ETV Bharat / state

ଦିଲ୍ଲୀରୁ ଗୁରୁମନ୍ତ୍ର ନେଇ ଓଡ଼ିଶା ଫେରିଲେ ବିଜେପି ବିଧାୟକ

author img

By ETV Bharat Odisha Team

Published : Dec 24, 2023, 9:46 AM IST

BJP MLAs Returns Odisha: ଦିଲ୍ଲୀରେ ମୋଦି ଓ ନଡ୍ଡାଙ୍କ ସହ ବୈଠକ ପରେ ଓଡିଶା ଫେରିଲେ ବିଜେପି ବିଧାୟକ ଦଳ । ଏଥର ରାଜ୍ୟ ପ୍ରତି ଆଭିମୁଖ୍ୟ ନରମ ନୁହଁ ବରଂ ଯୁଦ୍ଧ ହେବ ବୋଲି ପ୍ରତିକ୍ରିୟା ରଖିଲେ ଜୟନାରାୟଣ । ଅଧିକ ପଢନ୍ତୁ

ଓଡିଶା ଫେରିଲେ ବିଜେପି ବିଧାୟକ
bjp mlas returns to odisha

ଭୁବନେଶ୍ବର: ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ବିଜେପି ବିଧାୟକ ଦଳ । ଦିଲ୍ଲୀରେ ଛାମୁଆ ନେତାଙ୍କ ସହ ବୈଠକ ପରେ ଭୁବନେଶ୍ୱର ଫେରିଛନ୍ତି ବିଜେପିର 22 ବିଧାୟକ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର । ଯେଉଁ ଉଦ୍ଦେଶ୍ୟରେ ଦିଲ୍ଲୀ ଯାଇଥିଲୁ ପ୍ରଧାନମନ୍ତ୍ରୀ ଓ ଜେପି ନଡ୍ଡାଙ୍କ ସହ ସେ ବିଷୟରେ କଥା ହେଲୁ । ଉଭୟ ନେତାଙ୍କ ସହିତ କଥାବାର୍ତ୍ତା ଖୁବ୍ ଉତ୍ସାହିତ ଥିଲା । ଆଗକୁ କେନ୍ଦ୍ର ଆମକୁ ସବୁ ପ୍ରକାର ସହଯୋଗ କରିବ । ଆମେ କୋଟିଏ ଲୋକଙ୍କ ପାଖକୁ ଯିବୁ । ସାଂସଦ, ବିଧାୟକ ଓ କାର୍ଯ୍ୟକର୍ତ୍ତାଙ୍କ ଜରିଆରେ ଆମେ ଲୋକଙ୍କ ପାଖରେ ପହଞ୍ଚିବୁ ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ରାଜ୍ୟ ପ୍ରତି ଆଭିମୁଖ୍ୟ ଆଦୌ ନରମ ହେବ ନାହିଁ ବରଂ ଯୁଦ୍ଧ ହେବ । ଓଡ଼ିଶାର ସଂଗଠନ ଉପରେ ଗୁରୁତ୍ବ ଦିଆଯିବ । ଆଗାମୀ ଜାନୁୟାରୀରୁ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରୀୟ ନେତା । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଜେପି ନଡ୍ଡା, ରାଜନାଥ ସିଂ, ନିତିନ ଗଡ଼କାରୀ, ମନସୁଖ ମାଣ୍ଡଭିୟ, ୟୁପି ମୁଖ୍ୟମନ୍ତ୍ରୀ ଓଡିଶା ଆସିବେ । 2024ରେ ବିଜେପି ଓଡିଶାରେ ସରକାର ଗଠନ କରିବ ।

ବିଜେପିର ପ୍ରାର୍ଥୀ ହେବ କିଏ ସେନେଇ ସର୍ଭେ ଚାଲିଛି । ଟିକେଟକୁ ନେଇ ସମସ୍ତ ବିଷୟ କେନ୍ଦ୍ର ନେତୃତ୍ବଙ୍କ ଅବଗତରେ ଅଛି । ତାହା ପାର୍ଲାମେଣ୍ଟାରୀ ପାର୍ଟି ନିଷ୍ପତ୍ତି ନେବ । ଯେତେବେଳେ ଯେଉଁ ରଣନୀତି କେନ୍ଦ୍ରୀୟ ନେତୃତ୍ବ କହିବେ ତାକୁ କାର୍ଯ୍ୟକାରୀ କରାଯିବ । ସବୁ ରାଜ୍ୟରେ ଷ୍ଟାଟ୍ରେଜି ଅଲଗା ଅଲଗା । ମଧ୍ୟପ୍ରଦେଶ, ଛତିଶଗଡରେ ଅଲଗା ଷ୍ଟାଟ୍ରେଜି ଥିଲା । ଓଡ଼ିଶାର କେଉଁ ଷ୍ଟାଟ୍ରେଜିରେ ନିର୍ବାଚନ ଲଢିବା ସେଇଟା ପାର୍ଲାମେଣ୍ଟରୀ ପାର୍ଟି ନିଷ୍ପତ୍ତି ନେବ ।

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ର ନେତୃତ୍ବଙ୍କ ଆଶୀର୍ବାଦ ପାଇଁ ଦିଲ୍ଲୀ ଯାଇଥିଲେ ବିଧାୟକ ଦଳ: ଧର୍ମେନ୍ଦ୍ର

ରାଜ୍ୟରେ ଭ୍ରଷ୍ଟ ଶାସନ ବିରୁଦ୍ଧରେ କେମିତି ଆଗାମୀ ନିର୍ବାଚନରେ ଲଢେଇ ହେବ ସେନେଇ ଦିଲ୍ଲୀରେ ଗୁରୁମନ୍ତ୍ର ପାଇଛନ୍ତି ବିଧାୟକ ଟିମ୍ । ରାଷ୍ଟ୍ରୀୟ ନେତାଙ୍କ ଅନୁଭବ ଓ ଅଭିଜ୍ଞତା ଅଛି । ଆଗାମୀ ନିର୍ବାଚନ ପାଇଁ ସେମାନଙ୍କ ଠାରୁ ପରାମର୍ଶ ନିଆଯାଇଛି ବୋଲି କହିଛନ୍ତି ଜୟ ନାରାୟଣ । ଗତ 22 ତାରିଖ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ବସିଥିଲା । ଏଥିରେ ରାଜ୍ୟ ବିଜେପି ନେତାମାନେ ମଧ୍ୟ ଯୋଗ ଦେଇଥିଲେ । 22 ତାରିଖ ଅପରାହ୍ନରୁ 23 ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା । ଓଡ଼ିଶାରେ କେମିତି ଡବଲ ଇଞ୍ଜିନ ସରକାର ହେବ ସେନେଇ ରଣନୀତି ପ୍ରସ୍ତୁତ କରୁଛି ବିଜେପି ।

ରାଜ୍ୟରେ ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଏବେଠୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ପ୍ରତିତ୍ବନ୍ଦୀ ଦଳ । ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ହେଉଥିବା ବେଳେ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଓଡ଼ିଶାର ବିଜେପି ବିଧାୟକ ଦଳ ଦିଲ୍ଲୀ ଯାଇଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ ଏବଂ ଜେ.ପି. ନଡ୍ଡାଙ୍କୁ ଭେଟି ଓଡ଼ିଶା ଦଖଲ ପାଇଁ ଗୁରୁମନ୍ତ୍ର ପାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.