ETV Bharat / state

ଆସନ୍ତା ବଜେଟ ଓଡିଶା ପାଇଁ ସହାୟକ ହେବ: ପୃଥ୍ୱୀରାଜ

author img

By

Published : Jan 31, 2023, 7:29 PM IST

ଆସନ୍ତାକାଲି ଉପସ୍ଥାପନା ହେବ କେନ୍ଦ୍ର ବଜେଟ । ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଅଧିକ ପଢନ୍ତୁ

bjp leader prithviraj harichandan
bjp leader prithviraj harichandan
bjp leader prithviraj harichandan

ଭୁବନେଶ୍ବର: ଆରମ୍ଭ ହେଲା ବଜେଟ ଅଧିବେଶନ । ଆସନ୍ତାକାଲି ଉପସ୍ଥାପନା ହେବ କେନ୍ଦ୍ର ବଜେଟ । ଚଳିତ ବର୍ଷ ପାଇଁ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଏନେଇ ପୃଥ୍ୱୀରାଜ କହିଛନ୍ତି ଯେ , ସ୍ବାଧୀନତା ମିଳିବା ପର ଠାରୁ ଓଡିଶାକୁ କେବେ କୌଣସି କେନ୍ଦ୍ର ସରକାର ସହାୟକ ହୋଇ ନ ଥିଲେ। 2014 ଠାରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପର ଠାରୁ ପ୍ରତିବର୍ଷ ଅଧିକ ରୁ ଅଧିକ ସହାୟତା ଓଡିଶା ପ୍ରଦେଶକୁ ମିଳୁଛି। ସେ ରାଜପଥ ଠାରୁ ଆରମ୍ଭ କରି ରେଳପଥ ଇନଫ୍ରାଷ୍ଟ୍ରକଚର, ଗରିବ କଲ୍ୟାଣ ଯୋଜନା ପର୍ଯ୍ୟନ୍ତ ଓଡ଼ିଶା ସହାୟତା ପାଉଛି।

ଅତୀତରେ ପ୍ରଧାନମନ୍ତ୍ରୀ ଯେଉଁ କଥା କହିଥିଲେ ଓଡ଼ିଶାର ବିକାଶ ପାଇଁ କୌଣସି ଅର୍ଥରେ ଅଭାବ ରହିବ ନାହିଁ। ସେ ଏହାକୁ ପ୍ରତିଫଳିତ ବି କରୁଛନ୍ତି। ଚଳିତ ବଜେଟ ରେ ଯେଉଁ ଭଳି ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ସେହିଭଳି ଆସନ୍ତା ଆର୍ଥିକ ବର୍ଷରେ ଯୋଜନା ଗୁଡିକ ଅଧିକ ପରିମାଣରେ ଓଡିଶା ପ୍ରଦେଶ ସହାୟତା ପାଇବ ଆଶା ଅଛି କେନ୍ଦ୍ର ସରକାରଙ୍କ ଉପରେ। ତେଣୁ ଆସନ୍ତା ବଜେଟ ରେ ଓଡିଶା ପାଇଁ ଏକ ଶୁଭଙ୍କର ବଜେଟ ହେବ ବୋଲି କହିଛନ୍ତି ପୃଥ୍ୱୀରାଜ ।

ପ୍ରକାଶ ଥାଉକି, ଆଜି ଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମିଳିତ ସଦନକୁ ସମ୍ବୋଧନ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିମ୍ନସଦନ ଲୋକସଭାରେ ପ୍ରାକ ବଜେଟ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି । ପୂର୍ବାହ୍ନ ପ୍ରାୟ 12.50 ରେ ଏହି ଇକୋନୋମିକ ସର୍ଭେ ରିପୋର୍ଟକୁ ଗୃହରେ ଅର୍ଥମନ୍ତ୍ରୀଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିଲା । ଏହା ପରେ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ସହ ଆଜିର କାର୍ଯ୍ୟଦିବସକୁ ମୁଲତବୀ ଘୋଷଣା କରାଯାଇଛି ।

ତେବେ ପ୍ରାକ ବଜେଟ ଆର୍ଥିକ ରିପୋର୍ଟ ଭାବେ ଗୃହରେ ଉପସ୍ଥାପିତ ହୋଇଥିବା ଏହି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ଭାରତ ବିଶ୍ବର ଦୃତଗତିରେ ଆଗକୁ ବଢୁଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ । ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 7 ପ୍ରତିଶତ ଥିବା ବେଳେ ଆଗାମୀ (2023-24) ରେ ଏହା 6.5 ପ୍ରତିଶତ ବୃଦ୍ଧି ପାଇବ । ସେହିପରି 2021-22 ଆର୍ଥିକ ବର୍ଷରେ ଏହି ହାର 11 ପ୍ରତିଶତ ରହିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.