ETV Bharat / state

ଅର୍ପଣ ରଥ ପାଇଁ ଆସୁଥିବା 5 ଲକ୍ଷ ଟଙ୍କାର ହିସାବ ମାଗିଲା ବିଜେପି - Puri Parikrama Politics

Parikrama Project Politics: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭକ୍ତଙ୍କ ଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ ପାଇଁ ଗାଁ ଗାଁ ବୁଲୁଥିବା ଅର୍ପଣ ରଥ ନେଇ ତେଜିଲା ରାଜନୀତି । ପ୍ରତି ୱାର୍ଡକୁ ସରକାର ଦେଉଥିବା ୫ ଲକ୍ଷ ଟଙ୍କାର ହିସାବ ମାଗିଲେ ବିଜେପି କର୍ପୋରେଟର । ଅଧିକ ପଢ଼ନ୍ତୁ

ପରିକ୍ରମା ପ୍ରକଳ୍ପ ରାଜନୀତି
ପରିକ୍ରମା ପ୍ରକଳ୍ପ ରାଜନୀତି
author img

By ETV Bharat Odisha Team

Published : Jan 10, 2024, 4:14 PM IST

ପରିକ୍ରମା ପ୍ରକଳ୍ପ ରାଜନୀତି

ଭୁବନେଶ୍ବର: ଜାନୁଆରୀ ୧୭ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌ଘାଟନ । ଏହି ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶାବାସୀଙ୍କର ସହଭାଗିତାକୁ ନେଇ ଗୁଆ ଏବଂ ଅରୁଆ ଚାଉଳ ସଂଗ୍ରହ କରୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅର୍ପଣ ରଥ । ରାଜ୍ୟ ସରକାରଙ୍କ ପକ୍ଷରୁ ଗଡ଼ୁଥିବା ଏହି ରଥ ଗାଁରୁ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ସବୁଠି ବୁଲି ଲୋକଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଛି । ଯାହା ୧୨ ତାରିଖରୁ ଆରମ୍ଭ ହେଉଥିବା ଭବ୍ୟ ଯଜ୍ଞରେ ଲାଗିବ । ହେଲେ ଏହି ଅର୍ପଣ ରଥକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଛି । ବାରମ୍ବାର କଂଗ୍ରେସ ଏହାକୁ ବିଜେଡି ପ୍ରଚାର ବୋଲି ଅଭିଯୋଗ କରି ଆସୁଥିବାବେଳେ ଅର୍ପଣ ରଥକୁ ନେଇ ପ୍ରଶ୍ନ ଉଠାଇଛି ଭୁବନେଶ୍ବର ବିଜେପି ।

ବିଏମ୍‌ସିର କର୍ପୋରେଟର ଜୀବନ ରାଉତ କହିଛନ୍ତି, "ରଥ ବୁଲୁଛି ମହାପ୍ରଭୁ ଜଗନ୍ନାଥଙ୍କ ଭବ୍ୟ ମହୋତ୍ସବ ପାଇଁ । ଯିଏ କୋଟି ଓଡିଆଙ୍କ ମଉଡମଣୀ, ତାଙ୍କ ପ୍ରତି ଥିବା ଆସ୍ଥାକୁ ନେଇ ଲୋକେ ସ୍ଵତଃ ଖୁସିରେ ଗୁଆ ଓ ଅରୁଆ ଚାଉଳ, ନଡ଼ିଆ ଦେଉଛନ୍ତି । କିନ୍ତୁ ରଥକୁ ପରିଚାଳନା କରିବା ପାଇଁ ସରକାର ୫ ଲକ୍ଷ ପ୍ରତି ୱାର୍ଡକୁ ଦେଉଛନ୍ତି । ୱାର୍ଡ ଅଫିସରଙ୍କୁ ଦେଉଛନ୍ତି ଆଉ କର୍ପୋରେଟରଙ୍କୁ କହୁଛନ୍ତି ଲୋକଙ୍କୁ ଖାଇବାକୁ ଦିଅ ଆଉ ଲୋକଙ୍କ ଠାରୁ ଅର୍ପଣ ଗ୍ରହଣ କର । ଯାହା ଗ୍ରହଣୀୟ ନୁହେଁ । ଏଠି ମହାପ୍ରଭୁଙ୍କୁ ନେଇ ରାଜନୀତି କରାନଯାଉ ବା ଲୋକଙ୍କୁ ବାଧ୍ୟ କରାନଯାଉ କି ଖାଇବାକୁ ଦେବା ବାହାନାରେ ନିଜ ଦଳର ପ୍ରଚାର ପ୍ରସାର କରାନଯାଉ । କାରଣ ରଥଟିଏ ବୁଲିବା ପାଇଁ ସରକାର ଯେଉଁ ଅର୍ଥରାଶି ଦେଉଛନ୍ତି, ସେତିକି ଖର୍ଚ୍ଚ ହେଉନାହିଁ । ଅତ୍ ବେଶୀରେ ଏକ ଲକ୍ଷ ହିଁ ଖର୍ଚ୍ଚ ହେଉଛି ।" ବାକି ୪ ଲକ୍ଷ କଣ ଛେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଟଙ୍କା ବିଜେଡି କର୍ମୀମାନେ ଖର୍ଚ୍ଚ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିବାବେଳେ ସାଧାରଣ ଲୋକଙ୍କ ଟାକ୍ସ ଟଙ୍କା ଜଗନ୍ନାଥଙ୍କ ନାଁରେ ଦଳୀୟ ଲୋକଙ୍କୁ ଦେଇ ଦଳର ପ୍ରଚାର ପ୍ରସାର କରୁଛନ୍ତି ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ସେ ଆହୁରି କହିଛନ୍ତି, "ମୁଁ ହିସାବ ନିଶ୍ଚୟ ଦେବି ମୋ ୱାର୍ଡରେ କେତେ ଖର୍ଚ୍ଚ ହେଉଛି । ତେଣୁ ଧର୍ମକୁ ଆଖିଠାର ମାରି ଲୋକଙ୍କ ଟଙ୍କାକୁ ପ୍ରଭୁଙ୍କ ନାଁରେ ବିଜୁ ଜନତା ଦଳ ଖର୍ଚ୍ଚ ନକରୁ । ଲୋକଙ୍କ ଟଙ୍କାର ହିସାବ ଦେଉ, ଯଦି ଏଭଳି ନହୁଏ, ତାକୁ ଆମେ ବିରୋଧ କରୁଛୁ, ଆଗକୁ ମଧ୍ୟ କରିବୁ । ଜଗନ୍ନାଥଙ୍କୁ ସମସ୍ତେ ଜାଣିଛନ୍ତି । କେଉଁ ଆଦିମ କାଳରୁ ସେ ସେଠାରେ ବିରାଜମାନ । ସେ ବିଶ୍ବବିଦିତ । କିଛିଟା ରାସ୍ତାଘାଟ କାମ କରିଦେଇ ପରିକ୍ରମା ପ୍ରକଳ୍ପ ନାଁରେ କାହିଁ ତାଙ୍କର ପ୍ରଚାର କରୁଛ ? ଏଥିପାଇଁ କୋଟି କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ହେଉଛି । ଏହା କେବଳ ବିଜେଡି କର୍ମୀଙ୍କୁ ସୁହାଇଲା, ତାଙ୍କ ପକେଟ ଗରମ କରୁଛନ୍ତି ସରକାର । କର୍ମୀଙ୍କୁ ପୋଷିବାକୁ ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରଭୁଙ୍କ ନାଁରେ ନଦୀ ପାର ହେଉଛି ବିଜେଡି । ଆସ୍ଥା ନାଁରେ ଟଙ୍କା ଲୁଟୁଛନ୍ତି ।" ଖାଲି ସେତିକି ନୁହେଁ ଶ୍ରୀମନ୍ଦିରରେ ସ୍ବଚ୍ଛତାକୁ ନେଇ ଭବ୍ୟ ମହୋତ୍ସବରେ କୌଣସି ବାହାର ଜିନିଷ ଲାଗିବନି ବୋଲି କହିଥିବା ବେଳେ ଆସ୍ଥା ନାଁରେ ନେଉଥିବା ଗୁଆ, ଅରୁଆ ଚାଉଳ ଓ ନଡ଼ିଆ କେଉଁଠି ଲାଗିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ଏହାର ଜୋରଦାର ବିରୋଧ ହେବ ଆଉ ଏଥିପାଇଁ ସରକାର ଉତ୍ତରଦାୟି ରହିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.