ETV Bharat / state

ବିଜେପି କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ, ସୁନୀଲ ବଂଶଲ ସାମିଲ

author img

By

Published : Jul 13, 2023, 10:12 PM IST

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଆଜି ରାଜ୍ୟ କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ କରିଛନ୍ତି । ଗୌହାଟିରେ ହୋଇଥିବା ବ୍ଲୁ ପ୍ରିଣ୍ଟ ଉପରେ ହୋଇପାରେ ମାନସ ମନ୍ଥନ। ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି ରୁଦ୍ଧ ଦ୍ବାର ବୈଠକ । ଏହି ବୈଠକରେ ସାମିଲ ଅଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଗୌହାଟି ବୈଠକ ପରେ ଏହା ବଂଶଲଙ୍କ ପ୍ରଥମ ଓଡ଼ିଶା ଗସ୍ତ ଥିବା ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଦଳର ତୁଙ୍ଗ ନେତା ଉପସ୍ଥିତ ଅଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ଚାଲିଛି ବୈଠକ । ୨୦୨୪ ପାଇଁ ଚୂଡ଼ାନ୍ତ ରଣନୀତି ଉପରେ ମୋହର ମାରି ପାରନ୍ତି ବଂଶଲ ।

ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି ସୁନୀଲ ବଂଶଲ । ରାଜ୍ୟରେ ପହଞ୍ଚିବା ପରେ ସେ ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି । ଏହି ବୈଠକରେ ସେ ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଚୂଡ଼ାନ୍ତ ରଣନୀତି ଉପରେ ମୋହର ମାରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗୌହାଟିରେ ହୋଇଥିବା ବ୍ଲୁ ପ୍ରିଣ୍ଟ ଉପରେ ହୋଇପାରେ ମାନସ ମନ୍ଥନ। ମିଳିଥିବା ସୂଚନା ଅନୁସାରେ ଦୁଇ ଦିନ ଧରି ଏହି ବୈଠକ ଅନୁଷ୍ଠିତ ହେବ । 4ଟି ପର୍ଯ୍ୟାୟରେ ହେବ ବୈଠକ । ଆଜି ବସିଛି ମହା ଜନସମ୍ପର୍କ ଅଭିଯାନର ସମୀକ୍ଷା ବୈଠକ । 20 ଜଣିଆ ଟିମ ସହ ବଂଶଲ କରୁଛନ୍ତି ଆଲୋଚନା । ଏହାସହ ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ସହ ସାଂଗଠନିକ ଚର୍ଚ୍ଚା ଓ ଆଲୋଚନା ମଧ୍ୟ କରିଛନ୍ତି ।

ଏହା ବି ପଢନ୍ତୁ- ବାରମ୍ବାର ଓଡିଶା ଆସିବେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ

ସେହିପରି ଆସନ୍ତାକାଲି ଦୁଇଟି ପର୍ଯ୍ୟାୟରେ ବସିବ ବୈଠକ । ପ୍ରଥମ ପର୍ଯ୍ୟାୟରେ ଲୋକସଭା କ୍ଷେତ୍ରଗୁଡ଼ିକରେ ଦଳୀୟ ସ୍ଥିତି ନେଇ ହେବ ଆଲୋଚନା । ଏଥିରେ 13 ଲୋକସଭା କ୍ଷେତ୍ରଗୁଡ଼ିକର ପରାଜିତ ପ୍ରାର୍ଥୀ, ପ୍ରଭାରୀ ସହ ପ୍ରଭାରୀ ଏବଂ ବିଭିନ୍ନ ଦାୟିତ୍ବରେ ଥିବା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ତା'ପରେ ଦଳର ବିଧାୟକମାନଙ୍କ ସହ ଭର୍ଚ୍ଚୁଆଲ ବୈଠକ କରିବେ ସୁନିଲ ବଂଶଲ । ସଙ୍ଗଠନ ଏବଂ 2024 ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଉପରେ ହେବ ଆଲୋଚନା । ସୁନୀଲ ବଂଶଲ 2024 ପାଇଁ ରଣନୀତି ପ୍ରସ୍ତୁତ ଜୋରଦାର କରିଛନ୍ତି । ଗୌହାଟିରେ ବୈଠକ ପରେ ରାଜ୍ୟ ବିଜେପିର ତତ୍ପରତା ଦେଖିବାକୁ ମିଳିଛି।

ସେପଟେ ରାଜ୍ୟରେ ଆଗୁଆ ନିର୍ବାଚନ କଥା ଉଠୁଛି । ବିଜେପି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ମଧ୍ୟ ପୂର୍ବରୁ ସ୍ପଷ୍ଟ କରିଛି । ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବିଜେପି ରାଜ୍ୟ ବିଜେପି ସଭାପତିଙ୍କୁ ମଧ୍ୟ ପରିବର୍ତ୍ତନ କରିଛି । ଓଡ଼ିଶାରେ ଶାସନ କ୍ଷମତାକୁ ଆସିବା ଲାଗି ବିଜେପି ଉଦ୍ୟମ ଜାରି ରଖିଛି । ତେବେ ବ୍ରାଣ୍ଡ ନବୀନଙ୍କୁ ଗାଦିଚ୍ୟୁତ କରିବାରେ ବିଜେପି କେତେ ଦୂର ସଫଳ ହେଉଛି ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.