ETV Bharat / state

ରତ୍ନଭଣ୍ଡାର ନେଇ ମନ୍ତ୍ରୀଙ୍କ ଉତ୍ତର ଓ ସତ୍ୟପାଠରେ ନାହିଁ ତାଳମେଳ: ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

author img

By

Published : Aug 11, 2023, 7:17 AM IST

ବିଜେପିର ବଡ଼ସାହି ବିଧାୟକ ସନାତନ ବିଜୁଳି କହିଛନ୍ତି ଯେ, ବିଜେଡି ସରକାରରେ ସବୁ ପ୍ରକାର ଦୁର୍ନୀତି ହେଉଛି । ଭାରତ ସ୍ୱାଧୀନତା ପରଠାରୁ ଯେତିକି ଦୁର୍ନୀତି ହୋଇନଥିଲା, ତା'ଠାରୁ ଅଧିକ ଦୁର୍ନୀତି ଗତ 25 ବର୍ଷ ହେଲା ହୋଇଛି । ତେଣୁ ରତ୍ନଭଣ୍ଡାରର ଅଳଙ୍କାର ସୁନା ଓ ରୂପା ଗାଏବ ହୋଇଛି । ଏହାର ଉତ୍ତର ଦାୟିତ୍ବରେ ଥିବା ଲୋକ ଓ ସରକାର ରଖିବେ । ଅଧିକ ପଢନ୍ତୁ

ରତ୍ନଭଣ୍ଡାର ନେଇ ମନ୍ତ୍ରୀଙ୍କ ଉତ୍ତର ଓ ସତ୍ୟପାଠରେ ନାହିଁ ତାଳମେଳ; ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

ଭୁବନେଶ୍ବର: ଜଗତର ନାଥ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ନେଇ ପୁଣି ତେଜିଲା ରାଜନୀତି । ହାଇକୋର୍ଟରେ ଦାଖଲ ସତ୍ୟପାଠକୁ ନେଇ ବଢିଲା ସାନି ବିବାଦ । ତତ୍କାଳୀନ ମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତର ଏବଂ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠର ତଥ୍ୟରେ ରହୁନି ତାଳମେଳ । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି କହିଛି ରତ୍ନଭଣ୍ଡାରରୁ ହୋଇଛି ଲୁଟ । ଯିଏ ଦାୟିତ୍ୱରେ ଅଛି ତାଙ୍କୁ ଓ ସରକାରଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ସହ ଆଉ ବିଳମ୍ବ ନ କରି ଖୋଲାଯାଉ ରତ୍ନଭଣ୍ଡାର । କାହିଁକି ସରକାର ଭୟ କରୁଛନ୍ତି ବୋଲି କହି କଂଗ୍ରେସ ମଧ୍ୟ କରିଛି ସମାଲୋଚନା । ସେପଟେ ବିଜେଡି କହିଛି ରତ୍ନଭଣ୍ଡାର ମାମଲା ଏବେ କୋର୍ଟରେ ରହିଛି । ତାକୁ ନେଇ ଆଲୋଚନା ଓ ଚର୍ଚ୍ଚା କରିବା ଉଚିତ୍‌ ନୁହେଁ ।

ଏହାବି ପଢନ୍ତୁ- 'ଆର ବର୍ଷକୁ ଅପେକ୍ଷା ନକରି ଚଳିତ ଅଗଷ୍ଟରେ ଖୋଲାଯାଉ ରତ୍ନଭଣ୍ଡାର'

ଏହା ମଧ୍ୟ ପଢନ୍ତୁ: ୨୦୨୪ରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ୧ମାସ ମଧ୍ୟରେ ଖୋଲିବାକୁ ବିଭିନ୍ନ ମହଲରେ ଦାବି

ବିଜେପିର ବଡ଼ସାହି ବିଧାୟକ ସନାତନ ବିଜୁଳି କହିଛନ୍ତି, ‘‘ବିଜେଡି ସରକାରରେ ସବୁ ପ୍ରକାର ଦୁର୍ନୀତି ହେଉଛି । ଭାରତ ସ୍ୱାଧୀନତା ପରଠାରୁ ଯେତିକି ଦୁର୍ନୀତି ହୋଇନଥିଲା, ତା'ଠାରୁ ଅଧିକ ଦୁର୍ନୀତି ଗତ 25 ବର୍ଷ ହେଲା ହୋଇଛି । ତେଣୁ ରତ୍ନଭଣ୍ଡାରର ଅଳଙ୍କାର ସୁନା ଓ ରୂପା ଗାଏବ ହୋଇଛି । ଏହାର ଉତ୍ତର ଦାୟିତ୍ବରେ ଥିବା ଲୋକ ଓ ସରକାର ରଖିବେ । କିନ୍ତୁ ସନ୍ଦେହ ବଢୁଛି । ଅଳଙ୍କାର କୁଆଡେ ଗଲା, ଯିଏ ଦାୟିତ୍ବରେ ଅଛି ସେ କହିପାରିବ । ଯିଏ ଦାୟିତ୍ବରେ ଅଛି, ଯାହା ପାଖରେ ଚାବି ଅଛି ସେ ଲୁଟ କରିଥିବ ।’’

ବିଜେଡି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି, ‘‘ବିରୋଧୀଙ୍କର ଅନେକ ପ୍ରଶ୍ନ ଥାଏ । ବିରୋଧୀଙ୍କର ଯଦି ପ୍ରଶ୍ନ ନରହିବ, ତାହାଲେ ତାଙ୍କର କଣ ମାନ୍ୟତା ରହିବ । ରତ୍ନଭଣ୍ଡାର ସୁରକ୍ଷିତ ଅଛି । ତାଳମେଳ ନରହିବା ବାବଦରେ ମୁଁ କିଛି ଜାଣିନାହିଁ । କିନ୍ତୁ ରତ୍ନଭଣ୍ଡାର ସୁରକ୍ଷିତ ଅଛି ।’’ ସେହିପରି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ରତ୍ନଭଣ୍ଡାର ପ୍ରସଙ୍ଗ ହାଇକୋର୍ଟରେ ବିଚାରଧୀନ ଅଛି । ସେ ବାବଦରେ ସାଧାରଣରେ ଆଲୋଚନା କରିବା ଠିକ ନୁହେଁ । ହାଇକୋର୍ଟରେ ବିଚାର ଚାଲୁଥିବାବେଳେ ଚର୍ଚ୍ଚା କରିବା ଠିକ ନୁହେଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.