ETV Bharat / state

ଅବସରପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତିକୁ ନେଇ ବିଜେପିର କଡା ପ୍ରହାର

author img

By

Published : Apr 6, 2023, 9:01 PM IST

ଜିଲ୍ଲାରେ ନିଯୁକ୍ତି ପାଇବେ PD DRDA । ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା । ଦିନକୁ ଦିନ ସହରାଞ୍ଚଳ ବୃଦ୍ଧି ପାଉଥିବାରୁ ଏହାର ବିଭିନ୍ନ କାର୍ଯ୍ୟ ତଦାରଖ ଓ ପରିଚାଳନା କରିବେ PD DRDA । ପୂର୍ବରୁ ଏହି ଦାୟିତ୍ୱ PD DRDA ବା ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାଙ୍କୁ ଦିଆଯାଇଥିଲା । ଅଧିକ ପଢନ୍ତୁ

ଅବସରପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତିକୁ ନେଇ ବିଜେପିର କଡା ପ୍ରହାର
ଅବସରପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତିକୁ ନେଇ ବିଜେପିର କଡା ପ୍ରହାର

ଭୁବନେଶ୍ବର: ଅବସରପ୍ରାପ୍ତ ସରକାରୀ ଅଫିସର ମାନଙ୍କୁ ପୁନଃ ନିଯୁକ୍ତିକୁ ନେଇ ସରକାରଙ୍କୁ ସମାଲୋଚାନ କରିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର । ପ୍ରତ୍ୟେକ ରାଜସ୍ବ ଜିଲ୍ଲାରେ ଅବସର ପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି କରିବାକୁ ରାଜ୍ୟ ସରକାର ଗତ 4 ତାରିଖରେ ଏକ ବିଚିତ୍ର ଅର୍ଡର କରିଛନ୍ତି । ରିଟାୟାର୍ଡ ଓଏଏସ, ଓପିଏଏସ ଓଆରଏସ ଏବଂ ଷ୍ଟାଟିଷ୍ଟିକାଲ ଅଫିସର ପଦ ପଦବୀରେ ଅବସରପ୍ରାପ୍ତ ଅଫିସରମାନଙ୍କୁ ପୁରା ଉନ୍ନୟନ କାମର ତଦାରଖ କାରିବାକୁ ନୋଟିଫିକେସନ ହୋଇଛି । ଏହାଠୁ ଅଧିକ କିଛି ଦୁଃଖ ଦାୟକ ହୋଇ ନପାରେ ବୋଲି କହିଛନ୍ତି ଭୃଗୁ ।

ଏଣିକି ରାଜ୍ୟର ସବୁ ଜିଲ୍ଲାରେ ନିଯୁକ୍ତି ପାଇବେ PD DRDA । ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା । ଦିନକୁ ଦିନ ସହରାଞ୍ଚଳ ବୃଦ୍ଧି ପାଉଥିବାରୁ ଏହାର ବିଭିନ୍ନ କାର୍ଯ୍ୟ ତଦାରଖ ଓ ପରିଚାଳନା କରିବେ PD DRDA । ପୂର୍ବରୁ ଏହି ଦାୟିତ୍ୱ PD DRDA ବା ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାଙ୍କୁ ଦିଆଯାଇଥିଲା । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀରେ ବିଭିନ୍ନ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ।

ଏହାକୁ ନେଇ ବିଜେପି କହିଛି, DRDA ରେ ପ୍ରତ୍ୟେକ ରାଜସ୍ବ ଜିଲ୍ଲାରେ ଅବସର ପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି କରିବାକୁ ରାଜ୍ୟ ସରକାର ଗତ 4 ତାରିଖରେ ଏକ ବିଚିତ୍ର ଅର୍ଡର କରିଛନ୍ତି। ଏହାଠୁ ଅଧିକ କିଛି ଦୁଃଖ ଦାୟକ କିଛି ହୋଇ ନପାରେ। ସେହିପରି ଭୃଗୁ ବକ୍ସିପାତ୍ର କହିଛନ୍ତି, "ଆମର ବିରୋଧୀ ଦଳ ନେତା ଯେଉଁ କଥା କହିଥିଲେ ଏଇ ତାର ଏକ ନିରନ୍ତର କାମ ସେମାନେ କରୁଛନ୍ତି । କିଛି ଦିନ ପୂର୍ବରୁ ବିରୋଧୀ ଦଳ ନେତା ବିଧାନସଭାରେ କହିଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ରାଜ୍ୟ ସରକାରଙ୍କ ଉଚ୍ଚ ପଦ ପଦବୀରେ ଅବସର ପ୍ରାପ୍ତ ଅଫିସର ମାନଙ୍କୁ ନିଯୁକ୍ତି ଦିଆ ଯାଇଛି । ଏବେ ଜିଲ୍ଲା ସ୍ତରକୁ ମଧ୍ୟ ରାଜ୍ୟ ସରକାର ଯାଇ ନିଯୁକ୍ତି ଦେବାକୁ ପଛେଇଲେ ନାହିଁ । ଭୟ ଲାଗିଲାଣି ଆଗକୁ ପଞ୍ଚଯାତ ଓ ବ୍ଲକ ରେ ବି ଏମାନେ ଏମିତି କରିବେ । ଓଡିଶାର ଯୁବକମାନଙ୍କ ପାଇଁ ରୋଜଗାର ନାହିଁ । ସରକାର ରୋଜଗାର ଦେବାର ବ୍ୟବସ୍ଥା କରୁନାହାଁନ୍ତି । ବୃତ୍ତିଗତ ଲାଟେରାଲ ଏଣ୍ଟ୍ରି ହେଉନି । ଓଡ଼ିଶା ସରକାରଙ୍କୁ କଣ 30 ଜିଲ୍ଳାରେ 30 ଅଫିସର ମିଳିଳେନି । ଯଦି ଅଫିସର ମିଳିଳେନି ତେବେ ଯୋଗ୍ୟତା ର ପ୍ରଶ୍ନ ଉଠୁଛି କି ? ନା ଯୋଗ୍ୟ ଥାଇ ଗତ କିଛି ଦିନ ତଳେ ସରକାରଙ୍କର ହାତ ବାରିସୀ ହୋଇ ଥିଲେ ସେମାନେ ସେଇ କଥାକୁ ପୁଣି ତାଙ୍କର ନିର୍ବାଚନକୁ ଆଖିରେ ରଖି ଏମିତି କରୁନାହାନ୍ତି ।"

ସବୁଠୁ ବଡ଼ ଦୁଃଖ ଦାୟକ ଅବସ୍ଥା ହେଉଛି ଟାଟା ପାୱାରରେ ବି ଏମାନେ ରିଟାର୍ଡ ଅଫିସରଙ୍କୁ ରଖୁଛନ୍ତି। ଏହା ଦ୍ୱରା ପ୍ରଶାସନକି ଇନବାଲାନ୍ସ ହେବ। ବିଜେପି ଏହାକୁ ନିନ୍ଦା କରୁଛି। ରାଜ୍ୟ ସରକାର ଏହି ନିଷ୍ପତି କୁ ପୁନର୍ବିଚାର କରିବାକୁ ଅନୁରୋଧ କରୁଛୁ। ଗୋଟିଏ ଗୋଟିଏ ବିଭାଗରେ 8 ବର୍ଷ 10 ବର୍ଷ ଅଫିସର ସଚିବ ରହିଲେଣି, ଜିଲାରେ ଚାରି ପାଞ୍ଚ ବର୍ଷ ଜିଲ୍ଲାପାଳ ଓ ଏସପି, ନିର୍ଦ୍ଦିଷ୍ଟ ପୋଲିସ ଅଫିସର ଅଛନ୍ତି ବୋଲି କହିଛନ୍ତି ଭୃଗୁବକ୍ସି ପାତ୍ର ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବଡ଼ ବଡ଼ ପଦବୀରେ ଅବସରପ୍ରାପ୍ତ ଅଫିସର ମାନଙ୍କ କ୍ଳବ ହେଇଛି ବୋଲି ବିରୋଧୀ ଦଳ ନେତା କହିଲେ ଏବେ ଏହାକୁ ଜିଲ୍ଲା ସ୍ତରକୁ ନେଇ ଗଲେ । ଅବସରପ୍ରାପ୍ତ ଅଫିସରମାନଙ୍କ ସରକାର ଓଡ଼ିଶାରେ ପ୍ରଚଳିତ ହେଉଛି । ଓଡିଶା ଶହେ ବର୍ଷ ପୂରଣ ପାଳନ କରିବାକୁ ଯାଉଛି ସେତେବେଳେ ଏଭଳି ନିଷ୍ପତି କଷ୍ଟ ଦେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.