ETV Bharat / state

ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ: ସମର୍ଥନ କଲା ବିଜେପି

author img

By

Published : Jul 27, 2023, 10:05 PM IST

ରାଜ୍ୟସଭା ଗୃହ ଭିତରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ଦାବି କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଯାହାକୁ ସମର୍ଥନ କରିବା ସହ ଏନେଇ ଏନଡିଏ ଏବଂ ଇଣ୍ଡିଆକୁ ଚିଠି ଲେଖି ଅବଗତ କରାଇବା ଦରକାର ବୋଲି ବିଜେପି କହିଛି । ଅଧିକ ପଢନ୍ତୁ

ମହିଳା ସଂରକ୍ଷଣ ବିଲକୁ ବିଜେପିର ସମର୍ଥନ
ମହିଳା ସଂରକ୍ଷଣ ବିଲକୁ ବିଜେପିର ସମର୍ଥନ
ମହିଳା ସଂରକ୍ଷଣ ବିଲକୁ ବିଜେପିର ସମର୍ଥନ

ଭୁବନେଶ୍ବର: ସଂସଦରେ ମହିଳା ସଂରକ୍ଷଣ ବିଲ୍ ଦାବି କଲା ବିଜେଡି । ରାଜ୍ୟସଭା ଗୃହ ଭିତରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ଦାବି କରିଛନ୍ତି ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି, "ସଂସଦ ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ପାସ୍‌ ହେବା ଦ୍ୱାରା ଭାରତ ଇତିହାସ ରଚିବା ସହିତ ମହିଳା ସଶକ୍ତିକରଣ ଆଡ଼କୁ ଅଗ୍ରସର ହେବ ।" ସେପଟେ ଏହାକୁ ସମର୍ଥନ କରିଛି ବିଜେପି । ଏନେଇ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ମହିଳା ସଂରକ୍ଷଣକୁ ବିଜେପି ସବୁବେଳେ ସମର୍ଥନ କରିଛି । ସୁଷମା ସ୍ବରାଜ ପ୍ରଥମେ ରାଜ୍ୟସଭାରେ ଟେବୁଲ କରିଥିଲେ । ସଠିକ ତଥ୍ୟ ଯଦି ବିଜେଡି ଉପସ୍ଥାପନ କରନ୍ତା ମହିଳାଙ୍କୁ ସୁବିଧା ହେବ ଏବଂ ମହିଳା ନେତ୍ରୀମାନେ ଲାଭ ପାଇପାରିବେ ।"

ବିଜେପି ଉପ ସଭାନେତ୍ରୀ ପ୍ରଭାତୀ ପରିଡା ଆହୁରି ମଧ୍ୟ କହିଛନ୍ତି, "କେବଳ ରାଜ୍ୟସଭାରେ ଧୂଆଁବାଣ କରିବା ପାଇଁ ଏସବୁ କୁହାଯାଇଛି । ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇ ଲୋକସଭାରେ ଟେବୁଲ ହେବା କଥା । ବିଜେପିର ନେତୃତ୍ବ ସବୁବେଳେ ଆଗରେ ଅଛି । ବିଜେଡି ଖାଲି କାଉ ରାବିବା ଆମ୍ବ ଝଡ଼ିବା ଭଳି କରୁଛନ୍ତି ।ମହିଳା ସଂରକ୍ଷଣକୁ ବିଜେପି ସବୁବେଳେ ସମର୍ଥନ କରିଛି । ସୁଷମା ସ୍ବରାଜ ପ୍ରଥମେ ରାଜ୍ୟସଭାରେ ଟେବୁଲ କରିଥିଲେ । ଆଉ ବିଜେଡି ଯଦି ସଠିକ ତଥ୍ୟ ଉପସ୍ଥାପନ କରନ୍ତା, ତେବେ ମହିଳାଙ୍କୁ ସୁବିଧା ହେବ ଏବଂ ମହିଳା ନେତ୍ରୀମାନେ ଲାଭ ପାଇପାରିବେ ।

ଏହାସହ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, "ଦେଶରେ ମହିଳା ହିଂସା ଓ ଅତ୍ୟାଚାରରେ ଓଡ଼ିଶା ପ୍ରଥମ । କାରଣ ଓଡ଼ିଶାରେ ଦଣ୍ଡବିଧାନ ସେହି ଅନୁଯାୟୀ ହେଉନାହିଁ । ଶାସ୍ତି ମିଳିବାରେ ଓଡ଼ିଶା ସରକାର ବହୁ ପଛରେ । ଗୋଟିଏ ପଟେ ଆମେ ମହିଳାଙ୍କ ହିଂସା ରୋକିବାରେ ସଫଳ ହେଉନାହୁୁଁ । ଏହାସହ ମହିଳା ସଂରକ୍ଷଣ ବିଲ୍ କେମିତି ପାସ୍ ହେବ ସେଥିପାଇଁ ଏନଡିଏ ଏବଂ ଇଣ୍ଡିଆକୁ ଚିଠି ଲେଖି ମହିଳା ସଂରକ୍ଷଣ ବିଲ୍ ବାବଦରେ ଅବଗତ କରାଇବା ଦରକାର । ବିଜେପିର ନେତୃତ୍ୱ ଏହାକୁ ସହୃଦୟତାର ସହ ସ୍ୱୀକାର କରିବ ।"

ଏହା ବି ପଢନ୍ତୁ...RajyaSabha: ଉଚ୍ଚ ସଦନରେ ଗୃହୀତ ହେଲା ସିନେମାଟୋଗ୍ରାଫି ସଂଶୋଧନ ବିଲ

ସୂଚନା ଅନୁସାରେ, ବୁଧବାର ରାଜ୍ୟସଭାରେ ସସ୍ମିତ ପାତ୍ର ମହିଳା ସଂରକ୍ଷଣ ବିଲ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, "୨୦୧୯ରୁ ଲୋକସଭା ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ରଖିଥିଲା ବିଜେଡି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ଧରି ଏହି ବିଲ୍ ପାରିତ ହେବା ପାଇଁ ଦାବି କରିଆସୁଛନ୍ତି । ତେଣୁ ଏହି ବିଲ୍‌କୁ ସଂସଦରେ ତୁରନ୍ତ ପାରିତ କରାଯାଉ ବୋଲି ଆମେ ଦାବି କରୁଛୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.