ETV Bharat / state

ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ଘଟଣା: ତୀବ୍ର ନିନ୍ଦା କଲା ବିଜେପି, ଡିଆଇଜି ବ୍ରିଜେଶ ରାୟଙ୍କ ବଦଳି

author img

By ETV Bharat Odisha Team

Published : Aug 22, 2023, 5:04 PM IST

ମହିଳା ହୋମଗାର୍ଡ ଆତ୍ମହତ୍ୟା ଘଟଣା । ବିଜେପି ଘଟଣାର ତୀବ୍ର ନିନ୍ଦା କରିଥିବା ବେଳେ ଡିଆଇଜିଙ୍କ ବଦଳି କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

Home guard harassed by DIG family issue
Home guard harassed by DIG family issue
ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ଘଟଣା: ତୀବ୍ର ନିନ୍ଦା କଲା ବିଜେପି

ଭୁବନେଶ୍ବର: ଓଡ଼ିଶାର ଜଣେ ଡିଆଇଜିଙ୍କ ପରିବାର ଦ୍ଵାରା ନିର୍ଯାତିତ ହୋଇ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନିନ୍ଦା କଲା ବିଜେପି । ଏହା ଅତ୍ୟନ୍ତ ଲୋମହର୍ଷଣକାରୀ ଘଟଣା । ଓଡ଼ିଶା ପାଇଁ ଅତି ଲଜ୍ଜାଜନକ କଥା । ଯେଉଁମାନେ ଲୋକଙ୍କ ସୁରକ୍ଷା ପାଇଁ ରହିଛନ୍ତି, ଯେଉଁ ବ୍ୟବସ୍ଥା ଲୋକଙ୍କୁ ସୁରକ୍ଷା ଦେବାକୁ ରହିଛି । ସେହି ବ୍ୟବସ୍ଥା ହିଁ ନିର୍ଯାତନା ଦେଉଛି ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର । ସେପଟେ ଅଭିଯୋଗ ଆସିବା ପରେ ଡିଆଇଜି ବ୍ରିଜେଶ ରାୟଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କଲେ ରାଜ୍ୟ ସରକାର ।

ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ଉପସଭାପତି ଲେଖାଶ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହା ଅତ୍ୟନ୍ତ ଲୋମହର୍ଷଣକାରୀ ଘଟଣା । ଓଡ଼ିଶା ପାଇଁ ଅତି ଲଜ୍ଜାଜନକ କଥା । ଯେଉଁମାନେ ଲୋକଙ୍କ ସୁରକ୍ଷା ପାଇଁ ରହିଛନ୍ତି, ଯେଉଁ ବ୍ୟବସ୍ଥା ଲୋକଙ୍କୁ ସୁରକ୍ଷା ଦେବାକୁ ରହିଛି । ସେହି ବ୍ୟବସ୍ଥା ହିଁ ନିର୍ଯାତନା ଦେଉଛି । ଓଡ଼ିଶାର ଜଣେ ଡିଆଇଜିଙ୍କ ପରିବାର ଦ୍ଵାରା ନିର୍ଯାତିତ ହୋଇ ଜଣେ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କଲେ ଏବଂ ଟ୍ରେନ ଆଗରେ ପଡ଼ି ଦୁଇଟି ଗୋଡ ହରାଇବାର ଦୃଶ୍ୟ ସମସ୍ତଙ୍କ ମନକୁ ଅତ୍ୟନ୍ତ ବିଚଳିତ କରିଛି । "

ଏହା ବି ପଢନ୍ତୁ- NOC ପାଇଁ ଫାଇନାନ୍ସ କମ୍ପାନୀ ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ

ଏ ନେଇ ଲେଖାଶ୍ରୀ ପ୍ରଶ୍ନ ଉଠାଇ କହିଛନ୍ତି, "ଓଡ଼ିଶା କେଉଁ ଦିଗରେ ଯାଉଛି ? ଆମେ କେଉଁ ଆଡେ ଯାଉଛେ ? ବର୍ତ୍ତମାନ ସମୟରେ ଏଭଳି ଘଟଣା କେବେ ବି ଗ୍ରହଣୀୟ ନୁହେଁ । ଏହାର ଘୋର ନିନ୍ଦା କରୁଛି ବିଜେପି । ଯେଉଁମାନେ ବି ଏ ଘଟଣା ପଛରେ ଅଛନ୍ତି, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ । ଯିଏ ଦୋଷୀ ତାଙ୍କୁ କଠୋର ଦଣ୍ଡ ଦିଆଯାଉ । ଯେମିତି ଏଭଳି ଘଟଣା କେବେ ଘଟିବ ନାହିଁ, କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ସେମିତି ବାର୍ତ୍ତା ସମାଜକୁ ଦିଆଯାଉ । ଆଉ କେହି ଯେମିତି କେବେ ସାହସ କରିବେ ନାହିଁ, ଯେ ଟଙ୍କା ତଳେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଏଭଳି ଅମାନବୀୟ ବ୍ୟବହାର କରିବା ଆଗରୁ ୫୦ ଥର ଭାବିବେ ।"

କଣ ଥିଲା ଘଟଣା ? :- ରାଜ୍ୟ ପୋଲିସର ଜଣେ ଡିଆଇଜି ପାହ୍ୟାର ଅଧିକାରୀଙ୍କ ପତ୍ନୀଙ୍କ ନିର୍ଯାତନାର ଶିକାର ହୋଇଛନ୍ତି ଅନୁଗୋଳ ଜିଲ୍ଲାର ମହିଳା ହୋମଗାର୍ଡ ଶୈରିନ୍ଦ୍ରୀ ସାହୁ । ତାଙ୍କ ଲାଗି ନିର୍ଯାତନାର ଭାର ଏତେ ହୋଇଥିଲା ଯେ ହୋମଗାର୍ଡ ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । କାରଣ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଦେଉଥିଲେ ନିର୍ଯାତନା । ଡିଆଇଜିଙ୍କର ଘର କାମ କରିବା ସହିତ ଯାବତୀୟ କାମ ମଧ୍ୟ କରୁଥିଲେ । ଡିଆଇଜିଙ୍କ ପତ୍ନୀ ତାଙ୍କୁ ବାରମ୍ବାର ଚାକିରି ନେଇଯିବାର ଧମକ ମଧ୍ୟ ଦେଉଥିଲେ। ଏ ସବୁର ଅସହ୍ୟ ହୋଇ ଆତ୍ମହତ୍ୟା ଆପଣାଇଥିଲେ।

ଶେଷରେ ସେ ଟ୍ରେନ ଲାଇନରେ ଶୋଇ ଆତ୍ମହତ୍ୟା କରିବାକୁ ଯାଇଥିଲେ, କିନ୍ତୁ ବଞ୍ଚି ଯାଇଥିଲେ ସତ ହେଲେ ସେ ୨ଟି ଗୋଡ ହରାଇଥିବା ଜଣାପଡ଼ିଛି । ସେ ଏବେ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହାକୁ ନେଇ ବିଜେପିର ଏକ ୫ ଜଣିଆ ଟିମ ତାଙ୍କୁ ଭେଟିବାକୁ ଯାଇଛନ୍ତି ଏବଂ ହୋମଗାର୍ଡ ଡିଜି ସୁଧାଂଶୁ ଷଡଙ୍ଗୀଙ୍କୁ ମଧ୍ୟ ଭେଟି ଆଲୋଚନା କରିବେ । ସେପଟେ ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ ନିକଟରେ ମଧ୍ୟ ଅଭିଯୋଗ ହୋଇଛି । ଏହି ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.