ETV Bharat / state

ରାଜ୍ୟ ସରକାର ଧାନ ଏମଏସପି ୨୦୦ ଟଙ୍କା ବଢାଇ ଦିଅନ୍ତୁ: ବିଜେପି

author img

By

Published : Jun 9, 2023, 12:26 PM IST

ଧାନର ଏମଏସପି ବୃଦ୍ଧି ନେଇ ବିଜେଡି ଓ କଂଗ୍ରେସର ସମାଲୋଚନାରେ ଜବାବ ଦେଲେ ବିଜେପି ବିଧାୟିକା କୁସୁମ ଟେଟେ । ଅଧିକ ପଢନ୍ତୁ

ଧାନର ଏମଏସପି ବୃଦ୍ଧି ରାଜନୀତି
ଧାନର ଏମଏସପି ବୃଦ୍ଧି ରାଜନୀତି
ଧାନ ଏମଏସପି ବଢାଇବାକୁ ଦାବି

ଭୁବନେଶ୍ବର: କେନ୍ଦ୍ର ସରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଧାନର କ୍ବିଣ୍ଟାଲ ପିଛା ଏମଏସପି ୧୪୩ ଟଙ୍କା ବୃଦ୍ଧି ହୋଇଛି । ଏହି ମୂଲ୍ୟ ବୃଦ୍ଧିକୁ ବିଜେଡି ଓ କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ଧାନର ଏତିକି ଏମଏସପି ବୃଦ୍ଧି ଯଥେଷ୍ଟ ନୁହେଁ ବୋଲି ବିଜେଡି କହୁଥିବା ବେଳେ ନିର୍ବାଚନ ପାଇଁ ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଉଛି ଏବଂ ଭାରତ ବର୍ଷର ଚାଷୀଙ୍କ ପ୍ରତି କେନ୍ଦ୍ର ସରକାର ବେଇମାନି କରିଥିବା ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ଅଭିଯୋଗ କରିଛନ୍ତି । ବିରୋଧିଙ୍କ ଏଭଳି ସମାଲୋଚନା ଉପରେ ବିଜେପି ବିଧାୟିକା କୁସୁମ ଟେଟେ ପ୍ରତିକ୍ରିୟା ରଖିଛନ୍ତି ।

ବିଜେପି ବିଧାୟିକା କହିଛନ୍ତି ଯେ, କଂଗ୍ରେସ ସରକାର ସମୟରେ ସର୍ବନିମ୍ନ ସହାୟକ ମୂଲ୍ୟ କେତେ ଟଙ୍କା ବଢ଼ିଥିଲା ? ବିଜେପି ସରକାର କଂଗ୍ରେସ ସରକାର ତୁଳନାରେ ବହୁତ ଏମଏସପି ବଢ଼ାଇଛି । ବିଜେଡି ଯେଉଁ ଅଧିକ ଟଙ୍କା ବଢ଼ାଇବାକୁ ଦାବି କରୁଛି, ରାଜ୍ୟ ସରକାରଙ୍କ କ୍ଷମତା ଅଛି ସେ ଚାଷୀଙ୍କ ସୁବିଧା ପାଇଁ ୨୦୦ ଟଙ୍କା ବଢ଼ାଇ ଦିଅନ୍ତୁ । କେନ୍ଦ୍ର ଲଗାତାର ଭାବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରୁଛି । ଆଗକୁ ମଧ୍ୟ ପର୍ଯ୍ୟାୟକ୍ରମେ ମୂଲ୍ୟ ବୃଦ୍ଧି କରାଯିବ । ଓଡ଼ିଶାରେ ଧାନର ଅଭାବୀ ବିକ୍ରି ହେଉଛି ତାହାର ସମାଧାନ କରଯାଉ ନାହିଁ । ଚାଷୀମାନେ ଧ୍ୟାନ ବିକ୍ରି କରିବାକୁ ଅପେକ୍ଷା ନ କରନ୍ତୁ, ସେଥିପାଇଁ ଆମେ ବାରମ୍ବାର ରାଜ୍ୟ ସରକାରଙ୍କୁ ତାଗିଦ୍ କରୁଛୁ ବୋଲି ବିଧାୟିକା କହିଛନ୍ତି ।

ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡ଼ି ପ୍ରସଙ୍ଗରେ କୁସୁମ ଟେଟେ କହିଛନ୍ତି, ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜନୀତି କରିବା ଉଚିତ୍ ନୁହେଁ । ସବୁ ରାଜନୈତିକ ଦଳ ଏକାଠି ହୋଇ ପୀଡିତ ପରିବାରକୁ ସାହାଯ୍ୟ କରିବା କଥା । କିନ୍ତୁ ଦୁର୍ଘଟଣାକୁ ନେଇ ବିରୋଧୀମାନେ ରାଜନୀତି କରିବା ଅତ୍ୟନ୍ତ ଦୁଃଖଦାୟକ । ଦୁର୍ଘଟଣାର ପଛରେ ଷଡଯନ୍ତ୍ର ଥିବା ସନ୍ଦେହ କରାଯାଉଥିବା ବେଳେ ସିବିଆଇ ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିବ ବୋଲି ବିଧାୟିକା କହିଛନ୍ତି । ବାହାର ରାଜ୍ୟର ଅନେକ ଲୋକମାନେ ନିଖୋଜ ଅଛନ୍ତି । ସେମାନଙ୍କ ମୃତଦେହ ମିଳୁନାହିଁ । ଏବେ ବି ଖୋଜାଖୋଜି ଚାଲିଛି । ଦୋଷୀକୁ ଘଣ୍ଟ ଘୋଡା ଯାଉନାହିଁ । କଂଗ୍ରେସ ଏହାକୁ ନେଇ ରାଜନୀତି ନକରୁ ।

ସୂଚନାଯୋଗ୍ୟ ଯେ, ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନେକ ପ୍ରସ୍ତାବ ଉପରେ ମୋହର ବାଜିଛି । ଏହା ଭିତରୁ ଧାନର ଏମଏସପି ବୃଦ୍ଧି ଅନ୍ୟତମ । ୨୦୨୩-୨୪ ପାଇଁ ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ୨୦୨୨-୨୩ରେ ଧାନର ସର୍ବନିମ୍ନ ସହାୟତ ମୂଲ୍ୟ ୨୦୪୦ଟଙ୍କା ରହିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.