ETV Bharat / state

ବଦଳିଲେ ରାଜ୍ୟ ବିଜେପି ସଭାପତି, ମନମୋହନ ସାମଲ ନୂଆ ମଙ୍ଗୁଆଳ

author img

By

Published : Mar 23, 2023, 12:08 PM IST

Updated : Mar 23, 2023, 2:16 PM IST

ଓଡି଼ଶା ବିଜେପି ସଭାପତି ହେଲେ ବରିଷ୍ଠ ନେତା ମନମୋହନ ସାମଲ । ଜେପି ନଡ୍ଡା ତାଙ୍କୁ ରାଜ୍ୟ ବିଜେପି ସଭାପତି ନିଯୁକ୍ତ କରିଛନ୍ତି । ଅଧିକ ପଢନ୍ତୁ

ମନ ମୋହନ ସାମଲ ଓଡ଼ିଶା ବିଜେପି ସଭାପତି ନିଯୁକ୍ତ

ନୂଆ ସଭାପତିଙ୍କୁ ନେଇ ଧାମନଗର ବିଧାୟକଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିର ବଡ ପରିବର୍ତ୍ତନ । ବଦଳିଲେ ରାଜ୍ୟ ବିଜେପି ସଭାପତି । ଓଡି଼ଶା ବିଜେପି ସଭାପତି ହେଲେ ବରିଷ୍ଠ ନେତା ମନମୋହନ ସାମଲ । ସମୀର ମହାନ୍ତିଙ୍କ ସ୍ଥାନ ନେଲେ ମନମୋହନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ କରିଛନ୍ତି । ମନମୋହନ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଥିଲେ । ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ ସଭାପତି ଭାର ତୁଲାଇଥିଲେ । ସେତେବେଳେ ରାଜ୍ୟରେ ମେଣ୍ଟ ସରକାର ଥିଲା । ୨୦୦୪ ବିଧାନସଭା ନିର୍ବାଚନରେ ଧାମନଗରରୁ ନିର୍ବାଚିତ ହୋଇଥିଲେ ମନମୋହନ । ତେବେ ୨୦୦୪ରୁ ୨୦୦୯ ଯାଏଁ ବିଧାୟକ ଥିବା ମନମୋହନ ମେଣ୍ଟ ସରକାର ସମୟରେ ମନ୍ତ୍ରୀମଣ୍ଡଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ରାଜସ୍ବ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ଆଗକୁ ୨୦୨୪ ନିର୍ବାଚନ ଥିବାବେଳେ ମନମୋହନଙ୍କୁ ଏହି ଦାୟିତ୍ୱ ଦେଇ ନିର୍ବାଚନ ପ୍ରସ୍ତୁତିକୁ ବିଜେପି ଜୋରଦାର କରୁଥିବା ସଂକେତ ମିଳିଛି । ଧାମନଗର ଉପନିର୍ବାଚନରେ ଦଳର ବିଜୟରେ ମନମୋହନଙ୍କର ମୁଖ୍ୟ ଭୂମିକା ରହିଥିଲା । ଯେଉଁଥିପାଇଁ ତାଙ୍କୁ ସଭାପତି ପଦ ପୁରସ୍କାରରେ ମିଳିଛି ବୋଲି ଚର୍ଚ୍ଚା ହେଉଛି । ମନମୋହନଙ୍କ ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବ ଏବଂ ଏଥିପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି ।

ବିଜେପିର ଫୋକସ ଏବେ ଉପକୂଳ ଓଡିଶା ଉପରେ । ଏହା ଉପରେ ପ୍ରତିକ୍ରିୟାରେ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି, ''ମନମୋହନ ସାମଲ ଜଣେ ଅଭିଜ୍ଞ ନେତା । ଧାମନଗର ଉପନିର୍ବାଚନରେ ଜିତିବାରେ ତାଙ୍କର ପ୍ରମୁଖ୍ୟ ଭୂମିକା ଥିଲା । ତାଙ୍କ ନେତୃତ୍ଵରେ ବିଜେପି ସଫଳତାର ଶୀର୍ଷ ପହଞ୍ଚିବ ବୋଲି ଆଶା କରାଯାଉଛି ।''

ମନମୋହନ ସାମଲ ୨୦୦୯ ବିଧାନସଭା ନିର୍ବାଚନରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିରୁ ନିର୍ବାଚନ ଲଢିଥିଲେ । ହେଲେ ନିର୍ବାଚନରେ ତାଙ୍କର ପରାଜୟ ହୋଇଥିଲା । ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ତାଙ୍କୁ ହରାଇ ବିଜୟୀ ହୋଇଥିଲେ । ଏହାପରେ ୨୦୧୪ ନିର୍ବାଚନରେ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ । କିନ୍ତୁ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ଠାରୁ ଏଥର ମଧ୍ୟ ତାଙ୍କୁ ପରାଜିତ ହେବାକୁ ପଡିଥିଲା ।

ଏହା ମଧ୍ୟ ପଢନ୍ତୁ: Rahul Gandhi Modi surname Remark: ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ, ସଙ୍ଗେ ସଙ୍ଗେ ଜାମିନ ମଞ୍ଜୁର

୨୦୦୪ ମସିହାରେ ଓଡିଶା ବିଧାନସଭା ନିର୍ବାଚନରେ ମନମୋହନ ସାମଲ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏହାପରେ ଯୋଗାଣ ଓ ରାଜସ୍ବ ମନ୍ତ୍ରୀ ହୋଇଥିଲେ । ମନମୋହନ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ । ୧୯୭୯ ମସିହାରେ ଭଦ୍ରକ କଲେଜରେ ପାଠ ପଢୁଥିବା ସମୟରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।

ସୂଚନା ଥାଉକି, 2024ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ବିଜେପିରେ ବଡଧରଣର ପରିବର୍ତ୍ତନ ହୋଇଛି । ମନମୋହନଙ୍କ ନେତୃତ୍ବରେ ଦଳ ନିର୍ବାଚନ ବୈତରଣୀ ପାର୍‌ କରିବ । ସେପଟେ ନୂଆ ମଙ୍ଗୁଆଳ ମିଳିବା ପରେ ଦଳକୁ ବୁଷ୍ଟ ମିଳିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 23, 2023, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.