ETV Bharat / state

ପାଣ୍ଡିଆନଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲା ବିଜେପି

author img

By ETV Bharat Odisha Team

Published : Oct 1, 2023, 7:03 AM IST

Updated : Oct 1, 2023, 10:50 AM IST

ମନ୍ତ୍ରୀଙ୍କ ନାଁ'ରେ ବୁକ ହୋଇଥିବା ହେଲିକପ୍ଟର ବ୍ୟବହାର କରିଥିବାରୁ ପାଣ୍ଡିଆନଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲା ବିଜେପି । ଅଧିକ ପଢ଼ନ୍ତୁ

ପାଣ୍ଡିଆନଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ
ପାଣ୍ଡିଆନଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ
ପାଣ୍ଡିଆନଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5-ଟି ସଚିବ ଭି.କେ ପାଣ୍ଡିଆନଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଛି ବିଜେପି । ମନ୍ତ୍ରୀଙ୍କ ନାଁ'ରେ ବୁକ୍‌ ହୋଇଥିବା ହେଲିକପ୍ଟରକୁ ସଚିବ ବ୍ୟବହାର କରିଛନ୍ତି । ସମ୍ପୂର୍ଣ୍ଣ ଭାବେ ଏହା ବେଆଇନ ଘଟଣା ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା କଥା । 5T ସଚିବଙ୍କୁ ଭର୍ତ୍ସନା କରିବା ସହ ବିଧି ବ୍ୟବସ୍ଥା ଅନୁଯାୟୀ ଜେଲ୍‌କୁ ପଠାଯାଉ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଦାବି କରିଛନ୍ତି । ସେ କହିଛନ୍ତି ଯେ, ଆମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ନାଁ'ରେ ସ୍ବାଧୀକାର ଭଙ୍ଗ ମୋସନ ଆଣିଛୁ । Practice ଓ procedure of Parliament ପୃଷ୍ଠା ୨୭୮ ଅନୁଯାୟୀ ମୋସନ୍‌ ଆଣିଛୁ ।

ଏଥିରେ ଦର୍ଶାଯାଇଛି ଯେ, କୌଣସି ଲୋକ ଯାହାଦ୍ବାରା ବିଧାନସଭାର ଗରିମା ତଥା ସମ୍ମାନ ନଷ୍ଟ ହେବ ତାଙ୍କ ବିରୁଦ୍ଧରେ ବିଧାନସଭାରେ ସ୍ବାଧୀକାର ଭଙ୍ଗ ନୋଟିସ ଅଣାଯାଇପାରିବ । ଏହି ବିଧାନସଭାରେ ମଧ୍ୟ ଅତୀତରେ ବିଧାନସଭାର ସଭ୍ୟ ନଥିବା ଲୋକଙ୍କ ଉପରେ ସ୍ବାଧୀକାର ଭଙ୍ଗ ନୋଟିସ ଆସିଛି । ଏହା ଗ୍ରହଣ ହୋଇ କମିଟି ମଧ୍ୟ ଗଠନ ହୋଇଛି । ୨୦୦୮ ମସିହାରେ ଓଡ଼ିଶା ବିଧାନସଭାରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ 2008ର ଆଲୋଚନା ସମୟରେ ପୂର୍ବତନ ସଦସ୍ୟ ପ୍ରସାଦ ହରିଚନ୍ଦନ ଏକ ବାହାରର ଲୋକ ଡି. ଡବ୍ଲ୍ୟୁ ମିଶ୍ରଙ୍କ ନାମରେ ଏକ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ । ସେତେବେଳର ବିଲ୍ ଅଫିସରଙ୍କୁ Art of Living ସଂସ୍ଥାର ଜଣେ ବ୍ୟକ୍ତି ଡି. ଡବ୍ଲ୍ୟୁ ମିଶ୍ର, ବିଭିନ୍ନ ଉପାୟ ତଥା ତନ୍ତ୍ର ମାଧ୍ୟମରେ ହଇରାଣ କରୁଥିଲେ । ଯାହାଫଳରେ ତାଙ୍କ ଦୈନିକ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ଜୟନାରାୟଣଙ୍କ ସାଂଘାତିକ ଅଭିଯୋଗ, କହିଲେ ଗୃହ ଭିତରେ ଓ ବାହାରେ ମୁଁ ଅସୁରକ୍ଷିତ

ଏହାଛଡା ତାଙ୍କୁ ବିଧାନସଭା କାର୍ଯ୍ୟ କରିବାର ମଧ୍ୟ ବାଧା ଦିଆଯାଇଥିଲା। ଏଣୁ ଗୃହର ପୂର୍ବତନ ସଦସ୍ୟ ପ୍ରସାଦ ହରିଚନ୍ଦନ, ଡି. ଡବ୍ଲ୍ୟୁ ମିଶ୍ରଙ୍କ ନାମରେ ସ୍ୱାଧିକାର ଭଙ୍ଗ ଆଣିଥିଲେ । ଏହା ବିଧାନସଭାରେ ଗ୍ରହଣ ହୋଇ କମିଟି ମଧ୍ୟ ବସିଥିଲା । "ତେଣୁ ଭି.କେ. ପାଣ୍ଡିଆନଙ୍କ ନାମରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛୁ । ନୋଟିସକୁ ଗ୍ରହଣ କରାଯାଉ । ଭି.କେ ପାଣ୍ଡିଆନକୁ ଗୃହକୁ ଆସିବାକୁ ସମନ କରାଯାଉ । ଗୃହରେ ଭର୍ସନା କରାଯାଉ । ତଦନ୍ତ ପରେ ଜେଲକୁ ପଠାଯାଉ ।" ଦାବି କରିଛନ୍ତି ବିରୋଧୀ ଦଳ ନେତା ।

ଜୟ ନାରାୟଣ ଆହୁରି କହିଛନ୍ତି, "ଯଦି ବିଧାନସଭା ଚାହିଁବ ପାଣ୍ଡିଆନଙ୍କୁ ଭର୍ସନା କରିପାରିବ । ତାଙ୍କୁ କଷ୍ଟଡିକୁ ମଧ୍ୟ ପଠାଇ ପାରିବେ । ଉତ୍ତର ପ୍ରଦେଶରେ ଏବେ ଏମିତି ଘଟଣା ଘଟିଛି । ଦୁଇ ଜଣ ଆଇଏଏସଙ୍କୁ ସେମାନେ କଷ୍ଟଡିକୁ ପଠାଇଛନ୍ତି । ଦୁଇ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନାମରେ ହେଲିକପ୍ଟର ବୁକ୍‌ ହୋଇଥିବା ବେଳେ ସେ କେଉଁ ଭଳି ଭାବେ ଏହାକୁ ବ୍ୟବହାର କଲେ । ଏହା ଏକ ରାଜସ୍ୱ ଘଟଣା । ରାଜ୍ୟ ସରକାରଙ୍କର ରାଜସ୍ୱ କ୍ଷତି ହୋଇଛି । ମନ୍ତ୍ରୀଙ୍କ ନାଁ'ରେ ବୁକ୍‌ ହୋଇଥିବା ହେଲିକପ୍ଟର କିପରି ଅନ୍ୟ ଜଣେ ନେଇପାରିବ । ସମ୍ପୂର୍ଣ୍ଣ ଭାବେ ଏହା ବେଆଇନ ଘଟଣା । ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବା କଥା ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏକ ସ୍ବାଧୀକାର ଭଙ୍ଗ 26 ତାରିଖରେ ଆଣିଥିଲୁ । କିନ୍ତୁ ଆଜି ପର୍ଯ୍ୟନ୍ତ କଣ ହେଲା ଜଣାପଡ଼ିଲା ନାହିଁ । ନାକଚ ହେଲା, କି କମିଟିକୁ ପଠାଯିବ, ତାହା ଉପରେ କୌଣସି ନିଷ୍ପତ୍ତି ବାଚସ୍ପତି ନେଇନାହାନ୍ତି । ତା' ଉପରେ ଅବିଳମ୍ବେ ନିଷ୍ପତ୍ତି ନେବା ପାଇଁ ଦାବି କରିଛି ବିଜେପି ।

5-ଟି ସଚିବ ଦୀର୍ଘ ୩ ମାସ ଧରି ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଅନୁମତି ବିନା କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ଅଭିଯୋଗ ସଂଗ୍ରହ ପାଇଁ ଯାଇଥିଲେ । ପ୍ରତ୍ୟେକ ସ୍ଥାନରେ ସେ ବିଧାନସଭାର ସଭ୍ୟ ତଥା ମନ୍ତ୍ରୀମାନଙ୍କୁ ନିଜ ପାଇଁ ମଞ୍ଚ ନିର୍ମାଣ ଏବଂ ଏପରିକି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ବସ୍‌ରେ ବୋହିବା ସହ ସଭା ପାଇଁ ଲୋକ ଯୋଗାଡ଼ରେ ନିୟୋଜିତ କରିଥିଲେ । ଏହାଦ୍ବାରା ରାଜ୍ୟର ମନ୍ତ୍ରୀ ତଥା ବିଧାନସଭାର ସଭ୍ୟମାନଙ୍କର ସମ୍ମାନରେ ଆଞ୍ଚ୍‌ ଆସିଛି । ଏହା ବିଭିନ୍ନ ଗଣମାଧ୍ୟମରେ ପରି ପ୍ରକାଶ ହୋଇଛି । ଏହି ପରିପ୍ରେକ୍ଷୀରେ ଏହି ବିଧାନସଭାର ଗରିମା ତଥା ସମ୍ମାନର ଆଞ୍ଚ୍‌ ଆସିଛି । ଏଥିରେ ଆମ୍ଭମାନଙ୍କର ମଧ୍ୟ ସମ୍ମାନ କ୍ଷୁର୍ଣ୍ଣ ହୋଇଛି ବୋଲି ବିଜେପି ବିଧାୟକ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 1, 2023, 10:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.