ETV Bharat / state

ବିହାର ସରକାରଙ୍କ ଜାତିଭିତ୍ତିକ ଗଣନା ରିପୋର୍ଟ, ଓଡିଶାରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି

author img

By ETV Bharat Odisha Team

Published : Oct 5, 2023, 8:06 AM IST

ବିହାର ସରକାର ଜାତିଭିତ୍ତିକ ଗଣନା ରିପୋର୍ଟ ପ୍ରକାଶ କରିବା ପରେ ଆରମ୍ଭ ହୋଇଯାଇଛି ରାଜନୀତି ବୟାନବାଜି । ଅଧିକ ପଢନ୍ତୁ

ବିହାର ସରକାରଙ୍କ ଜାତିଭିତ୍ତିକ ଗଣନା ରିପୋର୍ଟ
ବିହାର ସରକାରଙ୍କ ଜାତିଭିତ୍ତିକ ଗଣନା ରିପୋର୍ଟ
ବିହାର ସରକାରଙ୍କ ଜାତିଭିତ୍ତିକ ଗଣନା ରିପୋର୍ଟ

ଭୁବନେଶ୍ବର: ବିହାର ସରକାର ଜାତିଭିତ୍ତିକ ଗଣନା ରିପୋର୍ଟ ପ୍ରକାଶ କରିବା ପରେ ଆରମ୍ଭ ହୋଇଯାଇଛି ରାଜନୀତି ବୟାନବାଜି । ବିହାର ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ନେଇ କଂଗ୍ରେସ ଦାବି କରିଛି । ଏହାକୁ ନେଇ ବିଜେପି ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ଵାଳ ଉଭୟ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରିଛନ୍ତି । ସୁରଥ ବିଶ୍ଵାଳ କହିଛନ୍ତି ଜାତିକୁ ନେଇ ରଜାନୀତି କଲେ ଜାତୀୟତା ବାଧାପ୍ରାପ୍ତ ହେବ ।

ସୁରଥ ବିଶ୍ଵାଳ କହିଛନ୍ତି, ‘‘କଂଗ୍ରେସର 60 ବର୍ଷର ଶାସନ କଳରେ ଦଳ ଓବିସି ପାଇଁ କିଛି କରି ନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି ଜାତି ହେଲା ଗରୀବ । ଗରୀବ ଲୋକଙ୍କ କଲ୍ଯାଣ ପାଇଁ ୯ ବର୍ଷ ଭିତରେ ନରେନ୍ଦ୍ର ମୋଦୀ ଯାହା କରିଛନ୍ତି ତାହା ଷାଠିଏ ବର୍ଷ ଭିତରେ ହୋଇନଥିଲା । ମୋଦି ସରକାରଙ୍କ ବିରୋଧରେ କିଛି କହିବାକୁ ନଥିବାରୁ କଂଗ୍ରେସ ବିହାର ସରକାର ଜାତିଭିତ୍ତିକ ଗଣନା ରିପୋର୍ଟକୁ ସମର୍ଥନ କରି ଜାତିକୁ ଭାଗ ଭାଗ କରୁଛନ୍ତି । ଯାହା ନିନ୍ଦନୀୟ ଘଟଣା । ’’

ଏହା ମଧ୍ୟ ପଢନ୍ତୁ...ଓଡିଶାରେ ବିହାର ପ୍ରଭାବ: ତୁରନ୍ତ ଜାତିଭିତ୍ତିକ ଜନଗଣନା କାର୍ଯ୍ୟକାରୀ କରିବାକୁ ଦାବି କଲା କଂଗ୍ରେସ

ସେ ଆହୁରି ମଧ୍ଯ କହିଛନ୍ତି, ‘‘ଓଡ଼ିଶାରେ ଥିବା ଓବିସି ବର୍ଗଙ୍କ ବିଜେଡି ସରକାର ଜାଣିଶୁଣି ଉପେକ୍ଷା କରି ଚାଲିଛି । ବହୁ ପ୍ରତିକ୍ଷିତ ସର୍ଭେ ରିପୋର୍ଟ ଗଲା କୁଆଡେ? ଯଦି ଜାତି ତାଲିକା ସମ୍ପୂର୍ଣ୍ଣ ନୁହେଁ ସର୍ଭେ କାହାର ହେଲା । ଯେଉଁମାନେ ରାଜ୍ୟ ବାହାରେ ଅଛନ୍ତି ତାଙ୍କର ସର୍ଭେ କିପରି ହେଲା । ବିଜେପିର ଦାବି ଓବିସି ସର୍ଭେ ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରାଯାଉ । ଓଡ଼ିଶା ସରକାର ଓବିସି ବର୍ଗଙ୍କ ଧର୍ଯ୍ୟ ପରୀକ୍ଷା କରୁଛନ୍ତି । ନିଜେ ତ କିଛି ଦେଇ ନାହାନ୍ତି । ଯାହା ମିଳୁଥିଲା ତାକୁ କାଟି ଦେଇଛନ୍ତି । ସେ ସର୍ଭେ ଠିକ୍ ସର୍ଭେ ନୁହେଁ । ରାଜ୍ୟ ସରକାରଙ୍କ ପାଖରେ ରେକର୍ଡ ଅଫ୍ ରାଇଟ୍‌ ଅଛି । ଜାତି ତାଲିକା ରହିଛି । ଏବେ ଯେଉଁ ସର୍ଭେ ହୋଇଥିଲା ସେ ସର୍ଭେ ରିପୋର୍ଟ କୁଆଡ଼େ ଗଲା । ଯଦି କମିଶନ କହୁଛନ୍ତି ସର୍ଭେ ରିପୋର୍ଟ ସରକାରକୁ ଦେଇଛନ୍ତି । ସରକାର କାହିଁକି ସାର୍ବଜନୀନ କରୁ ନାହିଁନ୍ତି । ଓବିସି ତାଙ୍କର ସାମ୍ବିଧାନିକ ଅଧିକାର ଦେବାକୁ ଚାହୁଁ ନାହାଁନ୍ତି ସରକାର । ଜାତି ଭିତ୍ତିକ ରାଜନୀତି କରିବା ସପକ୍ଷରେ ବିଜେପି କେବେ ନାହିଁ । ଓଡ଼ିଶାରେ ୧୯୩୧ ମସିହାରେ ୫୨ ପ୍ରତିଶତ ଥିଲେ ଓବିସି ବର୍ଗ । ଅସମର୍ଥିତ ସୂତ୍ରରୁ ଯଦି କହିବା ତେବେ ୨୦୧୧ ମସିହାରେ ଓଡ଼ିଶାରେ ୫୪ ପ୍ରତିଶତ ଓବିସି ବର୍ଗର ଲୋକ ଥିବା ଜଣାପଡ଼ିଥିଲା । ତେବେ ଏହାକୁ ନେଇ ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟତା ଦେଉ ନାହାନ୍ତି କାହିଁକି ?’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.