ETV Bharat / state

BMC କମିଶନରଙ୍କ ନାଁରେ ମୋକଦ୍ଦମା କରିବୁ: ବିଜେପି - ମେୟରଙ୍କ ଉପରେ ବର୍ଷିଛି ବିଜେପି

'ଜାଗା ମିଶନ' ନେଇ ବିଏମସିକୁ ଟାର୍ଗେଟ କରିଛି ବିଜେପି। ବିଏମସି କମିଶନର ଏବଂ ମେୟରଙ୍କ ଉପରେ ବର୍ଷିଛି ଦଳ। ଅଧିକ ପଢନ୍ତୁ

jaga mission issue
ବିଏମସିକୁ ଟାର୍ଗେଟ କଲା ବିଜେପି
author img

By ETV Bharat Odisha Team

Published : Sep 7, 2023, 7:24 PM IST

ବିଏମସିକୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ବର: 'ଜାଗା ମିଶନ' ନେଇ ପୁଣି ଥରେ BMCକୁ ଟାର୍ଗେଟ କରିଛି ବିଜେପି । ଏପରିକି କମିଶନରଙ୍କ ବିରୋଧରେ ଠକେଇ ଅଭିଯୋଗ କରି ମାମଲା ରୁଜୁ କରିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, 'ଜାଗା ମିଶନ' ନାଁରେ ବସ୍ତି ବାସିନ୍ଦାଙ୍କୁ ଭୂଆଁ ବୁଲାଉଛି BMC । ସରକାର ତା'ର ନୈତିକତା ହରାଇଛି । ଜମି ଅଧିଗ୍ରହଣର ପ୍ରମାଣ ପତ୍ର ଦେଇ ସରକାର କହୁଛନ୍ତି ଏହା ହେଉଛି ଜମି ପଟ୍ଟା। ଏନେଇ କମିଶନରଙ୍କ ବିରୋଧରେ ମାମଲା ରୁଜୁ କରି କାଠଗଡା଼କୁ ଟଣାଯିବ।" ଏହିପରି ଭାବେ ସର୍ଭେକୁ ନେଇ ପ୍ରଶ୍ନ ଉଠାଇବା ସହ ବିଏମସି କମିଶନର ଏବଂ ମେୟରଙ୍କ ଉପରେ ବର୍ଷିଛି ବିଜେପି ।

"ପ୍ରତି ନିର୍ବାଚନ ପୂର୍ବରୁ ସର୍ଭେ ହେଉଛି । ପୂର୍ବରୁ 3ଟି ସର୍ଭେ କରି ବସ୍ତିବାସିନ୍ଦାଙ୍କୁ ଟୋକନ ବାଣ୍ଟିଲେ । ଏବେ ପୁଣି ଡ୍ରୋନ ସର୍ଭେ କରି ପ୍ରମାଣ ପତ୍ର ବାଣ୍ଟିଲେ। ଯଦି ଏହି ସର୍ଭେ ଠିକ ତାହେଲେ ପୂର୍ବରୁ 3ଟି ସର୍ଭେର ଆବଶ୍ୟକତା କ'ଣ ଥିଲା?" ବୋଲି ପ୍ରଶ୍ନ କରିଛି ବିଜେପି। "ଅର୍ଥାତ ସର୍ଭେ ନାଁରେ ପ୍ରଚୁର ଟଙ୍କା ଅପଚୟ କରାଯାଇଥିବା ବେଳେ ଏହା ପଟ୍ଟା ନା ଜମି ଅଧିକାର ପ୍ରମାଣପତ୍ର ସେନେଇ ଏବେ ଯାଏଁ ସ୍ପଷ୍ଟ କଲାନି BMC । ସେପଟେ ଏହି ପଟ୍ଟାକୁ ବ୍ଯାଙ୍କରେ ରଖି ଲୋନ୍ ନେଇପାରିବେ ବୋଲି ବିଏମସି କହିଥିବାବେଳେ ଲୋକମାନେ ଏହାକୁ ବ୍ୟାଙ୍କରେ ଦେଲେ ବ୍ୟାଙ୍କ ଋଣ ପାଇଁ ଗ୍ରହଣ କରୁନାହିଁ" ବୋଲି କହି ବର୍ଷିଛି ବିଜେପି ।

"ଗୋଟିଏ ସାଧା କାଗଜ ଦେଇ ଭଣ୍ଡାଉଛନ୍ତି ଏବଂ ବିଭ୍ରାନ୍ତକର ତଥ୍ୟ ଦେଉଛନ୍ତି କମିଶନର । ଯେଉଁ ଜମିରେ ଋଣ ହେବନି ସେହି ଗୋଚର ଜମିରେ ପ୍ରମାଣ ପତ୍ର ଦେଇଛନ୍ତି । 20 ଫୁଟ ରୋଡ ନହେଲେ ପ୍ଳାନ ଆପ୍ରୁଭାଲ ହେବ ନାହିଁ ଏଠି ପ୍ଳାନ ଆପ୍ରୁଭଲ କେମିତି ଦେବ ? ବିଏମ୍‌ସି ଖାଲି ଜମି ଦେଲେ, ହେଲେ ରାସ୍ତା ପାଇଁ ଜମି ଦେଲେ ନାହିଁ । ପ୍ରମାଣ ପତ୍ର ଦେଇ ପୁଣି ନିଜେ BMC ଘର ଭାଙ୍ଗୁଛି । ଅର୍ଥାତ ନିଜେ ଦେଇଥିବା ପ୍ରମାଣ ପତ୍ରକୁ ନିଜେ BMC ଜାଣି ପାରୁନି । ତାହେଲେ ବ୍ୟାଙ୍କ କେମିତି ବୁଝିବ ?" ପ୍ରଶ୍ନ କରିଛି ବିଜେପି ।

ଏହା ବି ପଢନ୍ତୁ...'ଜାଗା ମିଶନ' ନେଇ CMCକୁ ଟାର୍ଗେଟ୍, ଜମି ପଟ୍ଟା ବଣ୍ଟନରେ ସତ୍ୟାସତ୍ୟ ନଥିବା ଅଭିଯୋଗ

ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି,"ଗଣେଶ ପୂଜା ରସିଦ ଭଳି ପ୍ରିମିୟମ ରସିଦ ଦେଉଛନ୍ତି । ଯଦି ପ୍ରିମିୟମ ବାବଦକୁ ଟଙ୍କା ନେଉଛନ୍ତି ତାହେଲେ ତାଙ୍କ ନାଁରେ ସେଲ ଡିଡ଼ କରୁ ନାହାନ୍ତି କାହିଁକି ? କର୍ପୋରେଟରମାନଙ୍କ ସହ କୌଣସି ଆଲୋଚନା ହେଉ ନାହିଁ । ଓୟୁଏଟି ଜମିକୁ ବି ବାଣ୍ଟି ଦେଇଛନ୍ତି । ବିଏମସି ପ୍ରମାଣ ପତ୍ର ଦେବା ପରେ ବି ଓୟୁଏଟି ସେମାନଙ୍କୁ ଘର ଭାଙ୍ଗିବାକୁ ନୋଟିସ ଦେଇଛି । ଜାଗାମିଶାନକୁ ନେଇ ସରକାରଙ୍କ ବିରୋଧରେ ରାଜନୀତିକ ଆଇନଗତ ଲଢ଼େଇ କରିବ ବିଜେପି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.