ETV Bharat / state

ଆବାସ କଳି: ଆନ୍ଦୋଳନ ବାତିଲ, ୨ରୁ ୪ ଯାଏଁ ସମସ୍ତ ବ୍ଲକ ଘେରାଉ କରିବ ବିଜେପି - ବିଜେପି ବ୍ଲକ ଘେରାଉ ଆନ୍ଦୋଳନ

୧ ନୁହେଁ ୨ରୁ ୪ ତାରିଖ ଯାଏଁ ସମସ୍ତ ବ୍ଲକ ଘେରାଉ କରିବ ବିଜେପି । ନବ ଦାସଙ୍କ ମୃତ୍ୟୁରେ ତିନି ଦିନିଆ ଶୋକ ପାଳନକୁ ସମର୍ଥନ କରି ଆନ୍ଦୋଳନ ଘୁଞ୍ଚାଇଲା ଦଳ । ଅଧିକ ପଢନ୍ତୁ

ବିଜେପି ବ୍ଲକ ଘେରାଉ
ବିଜେପି ବ୍ଲକ ଘେରାଉ
author img

By

Published : Jan 30, 2023, 8:52 PM IST

୨ରୁ ୪ ଯାଏଁ ସମସ୍ତ ବ୍ଲକ ଘେରାଉ କରିବ ବିଜେପି

ଭୁବନେଶ୍ବର: ଆବାସ ଯୋଜନା ତାଲିକା ପ୍ରକାଶ ପାଇବା ପରେ ରାଜ୍ୟରେ ଘନଉଛି ବିବାଦ । ପ୍ରତ୍ୟେକ ଗାଁରେ ଅସନ୍ତୋଷ ଦେଖିବାକୁ ମିଳୁଛି । ତାଲିକାରେ ନାଁ ନଥିବାରୁ ନିଜକୁ ଯୋଗ୍ୟ ହିତାଧିକାରୀ ଭାବୁଥିବା ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏହାକୁ ନେଇ ଆସନ୍ତା ଫେବୃୟାରୀ ୧ ତାରିଖରେ ଭାରତୀୟ ଜନତା ପାର୍ଟି ରାଜ୍ୟର ସମସ୍ତ ୩୧୪ ବ୍ଲକ ଘେରାଉ କରିବ ବୋଲି ଘୋଷଣା କରିଥିଲା । ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ତିନି ଦିନିଆ ରାଜ୍ୟ ଶୋକ ପାଳନ କରାଯାଉଥିବାରୁ ବିଜେପି ନିଜର ଆନ୍ଦୋଳନକୁ ବାତିଲ କରିଛି ।

୧ ତାରିଖରେ ଆନ୍ଦୋଳନ ହେବାକୁ ଥିବାବେଳେ ଏହାକୁ ଘୁଞ୍ଚାଇ ଦିଆଯାଇଛି । ୧ ତାରିଖ ବଦଳରେ ଆସନ୍ତା ୨ରୁ ୪ ତାରିଖ ଯାଏଁ ବ୍ଲକ ଘେରାଉ କରିବ ବିଜେପି । ଏଥିରେ ସମସ୍ତ ବିଜେପି କର୍ମୀଙ୍କ ସହ ଯୋଗ୍ୟ ହିତାଧିକାରୀ ସାମିଲ ହେବେ । ରାଜ୍ୟ ଶୋକକୁ ସମର୍ଥନ ଜଣାଇ ଏହାକୁ ବାତିଲ କରାଯାଇଥିବା ଆଜି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାସହିତ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାକୁ ନେଇ ବିଜେପି ନେତା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯଦି ଜଣେ ମନ୍ତ୍ରୀଙ୍କୁ ଦିନ ଦ୍ବିପ୍ରହରରେ ସର୍ବସାଧାରଣ ସ୍ଥାନରେ ହତ୍ୟା କରାଯାଇପାରୁଛି ତାହାହେଲେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ତାହା ଏଥିରୁ ଅନୁମେୟ ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତକାଲି (ରବିବାର) ଅପରାହ୍ନରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ଏଏସଆଇ ଗୁଳି କରିଥିଲେ । ମନ୍ତ୍ରୀ ବ୍ରଜରାଜନଗରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ପୋଲିସ ଜଣକ ତାଙ୍କ ଉପରେ ଗୁଳି ଚଳାଇଥିଲେ । ଗୁଳି ନବଙ୍କ ଛାତିରେ ବାଜିଥିଲା । ଶେଷରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମନ୍ତ୍ରୀଙ୍କ ମୃତ୍ୟୁରେ ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.