ETV Bharat / state

ନିର୍ବାଚନ ଆସିଲେ ବିଜେଡିର ଆଦିବାସୀଙ୍କ କଥା ମନେ ପଡ଼େ: ନିତ୍ୟାନନ୍ଦ ଗଣ୍ଡ

author img

By

Published : Aug 9, 2023, 7:54 PM IST

ଆଜି ବିଶ୍ବ ଆଦିବାସୀ ଦିବସ । ଆଜିର ଦିନକୁ ବିଜୁ ଜନତା ଦଳ ପକ୍ଷରୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିବାବେଳେ ଆଦିବାସୀଙ୍କୁ ଅବହେଳା ନେଇ ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ

ଆଦିବାସୀଙ୍କୁ ଅବହେଳା ନେଇ ବିଜେପିର ଅଭିଯୋଗ
ଆଦିବାସୀଙ୍କୁ ଅବହେଳା ନେଇ ବିଜେପିର ଅଭିଯୋଗ
ଆଦିବାସୀଙ୍କୁ ଅବହେଳା ନେଇ ବିଜେପିର ଅଭିଯୋଗ

ଭୁବନେଶ୍ବର: ଆଜି ବିଶ୍ବ ଆଦିବାସୀ ଦିବସ । ଆଜିର ଦିନକୁ ନିଆରା ଢଙ୍ଗରେ ପାଳନ କରିଛି ବିଜୁ ଜନତା ଦଳ । ସେପଟେ ଏହାକୁ ନେଇ ବିଜେପି ବିଜେଡିକୁ କଟାକ୍ଷ କରିଛି। ବିଜେପି କହିଛି, "ନିର୍ବାଚନ ପାଖେଇ ଆସିଲେ ବିଜେଡିର ଆାଦିବାସୀଙ୍କ କଥା ମନେପଡେ।" ବିଜେପି ଏସ୍‌ଟି ମୋର୍ଚ୍ଚାର ସଭାପତି ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, "ରାଜ୍ଯରେ ଆଦିବାସୀମାନେ ଅବହେଳିତ ଅବସ୍ଥାରେ ଅଛନ୍ତି । ଏସ୍‌ଟିଏସ୍‌ସି ଚେୟାରମ୍ଯାନ ମୁଖ୍ୟମନ୍ତ୍ରୀ ଅଛନ୍ତି । ଏହି ଏସ୍‌ଟିଏସ୍‌ସି ବୈଠକ 2018 ଜୁନ୍‌ ମାସରେ ହୋଇଥିଲା । ତା ପରଠାରୁ ଆଉ ବୈଠକ ହେଲାନାହିଁ । ଯାହାକି ପ୍ରତ୍ୟେକ ବର୍ଷ ହେବା ଦରକାର । କିନ୍ତୁ ଟିଏସ୍‌ସି ବୈଠକ ନିର୍ବାଚନ ଆସୁଥିବା କାରଣରୁ ଚଳିତ ବର୍ଷ ହେଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଲେ ନାହିଁ । ଭର୍ଚ୍ଚୁଆଲରେ କିଛି ସମୟ ପାଇଁ ରହିଲେ । ସେ ବୈଠକରେ କିଛି ଆଲୋଚନା ହେଲା ନାହିଁ । ଅଳ୍ପ ସମୟରେ ବୈଠକ ବନ୍ଦ କରି ଦିଆଯାଇଥିଲା । ଏଥିରୁ ଜଣାପଡ଼ୁଛି ଆଦିବାସୀମାନଙ୍କ ପାଇଁ ଏ ସରକାର କେତେ ତତ୍ପର ।"

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, "ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆଦିବାସୀମାନଙ୍କ ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ନିର୍ବାଚନ ସରିଲେ ଯୋଜନା ବି ବନ୍ଦ ହୋଇଯିବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଖଣି ଖାଦାନ ଭରପୂର ରହିଛି । ଡିଏମ୍‌ଏଫ୍‌ ଫଣ୍ଡରେ ଆଦିବାସୀ ଅଞ୍ଚଳର ବିକାଶ କରିବା କଥା ହେଲେ ତାହା ହେଉନାହିଁ । ଗ୍ରାମସଭା କିମ୍ବା ପଲ୍ଲୀସଭା ମଧ୍ୟ ହେଉନାହିଁ । ସରକାରୀ ଅଧିକାରମାନେ ଏହି ପାଣ୍ଠିକୁ ହଡ଼ପ କରୁଛନ୍ତି।"

ଏହା ବି ପଢନ୍ତୁ...ସହଭାଗିତା ରାଜନୀତି ରାଜ୍ୟରେ ବିଜେପିକୁ କରିବ ଦୁର୍ବଳ? ଏପରି ଜବାବ ରଖିଲା ବିଜେପି

"ଆଜି ବି ସେ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ । ନବରଙ୍ଗପୁରରେ 100ରୁ ଊର୍ଦ୍ଧ୍ବ ଡାକ୍ତର ପଦବୀ ଖାଲି ପଡ଼ିଛି । ମେଡିକାଲରେ ନର୍ସ ନାହାନ୍ତି । ସେହିପରି ଅନେକ ଶିକ୍ଷକ ପଦବୀ ଖାଲି ପଡ଼ିଥିବାବେଳେ ସ୍କୁଲ୍‌ଗୁଡିକର ଭିତ୍ତିଭୂମିରେ ସୁଧାର ଆସୁନାହିଁ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ ଗାଁକୁ ରାସ୍ତା ନାହିଁ । ଆମ୍ବୁଲାନ୍ସ ସେବା ଲୋକଙ୍କ ପାଖରେ ପହଞ୍ଚି ପାରି ନାହିଁ । ଏପରିକି ଭାରତ ସରକାରଙ୍କ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ରାଜ୍ୟ ସରକାର ଆଦିବାସୀଙ୍କ ପ୍ରତି ଆନ୍ତରିକତା ଦେଖାଇ ନାହାନ୍ତି । କେବଳ ନିର୍ବାଚନ ପୂର୍ବରୁ ହିଁ ଯୋଜନା କରୁଛନ୍ତି । ହେଲେ ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ହେଉନାହିଁ । ତେଣୁ ଏ ସରକାର ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆଦିବାସୀମାନେ ଏ ସରକାର କୁ ଭଲ ଭାବରେ ବୁଝି ସାରିଲେଣି ଆଗାମୀ ନିର୍ବାଚନରେ ଉଚିତ ଜବାବ ଦେବେ।" ବୋଲି କହି ଆଦିବାସୀ ଦିବସରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.