ETV Bharat / state

ସଚିବାଳୟରେ ବସି ମଣ୍ତିରେ ଠିକ୍ ବ୍ୟବସ୍ଥା ଚାଲିଛି କହିଲେ ହେବା ନାହିଁ, ନିର୍ବାଚନ ଖର୍ଚ୍ଚ ଉଠାଇବାକୁ କଟନୀ ଛଟନୀ କରି ଚାଷୀଙ୍କୁ ଲୁଟିବ ବିଜେଡି ସରକାର: ବିଜେପି

author img

By ETV Bharat Odisha Team

Published : Dec 25, 2023, 7:38 PM IST

Pradip purohit reaction on Rice mandi: ରାଜ୍ୟରେ ଧାନମଣ୍ଡି କିଣାବିକାରେ ଅବ୍ୟବସ୍ଥା ଅଭିଯୋଗ । ରାଜ୍ୟ ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ

Pradip purohit reaction on Rice mandi
Pradip purohit reaction on Rice mandi

ନିର୍ବାଚନ ଖର୍ଚ୍ଚ ଉଠାଇବାକୁ କଟନୀ ଛଟନୀ କରି ଚାଷୀଙ୍କୁ ଲୁଟିବ ବିଜେଡି ସରକାର

ଭୁବନେଶ୍ବର: ରାଜ୍ୟରେ ଧାନ ମଣ୍ଡିରେ କିଣାବିକାରେ ଅବ୍ୟବସ୍ଥା ଅଭିଯୋଗ ଆଣି ବିଭାଗୀୟ ମନ୍ତ୍ରୀଙ୍କୁ ଘେରିଲା ରାଜ୍ୟ ବିଜେପି । ବିଭାଗୀୟ ମନ୍ତ୍ରୀ ଭୁବନେଶ୍ଵର ସଚିବାଳୟରୁ ବସି ମଣ୍ତିରେ ଠିକ୍ ବ୍ୟବସ୍ଥା ଚାଲିଛି କହିଲେ ହେବା ନାହିଁ । ୭୫ କେଜି ଧାନରେ ମିନିମମ ଦୁଇ କେଜି କଟନି ଛଟନି ହେଉଛି । ଧାନ ବିକ୍ରି ପରେ ବି ଚାଷୀଙ୍କ ଆକାଉଣ୍ଟରେ ଜମା ହେଉ ନାହିଁ ପଇସା । ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଏଭଳି ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ।

ଏନେଇ ପ୍ରଦୀପ କହିଛନ୍ତି, "ଧାନ ମଣ୍ଡିରେ ଚାଲିଛି କଟନି ଛଟନି । ବିଭାଗୀୟ ମନ୍ତ୍ରୀ ଭୁବନେଶ୍ଵର ସଚିବାଳୟରୁ ବସି ମଣ୍ତିରେ ଠିକ ବ୍ୟବସ୍ଥା ଚାଲିଛି କହିଲେ ହେବା ନାହିଁ । ଯଦି ବା ଚିତ୍ର ଦେଖିବାକୁ ଚାହୁଁଛନ୍ତି, ତେବେ ବିଭାଗୀୟ ମନ୍ତ୍ରୀ ଓଡ଼ିଶାର କୌଣସି ଏକ ମଣ୍ଡିକୁ ଯାଆନ୍ତୁ। ଆମେ ସବୁ ମଣ୍ଡି ବୁଲୁଛି, ସ୍ଥିତି ଦେଖୁଛି । ୟାଭିତରେ ୪୦ଟି ମଣ୍ଡି ଗସ୍ତ କରିସାରିଛି ମୁଁ । ୭୫ କେଜି ଧାନରେ ମିନିମମ ୨ କେଜି କଟନି ଛଟନି ହେଉଛି । ଧାନ ବିକ୍ରି ପରେ ବି ଚାଷୀଙ୍କ ଆକାଉଣ୍ଟରେ ଜମା ହେଉ ନାହିଁ ପଇସା । ରାଜ୍ୟରେ ଧାନ ମଣ୍ଡିରେ ଅବ୍ୟବସ୍ଥା ବିଭାଗୀୟ ମନ୍ତ୍ରୀ ଦେଖନ୍ତୁ ।"

ଏହା ବି ପଢନ୍ତୁ- ଧାନ ସଂଗ୍ରହ ଆରମ୍ଭରୁ ମୁଣ୍ଡରେ ବାଜିଲାଣି ଚାଳ, କଟନୀ ଛଟନୀ ଅଭିଯୋଗ

ସେ ଆହୁରି କହିଛନ୍ତି, "ଯଦି ଗୋଟିଏ ବସ୍ତାରେ ଦୁଇ କେଜି କଟନି ଛଟନି ହେବ । ତେବେ ୬୦ ଲକ୍ଷ ମେଟ୍ରିକ ଟନ ଧାନ ଉଠିବ ମଣ୍ଡିରୁ । ତାହେଲେ ପାଖାପାଖି ୪୦୦ କୋଟି ଟଙ୍କା ଦୁଇ କେଜି କଟନି ଛଟନିରୁ ବିଜେଡି ସରକାର ଚାଷୀଙ୍କ ଠାରୁ ଲୁଟ କରିବ । ୨୦୨୪ରେ ବୋଧହୁଏ ନିର୍ବାଚନରେ ଖର୍ଚ୍ଚ କରିବା ପାଇଁ ଚାଷୀଙ୍କଠାରୁ ଲୁଟ କରିବା ଆରମ୍ଭ କରି ଦେଲେଣି । ରାଜ୍ୟ ସରକାର ବାହସ୍ପଟ ମାରିଲେ ଧାନ କିକ୍ରିର ୨୪ ଘଣ୍ଟା ଭିତରେ ଚାଷୀଙ୍କୁ ତାଙ୍କର ପେମେଣ୍ଟ ମିଳିବ। କିନ୍ତୁ କିଛି ଚାଷୀ ଅଭିଯୋଗ କରିଛନ୍ତି ୧୫ ତାରିଖରୁ ଧାନ ବିକ୍ରି କଲେଣି କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟରେ ପଇସା ଜମା ହୋଇ ନାହିଁ। ତାହେଲେ ଧାନ ବିକ୍ରୀର ୨୪ ଘଣ୍ଟା ଭିତରେ ଚାଷୀଙ୍କୁ ତାଙ୍କ ଟଙ୍କା ମିଳିଯିବ ବୋଲି ମିଛ କଥା କାହିଁକି କହିଛନ୍ତି ରାଜ୍ୟ ସରକାର ।"

ଏହା ବି ପଢନ୍ତୁ- ସାନମହେଶ୍ୱର ଧାନ ମଣ୍ଡିରେ ଦିଆଯାଉନି ଗନିବେଗ, ଚାଷୀ ଅସନ୍ତୁଷ୍ଟ

ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ସତ କହିବାକୁ ଗଲେ ମଣ୍ଡି ଠିକରେ ଚାଲୁ ନାହିଁ । ବ୍ୟାପକ ଅବ୍ୟବସ୍ଥା ଭିତରେ କଟନି ଛଟନି ଚାଲିଛି । ମିଲରମାନେ ଲୁଟ କରୁଛନ୍ତି । ବିଭାଗୀୟ ମନ୍ତ୍ରୀଙ୍କର ଯଦି ପ୍ରକୃତରେ ଦରଦ ଅଛି, ତାହେଲେ ଯେଉଁମାନେ କଟନି ଛଟନି କରୁଛନ୍ତି ସେଭଳି ଏକ ମିଲରକୁ ଗିରଫ କରି ଦେଖାନ୍ତୁ । ତାହେଲେ ଜଣାପଡ଼ିବ ଯେ ଚାଷୀଙ୍କ ପ୍ରତି ଦରଦ ଅଛି କି ନାହିଁ ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.