ETV Bharat / state

ସାଂସଦଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି, ସହି ପାରୁନି ଶାସକ ଦଳ: ବାବୁ ସିଂ - ଭୁବନେଶ୍ବର ସାଂସଦଙ୍କୁ ବିରୋଧ

Bhubaneswar MP Aparajita Sarangi: ସୋମବାର ରାତିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର ଅଟକାଇ ବିରୋଧ ପ୍ରଦର୍ଶନକୁ ନେଇ ବଢ଼ୁଛି ରାଜନୀତି । ସାଂସଦଙ୍କ ଲୋକପ୍ରିୟତା ବଢୁଥିବାରୁ ଶାସକ ଦଳର କର୍ମୀ ସହି ପାରୁନଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ଅଧିକ ପଢ଼ନ୍ତୁ

ଅପରାଜିତାଙ୍କୁ ବିରୋଧର ନିନ୍ଦା କଲା ବିଜେପି
ଅପରାଜିତାଙ୍କୁ ବିରୋଧର ନିନ୍ଦା କଲା ବିଜେପି
author img

By ETV Bharat Odisha Team

Published : Dec 26, 2023, 9:44 PM IST

ଅପରାଜିତାଙ୍କୁ ବିରୋଧର ନିନ୍ଦା କଲା ବିଜେପି

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଗତକାଲି (ସୋମବାର) ରାତିରେ ରାଜଧାନୀରେ ବିରୋଧ କରାଯିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଭାବେ ବିରୋଧ ପ୍ରୟାସ ବିଫଳ ହୋଇଛି ବୋଲି ଗତକାଲି ଅଭିଯୋଗ କରିଥିଲେ ନିଜେ ଅପରାଜିତା । ଆଜି ଅପରାଜିତା ଏନେଇ କ୍ଷୋଭ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ । ଅନ୍ୟପଟେ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । 43 ନମ୍ବର ୱାର୍ଡର କର୍ପୋରେଟରଙ୍କ ପରିବାର ଏପରି ଘଟଣା ଘଟାଇଥିବା ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଗତକାଲି ବିରୋଧ କରାଯାଇଥିଲା । ଭୁବନେଶ୍ବର ମହାନଗର ନିଗମ ଅଧୀନ କଟକ ରୋଡ଼ ବୁଦ୍ଧେଶ୍ବରୀ କଲୋନୀ ନିକଟ 43 ନଂ ୱାର୍ଡରେ ସନ୍ଧ୍ୟା ପ୍ରାୟ ୮ଟାରେ ଅପରାଜିତାଙ୍କ ଗାଡ଼ିକୁ ଅଟକାଇ ହୋହଲ୍ଲା କରିଥିଲେ କିଛି ସ୍ଥାନୀୟ ଲୋକେ । ଏନେଇ କ୍ଷୋଭ ପ୍ରକାଶ କରିଥିଲେ ଅପରାଜିତା ସେ କହିଥିଲେ, "ମୁଁ ରାଜ୍ୟ ସରକାରଙ୍କ ଦୟାରେ ସାଂସଦ ହୋଇନାହିଁ । ମୋତେ ଦୁଇ ଘଣ୍ଟା ଅଟକାଇ ଦିଆଗଲା । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଭାବେ ବିରୋଧ ପ୍ରୟାସ ବିଫଳ ହୋଇଛି ।" ସେହିପରି ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି ଭୁବନେଶ୍ବର ସାଂସଦ । ସେ ଲେଖିଛନ୍ତି, "ଭୁବନେଶ୍ବର ୱାର୍ଡ ନଂ 43ରେ ଲକ୍ଷ୍ମୀସାଗର ପୁରୁଣା ଡାକଘର ଗଳିରେ ଦୁଇ ଘଣ୍ଟା ଧରି କିଛି ଅସାମାଜିକ ଲୋକେ ମୋତେ ଅଟକ ରଖିଥିଲେ । ମୁଁ ସ୍ଥାନୀୟ ଲୋକଙ୍କ ନିମନ୍ତ୍ରଣକ୍ରମେ ସେଠାକୁ ଯାଉଥିଲି । ମୁଁ ପୋଲିସକୁ ଅପେକ୍ଷା କରି କାର୍‌ ଭିତରେ ୨ ଘଣ୍ଟା ବସି ରହିଲି । ମୋର ଦୁଇ ଘଣ୍ଟା ସମୟ ନଷ୍ଟ ହେଲା । ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ୫ ମିନିଟ୍ ଅଟକାଯାଇପାରିବ କି ? ସୁରକ୍ଷା ନେଇ ପୋଲିସର ଏଭଳି ପାତରଅନ୍ତର ନୀତି ମୋତେ ଦୁଃଖ ଦେଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ବିରୋଧ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସାଂସଦ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମାଗିଲେ ଜବାବ

ଅନ୍ୟପଟେ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି, "ବିଜେଡି ବାରମ୍ବାର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆକ୍ରମଣ, ନାରାବାଜି, ରାସ୍ତା ରୋକ କରି ଆସୁଛି । ଗତକାଲି ଘଟଣାର ଆମ ପାଖରେ ସବୁ ପ୍ରମାଣ ଅଛି । କେଉଁ କେଉଁମାନେ ଏପରି ଘଟଣା କରିଥିଲେ । 43 ନମ୍ବର ୱାର୍ଡରେ କର୍ପୋରେଟରଙ୍କ ପରିବାର ଏପରି ଘଟଣା ଘଟାଇଥିବା ଜଣାପଡ଼ିଛି । ଏମାନଙ୍କ ପଛରେ ରାଜ୍ୟ ସରକାର ଛିଡା ହୋଇଛନ୍ତି । ଶାସକ ଦଳ କାହିଁକି ଡରୁଛନ୍ତି ? ସାଂସଦଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ଯେଉଁଥିପାଇଁ ଶାସକ ଦଳର ଲୋକମାନେ ସହି ପାରୁନାହାନ୍ତି । ଆଗାମୀ ଦିନରେ ଲୋକମାନେ ଏହାର ଜବାବ ଦେବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.