ETV Bharat / state

ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି: ବିରୋଧି ଦଳ ନେତା

author img

By

Published : Dec 13, 2022, 4:17 PM IST

ସମ୍ବଲପୁରରେ ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନକୁ ସମର୍ଥନ କଲେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର । ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁଁ ଆନ୍ଦୋଳନର ଅଂଶ ବିଶେଷ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି: ବିରୋଧି ଦଳ ନେତା
ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି: ବିରୋଧି ଦଳ ନେତା
ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି: ବିରୋଧି ଦଳ ନେତା

ଭୁବନେଶ୍ବର: ସମ୍ବଲପୁରରେ ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ପ୍ରସଙ୍ଗ । ଆନ୍ଦୋଳନକୁ ସମର୍ଥନ କଲେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର । ଏନେଇ ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁଁ ଆନ୍ଦୋଳନର ଅଂଶ ବିଶେଷ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।

ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି । ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ । ଏହି ସବୁ ସମସ୍ୟା ପାଇଁ ଓଡିଶା ସରକାର ଦାୟୀ । କେନ୍ଦ୍ର ଆଇନ ମନ୍ତ୍ରୀ ସଂସଦରେ କହିଛନ୍ତି, ଓଡିଶା ସରକାରଙ୍କ ତରଫରୁ କୌଣସି ପ୍ରସ୍ତାବ ଦିଆଯାଇନାହିଁ । ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ସରକାର ଖେଳିବାକୁ ଚାହୁଁଛନ୍ତି । ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାରଙ୍କ ହତାଦର ରହିଛି ।" ଏହା ସହିତ ରାଜ୍ୟ ସରକାର କାହିଁକି ଟାଳଟୁଳ ନୀତି କରୁଛନ୍ତି ଓ ବିଧିବଦ୍ଧ ପ୍ରସ୍ତାବ କାହିଁକି ଆଣୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

ସେ କହିଛନ୍ତି, "ପଶ୍ଚିମ ଓଡିଶାବାସୀଙ୍କ ସମସ୍ୟା ଗୁଡିକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ଆନ୍ଦୋଳନ କରିବା ପାଇଁ ଗଣତାନ୍ତ୍ରିକ ଉପାୟରେ ସମସ୍ତଙ୍କର ଅଧିକାର ଅଛି । ସରକାର କହୁଛନ୍ତି ଡୋର ଷ୍ଟେପରେ ନ୍ୟାୟ ଦିଆଯିବ । ଅନ୍ୟ ରାଜ୍ୟରେ ହାଇକୋର୍ଟ ବେଞ୍ଚ ଅଛି । ତାହେଲେ ଓଡ଼ିଶାରେ କାହିଁକି ହେବ ନାହିଁ । ଯଦି ବେଞ୍ଚ ହେବ, ହାଇକୋର୍ଟ ଉପରେ ବୋଝ କମିଯିବ ।" ରାଜ୍ୟ ସରକାର ସ୍ଥାନ ବିଷୟରେ ଜଣାଇଲେ କେନ୍ଦ୍ର ସରକାର ଅବିଳମ୍ବେ ପଦକ୍ଷେପ ନେବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.