ETV Bharat / state

Jharsuguda By Poll: ପୁଣି ସିଇଓଙ୍କ ଦ୍ବାରସ୍ତ ବିଜେପି, ସେପଟେ ବିଜେଡି କ୍ୟାମ୍ପରେ ବିଜେପି ଷ୍ଟାର ପ୍ରଚାରକ - ମଙ୍ଗଳ ସାହୁ ଆଜି ବିଜେଡିରେ ଯୋଗ ଦେଇଛନ୍ତି

ଝାରସୁଗୁଡ଼ା ଉପନିର୍ବାଚନ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ଭରି ରହିଛି । ତେବେ ଝାରସୁଗୁଡ଼ାରେ ସମ୍ବେଦନଶୀଳ ବୁଥରେ ଅଧିକ ସୁରକ୍ଷା ଦାବି ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ସେପଟେ ବିଜେପି ଷ୍ଟାର ପ୍ରଚାରକ ମଙ୍ଗଳ ସାହୁ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ପୁଣି ସିଇଓଙ୍କ ଦ୍ବାରସ୍ତ ବିଜେପି
ପୁଣି ସିଇଓଙ୍କ ଦ୍ବାରସ୍ତ ବିଜେପି
author img

By

Published : May 3, 2023, 9:41 PM IST

ପୁଣି ସିଇଓଙ୍କ ଦ୍ବାରସ୍ତ ବିଜେପି

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ୫ ଦିନ ବାକି ଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ଭରି ରହିଛି । ଦଳ ବଦଳ ପ୍ରତିଯୋଗିତା ସହ ଲାଗି ରହିଛି ଆରୋପ ପ୍ରତ୍ୟାରୋପର ରାଜନୀତି । ତେବେ ଉପନିର୍ବାଚନ ପୂର୍ବରୁ ଆଜି ମଙ୍ଗଳାବଜାରରେ ଉଭୟ ବିଜେପି ଓ ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଏହାସହ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ରହିଥିବା ସମ୍ବେଦନଶୀଳ ବୁଥରେ ଅଧିକ ସୁରକ୍ଷା ଦାବିରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେପି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ସେପଟେ ବିଜେପି ଷ୍ଟାର ପ୍ରଚାରକ ମଙ୍ଗଳ ସାହୁ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

ଏନେଇ ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ରାଜ୍ୟରେ ଆଇନର ଶାସନ ଚାଲୁନାହିଁ । ଏହି ଉପନିର୍ବାଚନ ହିଁ ତାର ବଡ଼ ଉଦାହରଣ । କାରଣ ସେଠାରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ନବ ଦାସଙ୍କୁ ହତ୍ୟା କରାଯାଇଛି । ସେଥିପାଇଁ ଏହି ଉପନିର୍ବାଚନ ହେଉଛି । ଝାରସୁଗୁଡ଼ା ଅଞ୍ଚଳରେ ବିଜୁ ଜନତା ଦଳ ଗୁଣ୍ଡାରାଜ କରୁଛି । ସେହିପରି ଝାରସୁଗୁଡ଼ାରେ ଯେଉଁ ୨୫୩ଟି ବୁଥ ଅଛି, ସେଥିରୁ ୭୧ଟି ବୁଥ ସମ୍ବେଦନଶୀଳ । ଏନେଇ ଆମେ ଆପତ୍ତି କରିଛୁ ଯେ, ଯୁଗ୍ମ ବୁଥରେ ଡ୍ରୋନ କ୍ୟାମେରା ଲଗାଯାଉ, ସିସିଟିଭି ଲଗାଯାଉ । ଓଡ଼ିଶା ପୋଲିସ ବାଦ୍ ଦେଇ କେନ୍ଦ୍ରୀୟ ପୋଲିସ ମୁତୟନ କରାଯିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଛୁ ।" ବିଜେପି ଚାହୁଁଛି ନିରପେକ୍ଷ ନିର୍ବାଚନ ହେଉ ।

ସେହିପରି ଝାରସୁଗୁଡ଼ାରେ ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି । ବିଜେପି ଯେଉଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଥିଲା ସେଥିରେ ମଙ୍ଗଳ ସାହୁଙ୍କ ନାଁ ରହିଥିଲା । ଏବେ ସେ ବିଜେଡିରେ ସାମିଲ ହେବା ଜିଲ୍ଲା ବିଜେପିକୁ ବଡ ଝଟକା ଲାଗିଛି ବୋଲି କୁହାଯାଉଛି । ଏହାକୁ ନେଇ ପ୍ରତିକ୍ରିୟାରେ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "କିଏ କୁଆଡେ ଗଲା, କାହାକୁ କିଏ ଟାଣିକି ନେଲା ସେସବୁରେ ବିଜେପି ଉପରେ କୌଣସି ପ୍ରଭାବ ପଡିବନି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଝାରସୁଗୁଡ଼ାବାସୀ ଏହି ନିର୍ବାଚନ ଲଢୁଛନ୍ତି । ବିଜେପି କେବଳ ସହଯୋଗୀ । ବିଜେପିର କାର୍ଯ୍ୟକାର୍ତ୍ତା ଓ ନେତୃତ୍ଵ କେବଳ ସହଯୋଗ କରୁଛନ୍ତି ।" ସେହିଭଳି ସରକାରଙ୍କ ଅହଂକାର, ଗୁଣ୍ଡାରାଜ ସମେତ ଯେଉଁଭଳି ଝାରସୁଗୁଡା ଅସୁରକ୍ଷିତ ହୋଇପଡିଛି ତାର ଜବାବ ଝାରସୁଗୁଡାବାସୀ ଦେବାକୁ ଏହି ନିର୍ବାଚନ ଲଢ଼ୁଥିବା ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.