ETV Bharat / state

ଗାଡ଼କଣା ଅଳିଆଗଦା ଉଠାଇବା ଦାବିରେ ବିଜେପି ସତ୍ୟାଗ୍ରହକୁ ୧୫ଦିନ, 'ନିଦାବିଷ୍ଣୁ ସାଜିଛି ବିଏମ୍‌ସି' - ନିଦାବିଷ୍ଣୁ ସାଜିଛି ବିଏମ୍‌ସି

BJP Satyagraha: ଗାଡ଼କଣା ଅଳିଆଗଦା ଉଠାଇବା ଦାବିରେ ବିଜେପି ସତ୍ୟାଗ୍ରହକୁ ୧୫ ଦିନରେ ପହଞ୍ଚିଛି । ସୋମବାର ଅଳିଆ ଗଦା ବୁଲିଛନ୍ତି ବିଜେପି ବିଧାୟକ ମୋହନ ମାଝୀ । ଅଳିଆଗଦା ନଉଠିବା ଯାଏଁ ଆନ୍ଦୋଳନକୁ ଆଗକୁ ତ୍ଵରାନିତ୍ଵ କରିବା ସହ ଏଭଳି ସତ୍ୟାଗ୍ରହରେ ବସି ରହିବ ବୋଲି ନିଶ୍ଚିତ କରିଛି ଭୁବନେଶ୍ବର ଜିଲ୍ଲା ବିଜେପି । ଅଧିକ ପଢ଼ନ୍ତୁ

ଗାଡ଼କଣା ଅଳିଆଗଦା ଉଠାଇବା ଦାବିରେ ବିଜେପି ସତ୍ୟାଗ୍ରହକୁ ୧୫ ଦିନ

author img

By ETV Bharat Odisha Team

Published : Dec 11, 2023, 10:17 PM IST

ଗାଡ଼କଣା ଅଳିଆଗଦା ଉଠାଇବା ଦାବିରେ ବିଜେପି ସତ୍ୟାଗ୍ରହକୁ ୧୫ ଦିନ

ଭୁବନେଶ୍ବର: ଗାଡ଼କଣାସ୍ଥିତ ଅସ୍ଥାୟୀ ଅଳିଆଗଦାକୁ ଉଠାଇବା ପାଇଁ ବିଜେପି ସତ୍ୟାଗ୍ରହରେ ବସିଥିବାବେଳେ ଏହା ଆଜିକୁ ୧୫ ଦିନରେ ପହଞ୍ଚିଛି । ସାଧାରଣ ଜନତାଙ୍କ ସ୍ବାର୍ଥ ପାଇଁ ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ବର୍ତ୍ତମାନ ଭୁବନେଶ୍ବରରେ ଏକ ଜନଆନ୍ଦୋଳନରେ ପରିଣତ ହୋଇଥିବାବେଳେ ବିଏମ୍‌ସି ନିଦାବିଷ୍ଣୁ ସାଜିଥିବା ଅଭିଯୋଗ କରିଛି ବିଜେପି । ତେଣୁ ଅଳିଆଗଦା ନଉଠିବା ଯାଏଁ ଆନ୍ଦୋଳନକୁ ଆଗକୁ ତ୍ଵରାନିତ୍ଵ କରିବା ସହ ଏଭଳି ସତ୍ୟାଗ୍ରହରେ ବସି ରହିବ ବୋଲି ପଣ କରିଛି ଭୁବନେଶ୍ବର ଜିଲ୍ଲା ବିଜେପି ।

ଏହାରି ଭିତରେ ସୋମବାର ଅଳିଆ ଗଦା ବୁଲିଛନ୍ତି ବିଜେପି ବିଧାୟକ ମୋହନ ମାଝୀ । ଅଳିଆ ଗଦା ବୁଲିବା ସହ ସେଠାକାର ପୂତିଗନ୍ଧମୟ ପରିବେଶକୁ ବୁଲି ଦେଖିଛନ୍ତି ଆଉ ସେଭଳି ଅସ୍ବାସ୍ଥ୍ୟକର ପରିବେଶରେ କାର୍ଯ୍ୟ କରୁଥିବା ବିଏମ୍‌ସିର କର୍ମଚାରୀଙ୍କ ସହ କଥା ହୋଇଛନ୍ତି । ତେବେ ଅଳିଆର ପାହାଡ କେବେ ଉଠିବ ଜଣାନଥିବା ବେଳେ ସୁରକ୍ଷିତ ଓ ସତର୍କ ରହି ସେଠାରେ କାର୍ଯ୍ୟକରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ବିଧାୟକ । ଏହି ପରିଦର୍ଶନ ବେଳେ ବିଧାୟକ କହିଛନ୍ତି, "ଭାରତ ସରକାରଙ୍କ ପକ୍ଷରୁ ଭୁବନେଶ୍ବରକୁ ସ୍ମାର୍ଟ ସିଟି କରିବା ପାଇଁ ଅର୍ଥର ବ୍ୟବସ୍ଥା କରାଯାଇଥିବା ବେଳେ ବିଶେଷ ଭାବେ ସ୍ବଚ୍ଛତାକୁ ନେଇ ଭାରତ ବର୍ଷ ସମେତ ବିଶ୍ବରେ ଭୁବନେଶ୍ବରର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ହେଲେ ସେହି ଭୁବନେଶ୍ବରରେ ବର୍ଜ୍ୟବସ୍ତୁ ପରିଚାଳନା ଫେଲ ମାରିଛି । ଭୁଶୁଡି ଯାଇଛି ବିଏମ୍‌ସିର ସ୍ବଚ୍ଛତା ବ୍ୟବସ୍ଥା । ବର୍ଜ୍ୟ ପରିଚାଳନାରେ ବିଏମ୍‌ସି ଫେଲ୍‌ ମାରିଥିବା ବେଳେ ଅସ୍ଥାୟୀ ଅଳିଆଗଦା ଏବେ ସ୍ଥାୟୀରେ ପରିଣତ ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ...‘ଗାଡକଣର ଅଳିଆ ପାହାଡକୁ ଲୁଚେଇବାକୁ ଟେକ୍ନୋଲୋଜିର ଗୋଲାପୀ ଗପ କହୁଛି ବିଏମସି’

ସେପଟେ ଏହାକୁ ନେଇ ସହର ଗନ୍ଧରେ ଫାଟି ପଡ଼ୁଥିବାବେଳେ ପୂତିଗନ୍ଧମୟ ପରିବେଶକୁ ନେଇ ଲୋକଙ୍କ ଜୀବନହାନୀ ଘଟୁଛି । ଦିନକୁ ଦିନ ସ୍ଥାନୀୟ ଲୋକଙ୍କୁ ରୋଗ ଗ୍ରାସିଛି । ତେଣୁ ଏଭଳି ପ୍ରତିକୂଳ ପରିସ୍ଥିରେ ସ୍ଥାନୀୟ ଲୋକମାନେ ବେଶ ଯନ୍ତ୍ରଣା ଭୋଗୁଛନ୍ତି । ସ୍କୁଲଠୁ ଆରମ୍ଭ କରି ହସ୍ପିଟାଲ ସବୁ କିଛି ଏହାଦ୍ବାରା ପ୍ରଭାବିତ ହୋଇଥିବା କହିଛନ୍ତି ମୋହନ । କିନ୍ତୁ ଏହାର ସ୍ଥାୟୀ ସମାଧାନ କରିବା ବଦଳରେ ବିଏମ୍‌ସି ମେୟର ଓ କମିଶନର ଚୁପ ବସିଛନ୍ତି ଏବଂ କଥା ବେଶୀ ଓ କାମ କାମ କରି ଭୋଟ ବେଳକୁ ଖାଲି ଲୋକଙ୍କୁ ବିଭିନ୍ନ ଅଳ ଦେଖାଇ ଭୋଟ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବାସ୍ତବ ସମସ୍ୟାର ସମାଧାନ କରୁନଥିବା ବେଳେ ଭାରତୀୟ ଜନତା ପାର୍ଟି ଲୋକମାନଙ୍କ ସ୍ବର ହୋଇଛି । ତେଣୁ ଯେ ପର୍ଯ୍ୟନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ ବା ଡମ୍ପିଙ୍ଗ ୟାର୍ଡ୍‌ ନଉଠିଛି, ସେ ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଜାରି ରହିବ ବୋଲି କହିଛନ୍ତି ବିଧାୟକ ମୋହନ ମାଝୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.