାଜିଲାଣି ଚାଳ, କଟନୀ ଛଟନୀ ଅଭିଯୋଗ

ସେହିପରି ବିଜେପି ଅଭିଯୋଗ କରୁଛି, ଧାନ କିଣାରେ ବର୍ଷକୁ ୧୦୦୦ କୋଟି ଦଳୀୟ ପାଣ୍ଠି ସଂଗ୍ରହ କରୁଛି ବିଜେଡି । ଧାନ କିଣାରେ ବିଜେଡି ବଡ଼ ସିଣ୍ଡିକେଟ ତିଆରି କରିଛି । କୃଷି, ସମବାୟ ମନ୍ତ୍ରୀଙ୍କ ପ୍ରରୋଚନାରେ ମିଲରଙ୍କ ଜରିଆରେ ଚାଷୀଙ୍କୁ ଶୋଷଣ କରୁଛନ୍ତି । କଟନୀ ଛଟନୀରେ ୫ରୁ ୬ କେଜି କାଟୁଛନ୍ତି । ସେଥିରୁ ଦଳୀୟ ପାଣ୍ଠି ମଧ୍ୟ ସଂଗ୍ରହ କରୁଛନ୍ତି । ରାଜ୍ୟ ସରକାରଙ୍କ କୃଷି, ଯୋଗାଣ ଏବଂ ସମବାୟ ବିଭାଗର ମିଳିତ ମଧୁଚନ୍ଦ୍ରିକାରେ ମିଲର ସାମିଲ ଅଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.