ETV Bharat / state

କଡା ଜବାବ ଦେଲା ବିଜେପି, 'ନବୀନ ନୁହେଁ ମଦ ଓଡ଼ିଶା କରିଛି ବିଜେଡି' - ଚୋର ମୁହଁ ଟାଣ ପରି ଅଭିଯୋଗ କରୁଛି ବିଜେଡି

I-T Raid Case: ଓଡ଼ିଶାରେ ମଦ ବ୍ୟବସାୟୀଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣାରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ରାଜ୍ୟ ବିଜେପି ଏହି ଘଟଣାରେ କଂଗ୍ରେସକୁ ସୁରକ୍ଷା ଦେଉଥିବା ବିଜେଡି ଅଭିଯୋଗ କରିଥିବାବେଳେ ବିଜେପି କହିଛି ଚୋର ମୁହଁ ଟାଣ ପରି ଅଭିଯୋଗ କରୁଛି ବିଜେଡି । ଅଧିକ ପଢ଼ନ୍ତୁ

ବିଜେପି କହିଲା 'ନବୀନ ନୁହେଁ ମଦ ଓଡ଼ିଶା କରିଛି ବିଜେଡି'

author img

By ETV Bharat Odisha Team

Published : Dec 11, 2023, 9:21 PM IST

ବିଜେପି କହିଲା 'ନବୀନ ନୁହେଁ ମଦ ଓଡ଼ିଶା କରିଛି ବିଜେଡି'

ଭୁବନେଶ୍ବର: ଆଇଟି ରେଡ୍‌ ଓ ମଦ ବ୍ୟବସାୟୀଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜବତ ଘଟଣାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଭିତିରି ସମ୍ପର୍କ ନେଇ ବିଜେଡି ଅଭିଯୋଗ କରିବା ପରେ ଏହାର ତୁରନ୍ତ ଜବାବ ରଖିଛି ବିଜେପି । ଚୋର ମୁହଁ ଟାଣ ଭଳି ବିଜେଡି ଅଭିଯୋଗ କରୁଛି ବୋଲି ଅଭିଯୋଗ କରିଛି ବିଜେପି । ବିଜେଡି ସରକାରରେ ଅଛି । 'ଶଙ୍ଖ ଖୋଳପାରେ କଂଗ୍ରେସ ମଦ ବେପାରୀ' ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।

ଆୟକର ବିଭାଗର ଚଢାଉ, ମିଳିଲା କୋଟି କୋଟି ଟଙ୍କା । ମୁହାଁମୁହିଁ ହେଲେ ବିଜେଡି ଏବଂ ବିଜେପି । ଆଜି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ଅଭିଯୋଗ ଆଣିଛି । କହିଛି, ରାଜ୍ୟରେ ବିଜେପି ଏବଂ କଂଗ୍ରେସର ଚୋରା ପୀରତି ଚାଲିଛି । ଆୟକର ବିଭାଗ ଚଢ଼ାଉରୁ ୩୦୦ କୋଟି ଟଙ୍କା ମିଳିବା ପରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ଦୁର୍ନୀତିରେ ଲିପ୍ତ ଥିବା ବରିଷ୍ଠ ବିଜେପି ନେତାମାନେ କହିଛନ୍ତି ।

ବିଜେପି ସାଂସଦମାନେ କଂଗ୍ରେସର ଦୁର୍ନୀତି କଥା କହି ସଂସଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ଓଡିଶାରେ କିନ୍ତୁ ବିଜେପି କଂଗ୍ରେସକୁ ସୁରକ୍ଷା ଦେବା ପାଇଁ ଠିକା ନେଇଯାଇଛି । ରାଜ୍ୟ ବିଜେପି ଓଡିଶାକୁ ନିନ୍ଦା କରିବାକୁ ବହୁତ ବ୍ୟଗ୍ର । ମିଛ ଓ ମନ ଗଢ଼ା କାହାଣୀ କହି ଓଡିଶାକୁ ବଦନାମ କରିବାକୁ ବିଜେପି ଚାହୁଁଛି । ୩୦୦ କୋଟିରୁ ଅଧିକ ଟଙ୍କା ଛତିଶଗଡ ନିର୍ବାଚନରେ ବ୍ୟବହାର କରିବାକୁ ରଖା ଯାଇଥିବା କଥା କୁହାଯାଉଛି ବୋଲି ବିଜେଡି କହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଇଟି ରେଡ୍‌ ପ୍ରସଙ୍ଗ: ବିଜେଡିର ସଙ୍ଗୀନ ଆରୋପ; 'କଂଗ୍ରେସର ସୁରକ୍ଷା କବଚ ସାଜିଛି ରାଜ୍ୟ ବିଜେପି'

ସେପଟେ ବିଜେଡିର ଅଭିଯୋଗ ଉପରେ ତୁରନ୍ତ ଜବାବ ରଖିଛି ବିଜେପି । ଚୋର ମୁହଁ ଟାଣ ଭଳି ବିଜେଡି ଅଭିଯୋଗ କରୁଛି ବୋଲି ବିଜେପି କହିଛି । ବିଜେଡି ସରକାରରେ ଅଛି । ଶଙ୍ଖ ଖୋଳପାରେ କଂଗ୍ରେସ ମଦ ବେପାରୀ ସାଜିଛି ବୋଲି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି । ଗତ ୨୩ ବର୍ଷ ଧରି ରାଜ୍ୟ ସରକାରଙ୍କ ମଦ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।

ସେ କହିଛନ୍ତି, "ଲାଇସେନ୍ସ ରିନ୍ୟୁଆଲ କାହିଁକି ହେଉଥିଲା ? କାହିଁକି ବିନା ଟେଣ୍ଡରରେ ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ଲାଇସେନ୍ସ ଦିଆଯାଉଥିଲା ? ବିଜେଡି ସରକାର ହିଁ ଲାଇସେନ୍ସ ଦେଇଥିଲା । ନବୀନ ପଟ୍ଟନାୟକଙ୍କ ଗୁଇନ୍ଦା, ଭିଜିଲାନ୍ସ, ଇଓଡବ୍ଲ୍ୟୁ, ଅବକାରୀ ବିଭାଗ କଣ କରୁଥିଲା ? ବିଜେଡି କେତେ ଟଙ୍କା ଚାନ୍ଦା ନେଇଥିଲା ? ଚାନ୍ଦା ନେଇ ବିଜେଡି ମଦ ବ୍ୟବସାୟୀଙ୍କୁ ଘଣ୍ଟ ଘୋଡାଇ ରଖିଥିଲା । ନବୀନ ପଟ୍ଟନାୟକଙ୍କ କୋଳରେ ସାହୁ ବ୍ରଦର୍ସ ମଦ ବ୍ୟବସାୟ କରି ଓଡ଼ିଶା ଲୋକଙ୍କୁ ଲୁଟିଛନ୍ତି ।" ତାହାର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ବୋଲି ଦାବି କରିଛି ବିଜେପି । ରାଜ୍ୟବାସୀ ବିଜେଡି ଶାସନରେ କାଙ୍ଗାଳ ହୋଇଛନ୍ତି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.