ETV Bharat / state

ଶ୍ରୀମନ୍ଦିର ଚାରିପଟେ ଟାଇଲ ପକାଇ ନିଜର ପ୍ରଚାର କରୁଛି ବିଜେଡି: ବିଜେପି

BJP on Sri Mandir corridor project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ଆରମ୍ଭ । ବିଜେଡି ଓ 5ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ଟାର୍ଗେଟ କଲା ବିଜେପି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 8, 2024, 8:49 PM IST

Updated : Jan 8, 2024, 9:27 PM IST

BJP on Sri Mandir corridor project
BJP on Sri Mandir corridor project
ଶ୍ରୀମନ୍ଦିର ଚାରିପଟେ ଟାଇଲ ପକାଇ ନିଜର ପ୍ରଚାର କରୁଛି ବିଜେଡି: ବିଜେପି

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି । ଶାସକ ଦଳ ବିଜେଡି ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତିକୁ ନେଇ ନିଜର ପ୍ରଚାର ପ୍ରସାର କରୁଥିବା ବିଜେପି ଅଭିଯୋଗ କରିଛି । ଏହି ସରକାରରେ ଜଗନ୍ନାଥ ସଂସ୍କୃତି ବେଶୀ କ୍ଷତି ହୋଇଛି ବୋଲି ମଧ୍ୟ ବିଜେପି ଅଭିଯୋଗ କରିଛି । ଏହାସହିତ ଚାରିଦ୍ବାର, ରତ୍ନଭଣ୍ଡାର ଖୋଲିବା ପାଇଁ ମଧ୍ୟ ବିଜେପି ଦାବି କରିଛି ।

ରାଜ୍ୟ ବିଜେପି ମୁଖପାତ୍ର ବିରଞ୍ଚ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,"ଶ୍ରୀମନ୍ଦିର ଚାରିପଟେ ଟାଇଲ୍ ପକାଇ ନିଜର ପ୍ରଚାର କରୁଛି ବିଜେଡି । ଜଗନ୍ନାଥ ସଂସ୍କୃତି ସହ ସମ୍ପୂର୍ଣ୍ଣ ଓଡ଼ିଶା ଯୋଡ଼ି ହୋଇ ଅଛି । ସମସ୍ତ ହିନ୍ଦୁଙ୍କ ଆସ୍ଥା ହେଉଛନ୍ତି ଜଗନ୍ନାଥ । ସଂସ୍କୃତି, ପରମ୍ପରାର ଯଦି କେଉଁଠି ବେଶୀ କ୍ଷତି ବା ଅପମାନ ହୋଇଛି ତେବେ ଏହି ସରକାର ସମୟରେ ହୋଇଛି । ଦାରୁ ବିଭ୍ରାଟ, ବ୍ରହ୍ମ ବିଭ୍ରାଟ ଭଳି ବିବାଦ ଏହି ସରକାର ସମୟରେ ହୋଇଛି । ହାଇକୋର୍ଟ କହୁଛନ୍ତି ରତ୍ନଭଣ୍ଡାର ଖୋଲାଯାଉ । ଏଏସଆଇ କହୁଛି ପାଣି ଗଳୁଛି ମରାମତିର ଆବଶ୍ୟକତା ଅଛି । ସରକାରଙ୍କ ସେ ପ୍ରତି ନିଘା ନାହିଁ । "

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ଭିତରେ ବିଦେଶୀ ମହିଳା ! ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ସେ ଆହୁରି କହିଛନ୍ତି, "ରତ୍ନ ସୁରକ୍ଷିତ ଅଛି କି ନାହିଁ କେହି ଜାଣିନାହାନ୍ତି । ବିକାଶକୁ ଆମେ ସ୍ବାଗତ କରୁଛୁ । କିନ୍ତୁ ହଜାର ହଜାର ବର୍ଷର ମଠ ମନ୍ଦିରକୁ ଭାଙ୍ଗି ଦିଆଗଲା । ସରକାର କହିଲେ ମଠର ପୁନରୁଦ୍ଧାର କରାଯିବ । 2 ବର୍ଷରୁ ଅଧିକ ସମୟ ଗଲାଣି ଏଯାଏଁ କିଛି ନାହିଁ । ରଘୁନନ୍ଦନ ଲାଇବ୍ରେରୀ ଗଲା ସେ ପୁସ୍ତକ ଠିକ ଅଛି କି ନାହିଁ କାହା ପାଖେ ଖବର ନାହିଁ । ଲାଇବ୍ରେରୀର ପୁନରୁଦ୍ଧାର ବି ହୋଇନାହିଁ । ସରକାରର ଯଦି ନିୟତି ଠିକ୍ ଅଛି । ତେବେ ଚାରି ଦୁଆର ଖୋଲାଯିବା ଦରକାର । ରତ୍ନ ଭଣ୍ଡାର ମରାମତି ହେବା ଦରକାର । ରତ୍ନଭଣ୍ଡାର ଅବିଳମ୍ବେ ଖୋଲାଯିବା ଦରକାର । ଭକ୍ତ ଯେମିତି ଭଗବାନଙ୍କଠୁ ଦୂରେଇ ନଯିବ ସେନେଇ ଚେଷ୍ଟା ହେବା ଦରକାର । "

ଏହା ବି ପଢନ୍ତୁ- ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ଭିତର ଭିଡିଓ ଭାଇରାଲ

ବିଜେପି ଆହୁରି କହିଛି,"ଜଗନ୍ନାଥ ପରମ୍ପରାରେ ମନ୍ଦିର ସାମ୍ନାରେ ମାର୍ବଲରେ ଲେଖାଯାଇଛି କେବଳ ହିନ୍ଦୁମାନେ ହିଁ ମନ୍ଦିର ପ୍ରବେଶ କରିପାରିବେ । ଦୁଃଖର ବିଷୟ ଜଣେ ଅଣ ଓଡ଼ିଶା ଅଫିସର ଥିଲେ ଏବେ ରାଜନୀତି କରୁଛନ୍ତି, ଯିଏ ରାଜ୍ୟ ଚଳାଉଛନ୍ତି । ସେହି ବ୍ୟକ୍ତି ପରମ୍ପରା ଭାଙ୍ଗି ଗୋମାଂସ ଭକ୍ଷଣ କରିଥିବା କାମିଆ ଜାନିଙ୍କୁ ମନ୍ଦିର ଭିତରକୁ ନେଲେ । ଏହା ଓଡ଼ିଆ ସଂସ୍କୃତି ବିରୋଧୀ, ଜଗନ୍ନାଥ ସଂସ୍କୃତି ବିରୋଧୀ । ସେ ସର୍ବସମ୍ମୁଖରେ କ୍ଷମା ମାଗିବାର ଆବଶ୍ୟକତା ଅଛି । ଓଡ଼ିଆରେ ପରମ୍ପରା ଅଛି ଗୋ ହତ୍ୟା ପ୍ରତ୍ୟେକ୍ଷରେ କଲେ ବା ପରୋକ୍ଷରେ ଏହାକୁ ସମର୍ଥନ କଲେ ଗୋ ପାତକ ଦୋଷ ଲାଗେ । ଏଥିପାଇଁ ଘରୁ ବାହାରେ ରହି ପ୍ରାୟଶ୍ଚିତ କରିବାକୁ ପଡେ। ଆଜି ଦିନରେ ସେ ଅଣ ଓଡ଼ିଆ ଅଫିସର ହୁଅନ୍ତୁ ବା ତାଙ୍କ ସପକ୍ଷରେ ବାହାରୁଥିବା ବିଜୁ ଜନତା ଦଳର ବ୍ୟକ୍ତିଙ୍କ ଉପରେ ଗୋ ପାତକ ଦୋଷ ଲାଗିଛି । ସେମାନେ ପ୍ରାୟଶ୍ଚିତ କରିବା ପରେ ମନ୍ଦିର ପ୍ରବେଶ କରିବା କଥା ।"

ସେପଟେ ବିରୋଧୀ ଦଳ ନେତା କହିଛନ୍ତି ଜୟ ନାରାୟଣ ମିଶ୍ର କହିଛନ୍ତି, " ଅଯୋଧ୍ୟାରେ ବିଜେପି ଓ ବିଶ୍ବହିନ୍ଦୁ ପରିଷଦ ଯାହା କରୁଛି ଏଠି ବିଜେଡି ଅନୁସରଣ କରୁଛି । ସବୁ କାମ ସରକାରୀ ପଇସାରେ ହେଉଛି । ଦଳ ପାଣ୍ଠି ଓ ସରକାରୀ ପାଣ୍ଠି ଭିତରେ ଏମାନେ କିଛି ପାର୍ଥକ୍ୟ ରଖି ନାହାନ୍ତି । ସରକାରୀ ପଇସାରୁ ଏମାନେ ବିଜେଡି ଵିଜ୍ଞାପନ ଦେଉଛନ୍ତି । ଏମାନଙ୍କଠୁ ଆଉ କଣ ଆଶା କରାଯାଇପରେ। ଯେତେ ଯାହା କଲେ ବି ଲୋକେ ଏଥର ଆଉ କ୍ଷମା ଦେବେ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 8, 2024, 9:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.