ETV Bharat / state

ଭୁବନେଶ୍ୱରରେ ବିଜେପିର 5 ସ୍ଥାନରେ ହରତାଳ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି - ଭୁବନେଶ୍ବରରେ ୫ ସ୍ଥାନରେ ହରତାଳ କରିଛି ବିଜେପି

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟବ୍ୟାପୀ ୩ ଦିନ ଆନ୍ଦୋଳନ କରିବ ବିଜେପି । ଏନେଇ ପ୍ରଥମେ ମଙ୍ଗଳବାର ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ଭୁବନେଶ୍ବରରେ ୫ ସ୍ଥାନରେ ହରତାଳ କରିଛି ବିଜେପି । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ଆନ୍ଦୋଳନ

author img

By

Published : Feb 14, 2023, 7:45 PM IST

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ଆନ୍ଦୋଳନ

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ରାଜରାସ୍ତାରେ ପ୍ରତିବାଦ କରିଛି ବିଜେପି । ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ୩ ଦିନ ଧରି ଆନ୍ଦୋଳନ କରିବ ଦଳ । ଏନେଇ ମଙ୍ଗଳବାର ଭୁବନେଶ୍ବର ବିଜେପି ପକ୍ଷରୁ ୫ ମୁଖ୍ୟ ସ୍ଥାନରେ ହରତାଳ କରାଯାଇଛି । ଭୁବନେଶ୍ବର ଏଜି ଛକ, ଜୟଦେବ ବିହାର, ପଳାଶୁଣି ଛକ, ଖଣ୍ଡଗିରି ଛକ ଏବଂ ସାମନ୍ତରାପୁର ଛକରେ ବିଜେପି ନେତାମାନେ ବିକ୍ଷୋଭ ସହ ପ୍ରତିବାଦ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜ୍ୟବ୍ୟାପୀ ୩ ଦିନ ଧରି ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ହୋଇଛି ବିଜେପି । ଏହି କ୍ରମରେ ପ୍ରଥମେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବିରୋଧ କରି ଭୁବନେଶ୍ବର ବିଜେପି ପକ୍ଷରୁ ୫ ପ୍ରମୁଖ ସ୍ଥାନରେ ହରତାଳ କରାଯାଇଛି । ଆସନ୍ତାକାଲି (ବୁଧବାର) ରାଜ୍ୟରେ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି । ୧୬ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଦେବା ସହିତ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ ଦଳର ବରିଷ୍ଠ ନେତା ।

ଏନେଇ ବିଜେପି ନେତା କହିଛନ୍ତି, "ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ନବ ଦାସଙ୍କର ହତ୍ୟାକୁ ୧୭ ଦିନ ବିତିଯାଇଛି । ହେଲେ ସତ କଣ ବାହାରି ପାରୁନାହିଁ । ଏହାକୁ ନେଇ ଆଗାମୀ ଦିନରେ ବିଜେପି ବିକ୍ଷୋଭକୁ ଆହୁରି ଶାଣିତ କରିବ ।" ମୁଖମନ୍ତ୍ରୀ ତୁରନ୍ତ ଗାଦି ଛାଡନ୍ତୁ ବୋଲି ବିଜେପି ଦାବି କରିଛି । ସେପଟେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ହିତାଧିକାରୀଙ୍କ ୫ କିଲୋ ଚାଉଳ ବନ୍ଦ ହେବାକୁ ବିରୋଧ କରି ବିଜେଡି ରାଜଭବନ ସମ୍ମୁଖରେ ଧାରଣାରେ ବସିଛି । ତେବେ ନବ ଦାସ ଘଟଣାକୁ ଡାଇଭର୍ଟ କରିବା ପାଇଁ ବିଜେଡି ଧାରଣାରେ ବସିଥିବା ଅଭିଯୋଗ କରିଛି ବିଜେପି ।

ପାଖେଇ ଆସୁଛି ନିର୍ବାଚନ । କୌଣସି ପ୍ରସଙ୍ଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ଉଭୟ ବିଜେପି ଓ ବିଜେଡି । ଏହରି ଭିତରେ ନବ ଦାସ ହତ୍ୟାକାଣ୍ଡ ନେଇ ରାଜ୍ୟବାସୀ ଯେଉଁ ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରି ବସିଛନ୍ତି, ତାହା ବାଟବଣା ହେବନାହିଁ ତ ? ଏଭଳି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ଘଟଣାରେ ବାରମ୍ବାର ଶାସକ ବିଜେଡିକୁ କାଠଗଡ଼ାରେ ଛିଡ଼ା କରୁଛନ୍ତି ବିରୋଧି । ଏହି କାଠଗଡ଼ାରୁ ମୁକୁଳିବା ପାଇଁ ବିଜେଡି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ହତିଆର କରିଛି ବୋଲି ବିଜେପି ଅଭିଯୋଗ ଆଣିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.