ETV Bharat / state

ଗାଢ଼କଣ ଡମ୍ପିଂୟାର୍ଡ ବିବାଦ, ବିଏମସିକୁ ଟାର୍ଗେଟ କଲା ବିଜେପି

author img

By ETV Bharat Odisha Team

Published : Nov 6, 2023, 10:06 PM IST

ଗାଢ଼କଣ ଡମ୍ପିଂୟାର୍ଡ ପ୍ରସଙ୍ଗକୁ ନେଇ ବିଏମସିକୁ ଟାର୍ଗେଟ କଲା ବିଜେପି । ତୁରନ୍ତ ସମସ୍ୟାର ସମାଧାନ ନହେଲେ ବିଏମସି ଘେରାଉ କରିବାକୁ ଚେତାବନୀ । ଅଧିକ ପଢ଼ନ୍ତୁ

BJP reaction on Gadakana dumping yard
BJP reaction on Gadakana dumping yard
BJP reaction on Gadakana dumping yard

ଭୁବନେଶ୍ବର: ଦୁର୍ଗନ୍ଧରେ ନାକ ଫାଟି ପଡୁଛି ରାଜଧାନୀରେ । ଯୁଆଡେ ଗଲେ ଗନ୍ଧ । ସ୍ମାର୍ଟ ସିଟିରେ ସ୍ମାର୍ଟ ଦଣ୍ଡ ଦେଉଛି ବିଏମସି । ଲୋକଙ୍କ ଅଳିଆ ଲୋକଙ୍କ ପାଇଁ ଦଣ୍ଡ ପାଲଟିଛି । କର୍ତ୍ତବ୍ୟ ଆଳରେ ବିଏମସି କାଳ ସାଜିଛି । ବିଏମସିର ଅଧିକାରୀମାନେ ରାଜଧାନୀ ବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ଏଭଳି କିଛି କହି ବିଏମସିକୁ ଟାର୍ଗେଟ କରିଛି ବିଜେପି ।

ତେବେ ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ସ୍ଵଚ୍ଛ ସୁନ୍ଦର ରାଜଧାନୀ ପର୍ଯ୍ୟଟନ ଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସ୍ଵତନ୍ତ୍ର ନାମ ତିଆରି କରିଛି ଭୁବନେଶ୍ଵର । ହେଲେ ଏବେ ରାଜଧାନୀବାସୀଙ୍କ ପାଇଁ କାଳ ସାଜିଛି ଅଳିଆ । ଯେଉଁଠି ମାଇକ୍ରୋ composting center କରାଯାଇଛି ସେ ଅଞ୍ଚଳରେ ରହିବା ଅସମ୍ଭବ । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାକୁ ନେଇ ଗାଢ଼କଣ ଡମ୍ପିଂୟାର୍ଡ ପାଖରେ ବିଜେପି ଧାରଣାରେ ବସିଥିଲା । ଆଗକୁ ବିଏମସି ଅଫିସ ଘେରିବ । ଏହା ସହିତ ଡମ୍ପିଂୟାର୍ଡର ଅଳିଆକୁ ଆଣି ବିଏମସି ଅଫିସ ଆଗରେ ପକାଇବ ବିଜେପି । ଯଦି ତୁରନ୍ତ ଏହାର ସମାଧାନ ନହୁଏ ତେବେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେବ ବିଜେପି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଏମସିର ଅଧିକାରୀମାନେ ରାଜଧାନୀବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ଆଗରୁ କହୁଥିଲେ ଆମେ ତିନି ମାସ ମଧ୍ୟରେ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ କରିଦେବୁ । ହେଲେ ଏବେ ପୁଣି ସାତ ମାସ ମାଗିବା କେତେ ଦୂର ଠିକ୍ । ସେପଟେ ବିଏମସି କମିଶନର କହୁଛନ୍ତି ଲୋକମାନଙ୍କୁ ଅଧିକ ଫାଇନ କରାଯିବ । ଯେଉଁ ଲୋକମାନେ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁକୁ ଅଲଗା ଅଲଗା ନକରିବେ ସେମାନଙ୍କୁ ଫାଇନ କରିବ ବିଏମସି । ସବୁକଥାରେ ଲୋକମାନଙ୍କୁ ଦୋଷ ଦେଉଛି ବିଏମସି । ତେଣୁ ଆଗାମୀ ଦିନରେ ବିଜେପି ଏହାକୁ ନେଇ ବଡ଼ ଧରଣର ଆନ୍ଦୋଳନ କରିବ ।

ଏହା ମଧ୍ୟ ପଢ଼ନ୍ତୁ.......ଦୁର୍ଗନ୍ଧରେ ଫାଟିପଡୁଛି ରାଜଧାନୀ; ଗାଡକଣ ଡମ୍ପିଂୟାର୍ଡ ଯାଇ ସ୍ଥିତି ନିରୀକ୍ଷଣ କଲା ବିଜେପି

ତେବେ ଏହାରି ଭିତରେ ଆଜି ବିଏମସିକୁ ବାରମ୍ବାର ଜଣାଇବା ପରେ ବି ଗାଢକଣ ଅଞ୍ଚଳରେ ରାଜଧାନୀର ସବୁ ଅଳିଆକୁ ନେଇ ପକାଇ ଡମ୍ପିଂୟାର୍ଡ କରିବା ସେଠିକାର ଲୋକଙ୍କୁ ଅତିଷ୍ଠ କରିଛି । ଦୁର୍ଗନ୍ଧରେ ପୁରା ଅଞ୍ଚଳରେ ଅଶ୍ୱସ୍ତିକର ପରିବେଶ ସୃଷ୍ଟି ହୋଇଛି । ଲୋକେ ଶ୍ୱାସ ସମସ୍ୟା ସହ ଚର୍ମ ରୋଗର ଶିକାର ହେଉଛନ୍ତି । କିନ୍ତୁ ବିଏମସି ଲୋକଙ୍କ ସମସ୍ୟାକୁ ଗୁରୁତର ଭାବେ ନେଉନଥିବାରୁ ଏହାକୁ ବିରୋଧ କରି ଲୋକଙ୍କୁ ଯାଦୁ ମଲମ ବାଣ୍ଟିଛନ୍ତି କିଛି ସ୍ୱେଚ୍ଛାସେବୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.