ETV Bharat / state

ସହାନୁଭୂତି ପାଇଁ ଆକ୍ରମଣର ନାଟକ କରିପାରେ ବିଜେପି: ବିଜେଡି - ସହାନୁଭୂତି ପାଇଁ ଆକ୍ରମଣର ନାଟକ କରିପାରେ ବିଜେପି

ଜାମିନରେ ଆସିଥିବା ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପନିର୍ବାଚନରେ ଷ୍ଟାର ପ୍ରଚାରକ ହୋଇଛନ୍ତି । ପଦ୍ମପୁରରେ ବିଜେଡି ବିଧାୟକଙ୍କ ଉପରେ ଆକ୍ରମଣ ଆଶଙ୍କା ରହିଛି । ଅଭିଯୋଗ କଲେ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ । ଅଧିକ ପଢ଼ନ୍ତୁ

BJP may dramatise attack case for sympathy before padmapur by poll alleges BJD
ସହାନୁଭୂତି ପାଇଁ ଆକ୍ରମଣର ନାଟକ କରିପାରେ ବିଜେପି: ବିଜେଡି
author img

By

Published : Nov 23, 2022, 10:43 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନକୁ ନେଇ ବିଜେଡି ବିଜେପି ନେତାଙ୍କ ଆରୋପ ପ୍ରତ୍ୟାରୋପ ଜୋର ଧରିଛି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରେସମିଟ ତାଙ୍କ ଉପରେ ବିଜେଡିର ଆକ୍ରମଣ ଅଭିଯୋଗ ନେଇ କାନ୍ଦି କାନ୍ଦି କହିଥିଲେ । ସେପଟେ ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ । ଜାମିନରେ ଆସିଥିବା ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପନିର୍ବାଚନରେ ଷ୍ଟାର ପ୍ରଚାରକ ହୋଇଛନ୍ତି । ପଦ୍ମପୁରରେ ବିଜେଡି ବିଧାୟକଙ୍କ ଉପରେ ଆକ୍ରମଣ ଆଶଙ୍କା ରହିଛି । ବିଜେପୁର ଉପନିର୍ବାଚନ ସମୟରେ ଏମାନେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ପ୍ରଦୀପ ପୁରୋହିତଙ୍କ ମୁହଁରୁ ହରିବାର ଭୟ ବାରି ହୋଇପଡୁଛି । ତେଣୁ ସହାନୁଭୂତି ପାଇଁ ଆକ୍ରମଣର ନାଟକ କରିପାରେ ବିଜେପି । ଏହା କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ।

ସହାନୁଭୂତି ପାଇଁ ଆକ୍ରମଣର ନାଟକ କରିପାରେ ବିଜେପି: ବିଜେଡି

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଦେବେଶ କହିଛନ୍ତି, "ବିଜେପୁର ଉପନିର୍ବାଚନ ସମୟରେ ଦୁଇ ବିଜେପି ନେତା ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ କିଭଳି ମରଣାନ୍ତକ ଆକ୍ରମଣ କରିଥିଲେ ତାହା ସମସ୍ତଙ୍କୁ ଜଣା । ଏଭଳି ଜଘନ୍ୟ ଅପରାଧ ପାଇଁ ସେମାନେ ଜେଲ ଯାଇଥିଲେ । ଜାମିନରେ ଆସି ଏହି ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପ ନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି । ଶୁଣିବାକୁ ମିଳୁଛି ଯେ ସେମାନେ ଏବେ ପଦ୍ମପୁର ଉପନିର୍ବାଚନ ସମୟରେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ସେମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଦୀପ ପୁରୋହିତଙ୍କ ବିବୃତ୍ତିରୁ ହାରିଯିବାର ଭୟ ତାଙ୍କ ମୁହଁରୁ ବାରିହୋଇ ପଡୁଛି । ତେଣୁ ନିରାଶାରେ ପ୍ରଦୀପ ନିଜ ପ୍ରତି ସହାନୁଭୂତି ହାସଲ କରିବାକୁ ଚେଷ୍ଟା କରୁଛନ୍ତି । ଏହା ସହିତ ବିଜେଡିକୁ ବଦନାମ ପାଇଁ କିଛି ଲୋକଙ୍କ ହାତରେ ବିଜେଡି ପତାକା ଧରାଇ ନିଜ ଉପରେ ଆକ୍ରମଣର ନାଟକ କରିପାରନ୍ତି ବୋଲି ଦେବେଶ ସନ୍ଦେହ କରିଛନ୍ତି । ପଦ୍ମପୁରର ଲୋକମାନେ ପ୍ରଦୀପ ପୁରୋହିତଙ୍କର ଅସଲ ଚେହେରାକୁ ଜାଣିଛନ୍ତି । ତାଙ୍କୁ ଓ ବିଜେପିକୁ ଉପଯୁକ୍ତ ଜବାବ ଦେବେ ବୋଲି ଦେବେଶ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.