ETV Bharat / state

କାମିଆ ଜାନି ବିବାଦ: ପାଣ୍ଡିଆନ ଗିରଫ ଦାବିରେ ଆନ୍ଦୋଳନ ଚେତାବନୀ ଦେଲା ବିଜେପି

author img

By ETV Bharat Odisha Team

Published : Dec 27, 2023, 9:06 PM IST

Kamiya Jani Controversy: କାମିଆ ଜାନି ବିବାଦ ନେଇ ପୁଣି କଡ଼ା ଆଭିମୁଖ୍ୟ ଦେଖାଇଲା ବିଜେପି । ରାଜ୍ୟ ସରକାର ସନାତନ ସଂସ୍କୃତି ଓ ଜଗନ୍ନାଥ ବିରୋଧୀ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ତୁରନ୍ତ ପାଣ୍ଡିଆନଙ୍କୁ ଗିରଫ କରାନଗଲେ ଆନ୍ଦୋଳନ ଚେତାବନୀ ଦେଲା ବିଜେପି । ଅଧିକ ପଢ଼ନ୍ତୁ

ପାଣ୍ଡିଆନ ଗିରଫ ଦାବିରେ ଆନ୍ଦୋଳନ ଚେତାବନୀ ଦେଲା ବିଜେପି

ଭୁବନେଶ୍ବର: ଥମୁନି କାମିଆ ଜାନି ବିବାଦ । ଶ୍ରୀମନ୍ଦିର ପ୍ରସଙ୍ଗରେ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଭିକେ ପାଣ୍ଡିଆନଙ୍କ ଗିରଫ ଦାବି ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ଭାରତୀୟ ଜନତା ପାର୍ଟି । କାମିଆ ଜାନି ଗୋମାଂସର ପ୍ରଚାର କରୁଥିବା ବେଳେ ତାଙ୍କୁ ମନ୍ଦିରକୁ ପୁରାଇବା ହିନ୍ଦୁ ସଂସ୍କୃତି ବିରୋଧୀ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ରାଜ୍ୟ ସରକାର ସନାତନ ସଂସ୍କୃତି ଓ ଜଗନ୍ନାଥ ବିରୋଧୀ ବୋଲି ସେ କହିଛନ୍ତି । ଏନେଇ ପାଣ୍ଡିଆନ କେବେ ଉତ୍ତର ଦେବେ ବୋଲି ପ୍ରଶ୍ନ କରିଛି ଦଳ ।

ଅନୀଲ କହିଛନ୍ତି, "ଶ୍ରୀମନ୍ଦିର ହେଉଛି ହିନ୍ଦୁ ଧର୍ମର ଆସ୍ଥା କେନ୍ଦ୍ର । ହେଲେ କାମିଆ ଜାନି ଗୋମାଂସର ପ୍ରଚାର କରୁଥିବା ବେଳେ ତାଙ୍କୁ ମନ୍ଦିରକୁ ପୁରାଇବା ହିନ୍ଦୁ ସଂସ୍କୃତି ବିରୋଧୀ । ଏନେଇ ବିବାଦ ବଢୁଥିବା ବେଳେ ରାଜ୍ୟ ସରକାର କିନ୍ତୁ ମୁହଁ ଖୋଲୁ ନାହାନ୍ତି । ସରକାରୀ ଅର୍ଥରେ ବିଫ୍‌ ପ୍ରମୋଟରଙ୍କୁ ମନ୍ଦିରକୁ ପ୍ରବେଶ କରାଗଲା । ବର୍ତ୍ତମାନ ଏ ଘଟଣା ପାଇଁ ବିଭିନ୍ନ ଥାନାରେ ଏତଲା ଦିଆଗଲାଣି ଏବଂ ରାଜ୍ୟ ସାରା ଜଗନ୍ନାଥ ପ୍ରେମୀମାନେ ଆନ୍ଦୋଳନକୁ ଓହ୍ଲାଇ ଆସିଛନ୍ତି । ହେଲେ ସରକାର ଚୁପ । ସରକାର କରିବେ କଣ ତାହା ଜାଣିପାରୁ ନାହାନ୍ତି । ଫଳରେ ସେ ଉତ୍ତର ଦେଉ ନାହାନ୍ତି । କାମିଆଙ୍କ ସୋସିଆଲ ମିଡିଆରେ ଛାଡିଥିବା ଭିଡିଓକୁ ବିଜେଡି ସାଂସଦ ଓ ବିଧାୟକମାନେ ସେୟାର କରିବା ଦଳର ଚିତ୍ରକୁ ସାମ୍ନାକୁ ଆଣୁଛି ।" ଏନେଇ ପାଣ୍ଡିଆନ କେବେ ଉତ୍ତର ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାର ସନାତନ ସଂସ୍କୃତି ଓ ଜଗନ୍ନାଥ ବିରୋଧୀ ବୋଲି ଅନୀଲ କହିଛନ୍ତି । ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କଥାକୁ ଦୋହରାଇ ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭିଜନ ଭାଟିକାନ ସିଟି ପରି ପୁରୀକୁ ସୁନ୍ଦର କରିବେ ବୋଲି ପିନାକୀ କହିଥିଲେ। ତାହେଲେ ପୁରୀ କଣ ଅସୁନ୍ଦର କି ବୋଲି ସେ ପ୍ରଶ୍ନ କରିଛନ୍ତି । ମହାପ୍ରସାଦର ପ୍ରଚାର ଦରକାର ନାହିଁ । ଆଗକୁ ଭିକେ ପାଣ୍ଡିଆନ ଗିରଫ ନହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି କଡା ଚେତାବନୀ ଦେଇଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...ଥମୁନି କାମିଆ ଜାନି ବିବାଦ, ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ବିକ୍ଷୋଭ

ଅନୀଲ ବିଶ୍ବାଳ ଆହୁରି କହିଛନ୍ତି, "ଆଜି ବିଜେଡି ସରକାର କିଛି ସନାତନ ବିରୋଧୀ, ଜଗନ୍ନାଥ ସଂସ୍କୃତି ବିରୋଧୀ ମାନଙ୍କ ଦ୍ବାରା ପରିଚାଳିତ ହେଉଛି । ଯଦି ସେହି ଷଡଯନ୍ତ୍ରକାରୀମାନଙ୍କୁ ଜେଲ୍‌ରେ ନପୁରା ଯାଏ. ତାହାଲେ ଏହା ପ୍ରମାଣିତ ହେବ ଯେ ବିଜେଡି ସରକାର ପାଖରେ ମହାପ୍ରଭୁ ଜଗନ୍ନାଥଙ୍କ ଅପେକ୍ଷା ବୋଧହୁଏ ଭିକେ ପାଣ୍ଡିଆନ ବେଶୀ ଗୁରୁତ୍ବପୂର୍ଣ୍ଣ । ସେହିପରି ତାମିଲନାଡୁର ଜଣେ ପ୍ରଭାବଶାଳୀ ନେତା ଉଦୟନାଥ ଷ୍ଟାଲିନ୍‌ ଦିନେ କହିଥିଲେ, ସନାତନ ଧର୍ମ ହେଉଛି ଡେଙ୍ଗୁ ଓ ମ୍ୟାଲେରିଆ । ଆଜି ବିଜୁ ଜନତା ଦଳ ସେହି ମାନସିକତାରେ ଚାଲୁ ନାହିଁ ତ ? କାରଣ କାମିଆ ଜାନିଙ୍କ ସ୍ପଷ୍ଟୀକରଣର ଭିଡିଓକୁ ବିଜେଡିର ସାଂସଦମାନେ ନିଜର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀମନ୍ଦିରରେ ପଶିଥିବା ଗୋମାଂସ ଭକ୍ଷଣକାରୀଙ୍କ ସପକ୍ଷରେ ଯୁକ୍ତି କଲେ । ତେଣୁ ବିଜେପି ଏହାକୁ କେବେ କ୍ଷମା କରିବ ନାହିଁ । ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.