ETV Bharat / state

ପ୍ରଧାନମନ୍ତ୍ରୀ ଆଦିବାସୀ ବିକାଶ ଯୋଜନାକୁ ରାଜ୍ୟରେ ହାଇଜାକ୍ କରାଯାଇଛି: ବିଜେପି

author img

By

Published : Jun 19, 2023, 10:33 PM IST

କେନ୍ଦ୍ରରେ ମୋଦି ସରକାର ୯ ବର୍ଷରେ କରିଥିବା ଆଦିବାସୀ ଓ ଜନଜାତି କଲ୍ୟାଣ ଯୋଜନାର ହିସାବ ଦେଲେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ତେବେ ପ୍ରଧାନମନ୍ତ୍ରୀ ଆଦିବାସୀ ବିକାଶ ଯୋଜନାକୁ ରାଜ୍ୟରେ ହାଇଜାକ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

ଆଦିବାସୀ ବିକାଶ ଯୋଜନାକୁ ରାଜ୍ୟରେ ହାଇଯାକ କରାଯାଇଛି

ପ୍ରଧାନମନ୍ତ୍ରୀ ଆଦିବାସୀ ବିକାଶ ଯୋଜନାକୁ ରାଜ୍ୟରେ ହାଇଜାକ୍ କରାଯାଇଛି

ଭୁବନେଶ୍ବର: କେନ୍ଦ୍ରରେ ମୋଦି ସରକାରଙ୍କର ୯ ବର୍ଷ ପୂର୍ତ୍ତି ନେଇ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରେସ୍‌ମିଟ୍ । ମୋଦି ସରକାରଙ୍କ ୯ ବର୍ଷରେ ଜନଜାତିବହୁଳ ଓଡିଶା ରାଜ୍ୟ ସର୍ବାଧିକ ଲାଭାନ୍ବିତ ବୋଲି ସେ ଦାବି କରିଛନ୍ତି । ସେପଟେ ରାଜ୍ୟ ସରକାର ଜନଜାତିକୁ ନେଇ କେବଳ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ନିତ୍ୟାନନ୍ଦ । ଓଡିଶା ଆଦିବାସୀଙ୍କ ବିକାଶ ଦିଗରେ ରାଜ୍ୟ ସରକାର ବାଧକ ସାଜିଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆଦିବାସୀ ବିକାଶ ଯୋଜନାକୁ ରାଜ୍ୟରେ ହାଇଜାକ କରାଯାଇଛି ବୋଲି କହି ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ନିତ୍ୟାନନ୍ଦ କହିଛନ୍ତି, "ଓଡିଶାର ଜନଜାତିଙ୍କ ବିକାଶ କିଭଳି ହେବ ସେଥିପାଇଁ ମୋଦି ସରକାର ସବୁବେଳେ ତତ୍ପର । ଓଡ଼ିଶାରେ ୧୨୪ ଏକଲବ୍ୟ ମଡେଲ ସ୍କୁଲ ଆରମ୍ଭ ହୋଇଛି । ଏହି ମଡେଲ ସ୍କୁଲରେ ଆଦିବାସୀ ପିଲା ପାଠ ପଢିବେ । ମୋଦି ସରକାରଙ୍କ କ୍ୟାବିନେଟରେ ୮ ଆଦିବାସୀ ସମ୍ପ୍ରଦାୟର ମନ୍ତ୍ରୀ ଅଛନ୍ତି । ସୌଭାଗ୍ୟ ଯୋଜନା ମାଧ୍ୟମରେ ପ୍ରତିଟି ଆଦିବାସୀ ଲୋକଙ୍କ ଘରକୁ ବିଜୁଳି ସଂଯୋଗ କରାଯାଇଛି । ମୋଦି ସରକାର ୨୦୧୪ରେ ଶାସନକୁ ଆସିବା ପରେ ୯ ବର୍ଷ ଭିତରେ ଜନଜାତିଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରିଛନ୍ତି । ଜନଜାତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡିବା ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ବୟନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ସଫଳତା ବଖାଣିବା ସହ ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି ନେଇ ମଧ୍ୟ ବର୍ଷିଛନ୍ତି ନିତ୍ୟାନନ୍ଦ । ସେ କହିଛନ୍ତି, "ଆଜି ପର୍ଯ୍ୟନ୍ତ PACର ମିଟିଙ୍ଗ ହୋଇ ପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେଉ ନାହାନ୍ତି । ଅନେକ ଜନଜାତି ସମ୍ପ୍ରଦାୟ ଲୋକ ଆଦିବାସୀ ମାନ୍ୟତାରୁ ବଞ୍ଚିତ । ସେ ଦିଗରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ପେଶା ନିୟମ ୧୯୯୬ରେ କେନ୍ଦ୍ର ସରକାର ଲାଗୁ କଲେ । ଦୁର୍ଭାଗ୍ୟ, ଓଡିଶାରେ ଆଜିଯାଏଁ ପେଶା ରୁଲ୍‌ ଲାଗୁ କଲେ ନାହିଁ । ରାଜ୍ୟ ଏ ଦିଗରେ ଆଖି ବନ୍ଦ କରି ଦେଇଛନ୍ତି । DMF ଫଣ୍ଡରେ କୋଟି କୋଟି ଟଙ୍କା ମହଜୁତ ଅଛି । କିନ୍ତୁ ଆଦିବାସୀଙ୍କ ବିକାଶ ଦିଗରେ ରାଜ୍ୟ ସରକାର DMF ଫଣ୍ଡର ବିନିଯୋଗ କରୁନହାନ୍ତି । ପ୍ରଧାନମନ୍ତ୍ରୀ ଆଦିବାସୀ ବିକାଶ ଯୋଜନାକୁ ରାଜ୍ୟ ସରକାର ହାଇଯାକ କରି ନିଜ ନାଁରେ ପ୍ରଚାର କରୁଛନ୍ତି ।"

ସେ ଆହୁରି କହିଛନ୍ତି, "ଓଡିଶାରେ ଜନ ଧନ ଯୋଜନା ଯଦି ଲାଗୁ ହେବ, ତାହେଲେ ଆଦିବାସୀ ମହିଳାଙ୍କ ବିକାଶ ହେବ । କେନ୍ଦ୍ର ସରକାର ଅର୍ଥ ମଧ୍ୟ ଆଲଟ୍‌ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏହାକୁ ଜନଜାତି ମହିଳାଙ୍କ ବିକାଶ ପାଇଁ ବିନିଯୋଗ କରିବା ବଦଳରେ ଚୁପ ହୋଇ ବସିଛନ୍ତି । ରାଜ୍ୟ ସରକାର କେନ୍ଦ୍ରକୁ ଅନେକ ଯୋଜନାର ୟୁସି ଦେଉ ନାହାନ୍ତି । ଓଡିଶାର ଆଦିବାସୀଙ୍କ ବିକାଶ ଦିଗରେ ରାଜ୍ୟ ସରକାର ବାଧକ । ଆଦିବାସୀ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ଅନେକ ଜାଗାରେ ଡାକ୍ତର ନାହାନ୍ତି ।" ଓଡିଶାରେ ୨୩ ଭାଗ ଜନଜାତି ବସବାସ କରୁଛନ୍ତି । ସ୍ବାଧୀନତାର ୭୫ ବର୍ଷ ଶାସନ କରିଥିବା କେନ୍ଦ୍ର ସରକାର ମାନେ ଜନଜାତିଙ୍କ ନାଁରେ ଭୋଟ ନେଉଥିଲେ, କିନ୍ତୁ ବିକାଶ ପାଇଁ କୌଣସି କାର୍ଯ୍ୟ କରିନଥିଲେ ବୋଲି କହି କେନ୍ଦ୍ରରେ ମୋଦି ସରକାର ପୂର୍ବରୁ ଆସିଥିବା ସମସ୍ତଙ୍କୁ ମଧ୍ୟ ଟାର୍ଗେଟ୍‌କୁ ଆଣିଛନ୍ତି ନିତ୍ୟାନନ୍ଦ ଗଣ୍ଡ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.