ETV Bharat / state

ସ୍ବାଭିମାନ ଥିଲେ ବିଜେଡି ନେତା 5T ସଚିବଙ୍କୁ ସମର୍ଥନ କରନ୍ତେନି: ପୃଥ୍ବୀରାଜ - ପ୍ରଚ୍ଛଦପଟର ଲୋକମାନେ ଶାସନ ଚଳେଇବା ଆରମ୍ଭ କରିଛନ୍ତି

5T ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ନେଇ ରାଜ୍ୟ ସରକାରଙ୍କୁ ପୁଣି ଶାଣିତ ସ୍ବରରେ ଆକ୍ରମଣ କଲା ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଲେ ଓଡିଶା ସରକାର ମୁଣ୍ଡ ବିହୀନ ହୋଇଯାଇଥିବାରୁ ପ୍ରଚ୍ଛଦପଟରେ ରହୁଥିବା ଲୋକମାନେ ଶାସନ ଚଳେଇବା ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

5T ସଚିବ ପ୍ରସଙ୍ଗରେ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା

author img

By

Published : Jun 30, 2023, 4:44 PM IST

5T ସଚିବ ପ୍ରସଙ୍ଗରେ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ସାରା ରାଜ୍ୟରେ ଏବେ 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଚର୍ଚ୍ଚା । ରାଜ୍ୟରେ ଶାସନ କିଏ ଚଳାଉଛି ତାକୁ ନେଇ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପାଇଁ ଦାବି କରିବା ସହ 5T ସଚିବ IAS କୋଡ୍‌ ଅଫ୍‌ କଣ୍ଡକ୍ଟ୍‌ ରୁଲ ଉଲ୍ଲଙ୍ଘନ କରୁଛନ୍ତି ବୋଲି DOPTକୁ ଚିଠି ଲେଖିଛି କଂଗ୍ରେସ । ସେପଟେ ବିଜେପି ମଧ୍ୟ ଏନେଇ ଅଭିଯୋଗ କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଆସିଛି । ହେଲେ ଏସବୁ ସତ୍ତ୍ବେ ବିରୋଧୀଙ୍କୁ କୌଣସି ସୁଫଳ ମିଳିନି । ଏଭଳି ସ୍ଥଳେ ଆଜି ବିଜେପି ପୁଣି ଆକ୍ରମଣାତ୍ମକ ଢଙ୍ଗରେ 5T ସଚିବଙ୍କ ଗସ୍ତକୁ ବିରୋଧ କରି ରାଜ୍ୟରେ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଯେତେବେଳେ ସରକାର ମୁଣ୍ଡ ବିହୀନ ହୋଇଯାଏ, ସେତେବେଳେ ଏହିଭଳି ବିଲକ୍ଷଣ ଦେଖିବାକୁ ମିଳିଥାଏ । ଆଜି ଓଡିଶା ସରକାର ମୁଣ୍ଡ ବିହୀନ ହୋଇଯାଇଛି । ପ୍ରଚ୍ଛଦପଟରେ ରହୁଥିବା ଲୋକମାନେ ଆସି ଶାସନ ଚଳେଇବା ଆରମ୍ଭ କରିଛନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ବିଜୁ ଜନତା ଦଳର ନେତାମାନେ ପ୍ରୋତ୍ସାହନ ଏବଂ ସମର୍ଥନ ଦେଉଛନ୍ତି । ସେମାନଙ୍କ ସ୍ବାଭିମାନ ତାଙ୍କୁ ପ୍ରଶ୍ନ ପଚାରୁଛି କି ନାହିଁ । ଜଣେ ସଚିବ, ସେ ମୁଖ୍ୟମନ୍ତ୍ରୀଙ୍କର ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀଙ୍କର । ସେ ଯାଇ ସଭା ସମିତି କରିବେ, ଘୋଷଣା କରିବେ ଏହା ଦୁର୍ଭାଗ୍ୟଜନକ । ରାଜନୀତିରେ ଏହାର ସ୍ଥାନ ନାହିଁ, କି ବିଧି ବ୍ୟବସ୍ଥାରେ ନାହିଁ । ବିଜୁ ଜନତା ଦଳର ନେତାଙ୍କର ଯଦି ସାମାନ୍ୟତମ ସ୍ବାଭିମାନ ଥାଆନ୍ତା, ଏକଥାକୁ ସମର୍ଥନ କିମ୍ବା ବ୍ୟବସ୍ଥା ଭିତରକୁ ନିଅନ୍ତେ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...5ଟି ସଚିବଙ୍କ ଜଗତସିଂହପୁର ଗସ୍ତ, ବେଳାଭୂମି ସଂରକ୍ଷଣକୁ ଗୁରୁତ୍ବ

ସେ ଆହୁରି କହିଛନ୍ତି,"5T ସଚିବଙ୍କ ଗସ୍ତ ଦ୍ଵାରା ଗଣତନ୍ତ୍ର ପ୍ରକ୍ରିୟାକୁ ହତ୍ୟା କରାଯାଉଛି । ମୁଖ୍ୟମନ୍ତ୍ରୀ ଶାସନ ବ୍ୟବସ୍ଥାକୁ ଆଉଟ-ସୋର୍ସ କରିଦେଇଛନ୍ତି । ତାଙ୍କ ସ୍ଥାନରେ ଆଉ ଜଣେ ଘୋଷଣା କରୁଛି । ଏହି ଗଣତନ୍ତ୍ର ହତ୍ୟାକାରୀଙ୍କୁ ଭାରତୀୟ ଜନତା ପାର୍ଟି ବିରୋଧ କରିବାରେ ବିରତ ରହିନାହିଁ ଏବଂ ବିରୋଧ ଜାରି ରହିବ । ବିଜୁ ଜନତା ଦଳରେ ଯେତେବେଳେ ଜଣକୁ ଡିଫେଣ୍ଡ କରାଯାଏ, ସେତେବେଳେ ଗନ୍‌ ପଏଣ୍ଟରେ ଡିଫେଣ୍ଡ କରାଯାଏ । ସେ କଣ କହିବେ, କଣ କରାଯିବ ସେସବୁ ତୃତୀୟ ମହଲରୁ ଲେଖାହୋଇ ଆସେ ଏବଂ ସମ୍ପୃକ୍ତ ନେତାଙ୍କ ଇଚ୍ଛା ନଥିଲେ ବି ତାଙ୍କ ମୁହଁରେ କୁହାଯାଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.