ETV Bharat / state

ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ଜୟନାରାୟଣଙ୍କ ଦାବି

Swami Laxmanananda Murder Case: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି । ରାଜ୍ୟ ସରକାର ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ରିପୋର୍ଟ ଉପସ୍ଥାପନ କରିବାକୁ ଦଳ ଦାବି କରିଛି । ଅଧିକ ପଢନ୍ତୁ

ତଦନ୍ତ ରିପୋର୍ଟ ସାର୍ବଜନୀନ ଦାବି
ତଦନ୍ତ ରିପୋର୍ଟ ସାର୍ବଜନୀନ ଦାବି
author img

By ETV Bharat Odisha Team

Published : Jan 3, 2024, 6:26 PM IST

ତଦନ୍ତ ରିପୋର୍ଟ ସାର୍ବଜନୀନ ଦାବି

ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ମାମଲା । ସିବିଆଇ ଶୁଣାଣି ନେଇ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "2007 ମସିହା ଡିସେମ୍ବର 25ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ତା' ପୂର୍ବରୁ କଟକ ମେଡିକାଲରେ ଅନେକ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । ରାଜ୍ୟ ସରକାର ସୁରକ୍ଷା ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ 2008ରେ ସ୍ବାମୀଜୀ ଏବଂ ତାଙ୍କର 4 ଜଣ ସହଯୋଗୀଙ୍କୁ ମଧ୍ୟ ହତ୍ୟା କରାଗଲା । ହତ୍ୟା ପୂର୍ବରୁ ସିଆରପିଏଫ୍ ଏବଂ ଓଡ଼ିଶା ପୋଲିସ କର୍ମୀଙ୍କୁ ଛୁଟି ଦିଆଯାଇଥିଲା ।"

"ତଦନ୍ତ ପାଇଁ ୩ଟି କମିଶନ ବସିଥିଲା । 2 କମିଶନ ରିପୋର୍ଟ ଦେଇ ସାରିଛନ୍ତି । କିନ୍ତୁ ଏବେ ଯାଏଁ ସେସବୁ ରିପୋର୍ଟ କାହିଁକି ସାର୍ବଜନୀନ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । ସେ କହିଛନ୍ତି, "ଏହା ପଛରେ ବଡ ଷଡ଼ଯନ୍ତ୍ର ରହିଛି । ଅବିଳମ୍ବେ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ । ବିଧାନସଭା କିମ୍ବା ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ରିପୋର୍ଟ ଉପସ୍ଥାପନ କରାଯାଉ ।"

ହାଇକୋର୍ଟରେ ଦେବାଶିଷ ହୋତା ନାମକ ବ୍ୟକ୍ତି ଆବେଦନ କରିଥିଲେ । କାହିଁକି ସିବିଆଇ ତଦନ୍ତ କରାଯିବ ନାହିଁ ବୋଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ସିବିଆଇ ତଦନ୍ତ ନିହାତି ହେବାର ଆବଶ୍ୟକତା ଥିବା ଦାବି କରିଛି ବିଜେପି । "କାହିଁକି ହତ୍ୟା କରାଗଲା, ହତ୍ୟା ପୂର୍ବରୁ କାହିଁକି ପୋଲିସ ଓ ସିଆରପିଏଫ ପ୍ରତ୍ୟାହାର କରାଗଲା ? ଏସବୁର ଉତ୍ତର ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର। ହତ୍ୟାକାଣ୍ଡ ପରେ ହତ୍ୟାକାରୀଙ୍କୁ ଧରିବା ପାଇଁ ଉଦ୍ୟମ ମଧ୍ୟ କରାଯାଇ ନଥିଲା। ଉପଯୁକ୍ତ ଦିଗକୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ। ଫଳରେ ଏହି ଘଟଣାରେ ରହସ୍ୟ ଉନ୍ମୋଚନ ହୋଇପାରିନାହିଁ" ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ଦଳ ।

ଏହା ମଧ୍ୟ ପଢନ୍ତୁ...ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା: ସିବିଆଇ ତଦନ୍ତ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

ସୂଚନା ଅନୁସାରେ, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ମାମଲା ଗତକାଲି (ମଙ୍ଗଳବାର) ହାଇକୋର୍ଟରେ ଏକ ନୂଆ ମୋଡ଼ ନେଇଛି। ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି କାହିଁକି ସିବିଆଇ ତଦନ୍ତ ହେବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। େ ଆସନ୍ତା ମାର୍ଚ୍ଚ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତରେ କିଛି ଦିଗକୁ ଅଣଦେଖା କରାଯାଇଥିବା ଆବେଦନକାରୀ ଆଇନଜୀବୀ ଦେବାଶିଷ ହୋତା ଆବେଦନରେ ଉଲ୍ଲେଖ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.