ETV Bharat / state

ବିଜେପି କେନ୍ଦ୍ରୀୟ ନେତାଙ୍କ ଓଡିଶା ଗସ୍ତ ପ୍ରଭାବଶୂନ୍ୟ: ବିଜେଡି - ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

କେନ୍ଦ୍ରୀୟ ବିଜେପି ନେତାଙ୍କ ଘନଘନ ଓଡିଶା ଗସ୍ତକୁ ପ୍ରଭାବଶୂନ୍ୟ କହିଲା ବିଜେଡି । ଦଳୀୟ ସାଂସଦ ମୁନ୍ନା ଖାଁ କହିଲେ ନଡ୍ଡାଙ୍କ ଗୃହରାଜ୍ୟରେ ହାରିଛି ବିଜେପି । 2024ରେ ପୁଣି ସରକାର ଗଠନ କରିବ ବିଜେଡି (bjd reaction on Central BJP leaders visit)। ଅଧିକ ପଢନ୍ତୁ

କେନ୍ଦ୍ରୀୟ ବିଜେପି ନେତାଙ୍କ ଓଡିଶା ଗସ୍ତ ପ୍ରଭାବଶୂନ୍ୟ: ବିଜେଡି

author img

By

Published : Dec 29, 2022, 6:42 PM IST

କେନ୍ଦ୍ରୀୟ ବିଜେପି ନେତାଙ୍କ ଓଡିଶା ଗସ୍ତ ପ୍ରଭାବଶୂନ୍ୟ: ବିଜେଡି

ଭୁବନେଶ୍ବର: 2024 ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର କେନ୍ଦ୍ରୀୟ ନେତାମାନେ ଘନଘନ ଓଡିଶା ଗସ୍ତରେ ଆସୁଛନ୍ତି (BJP Centra leaders in odisha )। ଗତ 3ମାସ ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦ୍ଵିତୀୟ ଥର ଓଡିଶା ଗସ୍ତରେ ଆସିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ତୁହାକୁତୁହା ଓଡ଼ିଶା ଆସି ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ବିଜେପି କେନ୍ଦ୍ରୀୟ ନେତାଙ୍କ ଓଡିଶା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛି ଶାସକ ବିଜେଡି (bjd reaction on Central BJP leaders visit)।

2024ରେ ରାଜ୍ୟରେ ପୁନର୍ବାର ବିଜେଡି ସରକାର ଗଢ଼ିବ ବୋଲି ଦଳୀୟ ସାଂସଦ ମୁନ୍ନା ଖାଁ କହିଛନ୍ତି । ସାଂସଦ ମୁନ୍ନା ଖାଁ କହିଛନ୍ତି ଯେ, ରାଜାରାଜୁଡା ସମୟ ହେଉ ବା ରାଜନୀତି, ସବୁଠାରେ ସେନାପତିର ଆବଶ୍ୟକତା ରହିଥାଏ । ବିଜେପିର ସେନାପତି ବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଗୃହ ରାଜ୍ୟରେ ବିଜେପିର ଶୋଚନୀୟ ପରାଜୟ ହୋଇଛି । ଏମିତି କି ନଡ୍ଡାଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବିଳାସପୁର ଜିଲ୍ଲାରେ ମଧ୍ୟ ଭାରତୀୟ ଜନତା ପାର୍ଟି ପରାଜିତ ହୋଇଛି । ନିଜ ରାଜ୍ୟରେ ଯିଏ ଦଳକୁ ଜିତାଇ ପାରୁନାହାନ୍ତି, ସେ ଓଡ଼ିଶା ଆସି ଦଳକୁ ଜିତେଇବେ, ଏହା କ’ଣ ସମ୍ଭବ ? ଏହା ସମ୍ଭବ ନୁହେଁ ବୋଲି ସାସଂଦ ମୁନ୍ନା ଖାଁ କହିଛନ୍ତି ।

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, ‘‘ବିଜେପି ଏକ ଜାତୀୟ ଦଳ, କିନ୍ତୁ ବିଜେପିର ସଂଗଠନ ଦୁର୍ବଳ ହୋଇଯାଇଛି । ତାଙ୍କ ରାଷ୍ଟ୍ରୀୟ ସଭାପତି କି କେନ୍ଦ୍ରମନ୍ତ୍ରୀ ବାରମ୍ବାର ରାଜ୍ୟ ଗସ୍ତରେ ଆସିଲେ ମଧ୍ୟ ଆମର କିଛି କହିବାର ନାହିଁ । ତାଙ୍କର ଗସ୍ତ ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡିର ସଂଗଠନ ମଜବୁତ ଅଛି । ସେଥିପାଇଁ ବିଜେପିର କାର୍ଯ୍ୟକ୍ରମ କିଛି କାମ ଦେବନାହିଁ । ବିଜେପି ଅନେକ ଦିନରୁ ଅନେକ ଅଭିଯୋଗ କରିଆସୁଛି । ସେଥିରେ ଆମର ଗୁରୁତ୍ୱ ଦେବାର ଆବଶ୍ୟକତା ନାହିଁ । ନବୀନ ବାବୁଙ୍କ ନେତୃତ୍ୱରେ ସରକାର ଚାଲିଥିବା ଦେଶ ଓ ଓଡ଼ିଶାବାସୀ ଜାଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବିନା କୌଣସି କାମ ହେବାର ସମ୍ଭାବନା ନାହିଁ । 2024ରେ ବିଜୁ ଜନତା ଦଳ ପୁନର୍ବାର ସରକାର ଗଢ଼ିବ ।’’

ଆହୁରି ମଧ୍ୟ ସେ କହିଛନ୍ତି,‘‘ଓଡିଶାବାସୀଙ୍କ ସେବାରେ ବିଜୁ ଜନତା ଦଳ 25ବର୍ଷ ପୂରଣ କରିଛି । ଯଦି ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବା 100ବର୍ଷ ଯାଏଁ କରିବ, ସେଥିରେ ଅହଂକାର କେଉଁଠି ଆସିଲା । ଅହଂକାର ଆମେ ନୁହେଁ,ବରଂ ବିଜେପି ସରକାର କରୁଛି । ଅହଂକାର ଓ ଗର୍ବ ପାଇଁ ସେମାନେ ବିଭିନ୍ନ ରାଜନୈତିକ ଦଳକୁ ହଇରାଣ କରୁଛନ୍ତି । ଇଡି CBI ଲଗାଇ ଭୟଭୀତ କରୁଛନ୍ତି । ଆମ ନେତା କିମ୍ବା ଦଳରେ ଅହଂକାର ନାହିଁ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.