ETV Bharat / state

ମହିଳା କ୍ରିକେଟର ରାଜଶ୍ରୀ ମୃତ୍ୟୁ ଘଟଣା: ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲା ବିଜେପି

author img

By

Published : Jan 15, 2023, 6:50 PM IST

Updated : Jan 15, 2023, 7:42 PM IST

OCAକୁ ଟାର୍ଗେଟ କଲା ବିଜେପି ମହିଳା ମୋର୍ଚ୍ଚା । ଗୋଟିଏ ପଟେ ରାଜ୍ୟ ସରକାର ଖେଳକୁ ପ୍ରୋତ୍ସାହନ ଦେବା କଥା କହୁଛନ୍ତି, କିନ୍ତୁ ଅପର ପକ୍ଷେ ଖେଳାଳୀଙ୍କ ମୃତ୍ୟୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ । ଅଧିକ ପଢ଼ନ୍ତୁ ।

ରାଜଶ୍ରୀ ମୃତ୍ୟୁ ଘଟଣା, ସରକାରକୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ବର:ମହିଳା କ୍ରିକେଟର ରାଜଶ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକଙ୍କ ପ୍ରେସମିଟ୍ । ରାଜଶ୍ରୀ ମୃତ୍ୟୁ ଘଟଣାକୁ ନେଇ ଦିନକୁ ଦିନ ରାଜନୀତି ସରଗରମ ହେବାରେ ଲାଗିଛି । ରାଜଶ୍ରୀ ମୃତ୍ୟୁ କୁ ନେଇ ଓସିଏକୁ ଟାର୍ଗେଟ କରିଛି ବିଜେପି। କାହିଁକି ରାଜଶ୍ରୀଙ୍କ ନିଖୋଜର ଦୁଇ ଦିନ ପରେ ବି ପରିବାର କିମ୍ବା ପୋଲିସକୁ କାହିଁକି ଓସିଏ ଜଣାଇ ନଥିଲା, ସେ ଦାୟିତ୍ୱ କାହାର ? ପ୍ରଶ୍ନ କରିଛି ବିଜେପି ।

ଗୋଟିଏ ପଟେ ରାଜ୍ୟ ସରକାର ଖେଳକୁ ପ୍ରୋତ୍ସାହନ ଦେବା କଥା କହୁଛନ୍ତି, କିନ୍ତୁ ଅପର ପକ୍ଷେ ଖେଳାଳୀଙ୍କ ମୃତ୍ୟୁ । ଦୁଇ ଦିନ ଧରି OCA ପରିବାର ଏବଂ ପୋଲିସକୁ ନଜଣାଇବା ସନ୍ଦେହ ସୃଷ୍ଟି କରୁଛି । ରାଜଶ୍ରୀଙ୍କ ଟିମ୍‌ର ମ୍ୟାନେଜର କିଏ ? ହୋଟେଲରେ ରହୁଥିବା ଖେଳାଳୀଙ୍କ କଥା କିଏ ବୁଝୁଥିଲା ଏସବୁ ତଥ୍ୟ ସାମ୍ନାକୁ ଆସିବା ଦରକାର ବୋଲି ବିଜେପି ଦାବି କରିଛି । ସେହିପରି ସୁଜାତା କାର୍ତ୍ତିକେୟନଙ୍କ ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାପତି । କହିଛନ୍ତି, "ମହିଳା ସଶକ୍ତିକରଣ ଉପରେ ଏତେ କଥା କହୁଛନ୍ତି ହେଲେ ରାଜଶ୍ରୀ ଘଟଣାରେ ଗୋଟିଏ ବି ହେଲେ ଟ୍ୱିଟ କରି ସମବେଦନା ଜଣାଇ ନାହାନ୍ତି ।"

ଏହାସହ ରାଜଶ୍ରୀଙ୍କ ଘର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତ ବେହେରାଙ୍କ ପଞ୍ଚାୟତରେ ହୋଇଥିବା ବେଳେ, ବାପା ମା ମନ୍ତ୍ରୀଙ୍କୁ ଝିଅ ନିଖୋଜ କଥା କହିବାରୁ ମନ୍ତ୍ରୀ ହକି ବିଶ୍ୱକପ୍ ପାଇଁ ବ୍ୟସ୍ତ ଥିବା ଉତ୍ତର ଦେଇଥିଲେ । ଏ କଣ ରାଜ୍ୟ ସରକାରଙ୍କ ମହିଳାଙ୍କୁ ସମ୍ମାନ ଏବଂ ଖେଳ ଆଉ ଖେଳାଳିଙ୍କୁ ପ୍ରୋତ୍ସାହନ ବୋଲି ପ୍ରଶ୍ନ କରିଛି ବିଜେପି । ସେହିପରି ଗତକାଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ 5 ଜଣିଆ ଟିମ୍‌ OCA ଏବଂ ରାଜଶ୍ରୀଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ଅନୁଧ୍ୟାନ ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା ।

ତେବେ ରାଜଶ୍ରୀଙ୍କ ଘରେ ତାଙ୍କ ବାପା ମାଆ ଭୟର ଏବଂ ମାନସିକ ଚାପରେ ଅଛନ୍ତି । ରାଜଶ୍ରୀ କ୍ରୀଡ଼ାମନ୍ତ୍ରୀଙ୍କ ନିଜ ପଞ୍ଚାୟତର ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସୁଦ୍ଧା ମନ୍ତ୍ରୀ ତାଙ୍କ ଘରକୁ ଗଲେନି କି ସମବେଦନା ଦେଲେନି । ଏଥିରୁ ସ୍ପଷ୍ଟ ରାଜ୍ୟ ସରକାର ମହିଳା ବିରୋଧୀ ସରକାର ଏବଂ ସମ୍ବେଦନହୀନ ସରକାର । ମହିଳା ପ୍ରସଙ୍ଗ ଆସିଲେ ସରକାର ଧଳା ଚାଦର ଘୋଡ଼ାଉଛନ୍ତି । ତେଣୁ ଏହି ମାମଲାରେ ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ପ୍ରକୃତ ସତ୍ୟ ସାମ୍ନାକୁ ଆଣିବାକୁ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 15, 2023, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.