ETV Bharat / state

ଯାଜପୁର ଜିଲ୍ଲା ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ପ୍ରରୋଚନାରେ ଚାଲିଛି ବାଲି ଲୁଟ: ବିଜେପି - sand smuggling issue in jajpur

ଯାଜପୁରରେ ମାତିଛନ୍ତି ବାଲି ମାଫିଆ । ଜ ଅବଧି ଶେଷ ହୋଇ ସାରିଥିଲେ ବାଲି ଉଠାଇବା ବନ୍ଦ ହେଉନି । ଗ୍ରାମବାସୀ ମାନେ ବାଲି ଲୁଟକୁ ବିରୋଧ କରୁଛନ୍ତି । ଚିନ୍ତା ପ୍ରକଟ କଲା ବିଜେପି । ଅଧିକ ପଢ଼ନ୍ତୁ

ଯାଜପୁର ଜିଲ୍ଲା ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ପ୍ରରୋଚନାରେ ଚାଲିଛି  ବାଲି ଲୁଟ: ବିଜେପି

author img

By ETV Bharat Odisha Team

Published : Nov 5, 2023, 8:52 AM IST

ଯାଜପୁର ଜିଲ୍ଲା ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ପ୍ରରୋଚନାରେ ଚାଲିଛି ବାଲି ଲୁଟ: ବିଜେପି

ଭୁବନେଶ୍ବର: ଯାଜପୁରରେ ବାଲି ମାଫିଆ ମାତିଛନ୍ତି । ମାର୍ଚ୍ଚ ମାସରୁ ଲିଜ ଅବଧି ଶେଷ ହୋଇ ସାରିଲାଣି । ଗ୍ରାମବାସୀ ମାନେ ବାଲି ଲୁଟକୁ ବିରୋଧ କରିଛନ୍ତି । ଏହା ସତ୍ବେ ବାଲି ଲୁଟ ଚାଲିଛି । ବାଲି ଲୁଟର ଫଟୋ ପ୍ରମାଣ ଦେଖାଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛି ଆଜି ବିଜେପି ।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ‘‘ଯାଜପୁର ଜିଲ୍ଲାରେ ବନ୍ଧମୁଣ୍ଡା ଏବଂ କମଳପୁର ଘାଟରେ ବ୍ୟାପକ ବାଲି ଲୁଟ୍‌ ହେଉଛି । ଯାଜପୁରରେ ବାଲି ମାଫିଆ ମାତିଛନ୍ତି । ମାର୍ଚ୍ଚ ମାସରୁ ଲିଜ୍‌ ଅବଧି ଶେଷ ହୋଇ ସାରିଲାଣି । ଗ୍ରାମବାସୀ ବାଲି ଲୁଟକୁ ବିରୋଧ କରିଛନ୍ତି । ପୂର୍ବରୁ ଡଙ୍କାରୀ ପାହାଡ ଲୁଟରେ ସହାୟତା କରୁଥିବା ସରକାରୀ ଅଧିକାରୀମାନଙ୍କୁ ବିଜେଡ଼ି ସରକାର ପୁରସ୍କାର ଦେଇଥିଲା । ବାଲି ଲୁଟକୁ ବିରୋଧ କରିଥିବା ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ମାନଙ୍କୁ ପୋଲିସ ମିଛ କେସ କରି ଗିରଫ କରିଛି । ଯାଜପୁର ଜିଲ୍ଲାର ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ପ୍ରରୋଚନାରେ ଚାଲିଛି ବେଧଡକ ବାଲି ଲୁଟ୍‌ । ଖୁବଶୀଘ୍ର ବିଜେପିର ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲା ଗସ୍ତ କରି ବାଲି ଚୋରା ଚାଲାଣର ସ୍ଥିତି ଯାଞ୍ଚ କରିବ ।’’

ଅଧିକ ପଢନ୍ତୁ- ଅଘୋଷିତ ବିଜୁଳି କାଟକୁ ନେଇ ପୁଣି ସରକାରଙ୍କୁ ଟାର୍ଗେଟ କଲା ବିଜେପି

ସେହିପରି ବିଜେପି ମୁଖପାତ୍ର କହିଛନ୍ତି ପୂର୍ବରୁ ଖଣି, ପାଣି, ଡାଲି ଦୁର୍ନୀତି ହୋଇଥିଲା ଏବେ ବାଲି ଦୁର୍ନୀତି ଚାଲିଛି । ବାଲି ଚୋରିରେ ତଳରୁ ତୃତୀୟ ମହଲା ଯାଏଁ ସମସ୍ତେ ସଂଶ୍ଳିଷ୍ଟ ଅଛନ୍ତି । ମାଇନିଂ ସ୍କାମ୍‌ରେ ୬୮ହଜାର କୋଟି ଫାଇନ କରିଥିଲେ ନବୀନ ପଟ୍ଟନାୟକ। ଏହାପରେ ୫୦ହଜାର କୋଟି ଟଙ୍କା ଖଣି ମାଲିକଙ୍କୁ ଛାଡ କରାଗଲା । ଏକେସ ପିନାକୀ ମିଶ୍ର ଲଢ଼ୁଥିଲେ । ଓଡ଼ିଶାର ସମ୍ପତି ରାଜ କୋଷରେ ରହୁ ନା ମାଫିଆଙ୍କୁ ଛାଡ଼ କରାଯାଉ ଏହାର ଜବାବ ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ପାଖରେ ରଖୁ ।

ସେହିଭଳି ଯାଜପୁର ଜିଲ୍ଲାର କମଳପୁର ଘାଟରେ ବାଲି ଲୁଟ୍‌କୁ ବିରୋଧ କରି ମାର୍କଣ୍ଡପୁର, ବାସୁଦେବପୁର, ଯାହନପୁରର ଗ୍ରାମବାସୀମାନେ ରାସ୍ତାରୋକ୍‌ କରିଥିଲେ । ସେଥିରେ ମଧ୍ୟ ବିଜେପି ଯୁବମୋର୍ଚ୍ଚା ସାମିଲ ଥିଲା । ପୋଲିସ ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ଗ୍ରାମବାସୀ ଓ ବିଜେପି ଯୁବମୋର୍ଚ୍ଚାର ନେତା ଓ କର୍ମୀମାନଙ୍କୁ ଗିରଫ କରିଛି । ରାଜ୍ୟରେ କୌଣସି ନୀତି ନିୟମ ନାହିଁ ବୋଲି ଏଥିରୁ ସ୍ପଷ୍ଟ ହେଉଛି । ଚୋରକୁ ମାଫ୍‌, ଆନ୍ଦୋଳନକାରୀଙ୍କୁ ଗିରଫ ଏହା କେତେ ଦୂର ଠିକ୍ । ବାଲି, ମୋରମ୍‌, ଚିପ୍ସ ପ୍ରଭୃତି ଲଘୁଖଣିଜ ପଦାର୍ଥରେ ବର୍ଷକୁ ପ୍ରାୟ ୧୦ହଜାର କୋଟି ଟଙ୍କା ରାଜ୍ୟରୁ ଲୁଟିଛନ୍ତି ମାଫିଆମାନେ । ଯାଜପୁରରେ ଶାସକ ଦଳର ବିଧାୟକ, ନେତାଙ୍କ ପ୍ରରୋଚନାରେ ପୋଲିସ କାର୍ଯ୍ୟକରୁଛି ବୋଲି ଅଭିଯୋଗ ଆଣିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.