ETV Bharat / state

୫ଟି ଅଧ୍ୟକ୍ଷ ନିଜର ପ୍ରଚାର ପାଇଁ କରିଛନ୍ତି ଜଗନ୍ନାଥଙ୍କୁ ବ୍ୟବହାର: ପୂର୍ବତନ ରାଜ୍ୟ ବିଜେପି ସଭାପତି

author img

By ETV Bharat Odisha Team

Published : Dec 28, 2023, 10:33 PM IST

BJP alleges against 5T Chairman : କାମିଆ ଜାନି ବିବାଦରେ ୫ଟି ଅଧ୍ୟକ୍ଷଙ୍କୁ ବିଜେପିର ଟାର୍ଗେଟ । ନିଜର ପ୍ରଚାର ପାଇଁ ବିବାଦୀୟ ୟୁଟ୍ୟୁବରଙ୍କ ଜରିଆରେ ଜଗନ୍ନାଥଙ୍କୁ ବ୍ୟବହାର କରିବାର ଅଭିଯୋଗ । ଅଧିକ ପଢନ୍ତୁ

୫ଟି ଅଧ୍ୟକ୍ଷ ନିଜର ପ୍ରଚାର ପାଇଁ କରିଛନ୍ତି ଜଗନ୍ନାଥଙ୍କୁ ବ୍ୟବହାର : ପୂର୍ବତନ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର : ୟୁଟ୍ୟୁବର କାମିଆ ଜାନିଙ୍କ ଭିଡିଓକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଥିବା ଝଡ଼ ଥମିବାର ନାଁ ନେଉନାହିଁ । ବିଜେପି ଏବଂ ବିଜେଡି ମଧ୍ୟରେ ବାକ୍‌ଯୁଦ୍ଧ ଏବେବି ଜାରି ରହିଛି । ବିରୋଧୀ ବିଜେପି ଏହାକୁ ନେଇ ଟାର୍ଗେଟ ରାଜ୍ୟ ସରକାରଙ୍କୁ କରୁଛି । ଆଜି ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏକଥା କୁ ଦୋହରାଇ କହିଛନ୍ତି, ବିଗତ କିଛି ଦିନ ଧରି ଓଡ଼ିଶାରେ ସନାତନ ଧର୍ମକୁ କୁଠାରଘାତ କରାଯାଉଛି । ଜଣେ ପ୍ରଶାସନିକ ଅଧିକାରୀ ରୁ ରାଜନେତା ସାଜିଥିବା ବାବୁ ଜଣକ ନିଜର ପ୍ରଚାର ପ୍ରସାର ପାଇଁ ଜଗନ୍ନାଥଙ୍କୁ ବ୍ୟବହାର କରିଛନ୍ତି ଯାହା କି ଅତ୍ୟନ୍ତ ଲଜ୍ଜା ଜନକ ।

ଯିଏ ଜଗନ୍ନାଥଙ୍କୁ ନିଜର ପ୍ରମୋସନ ପାଇଁ ବ୍ୟବହାର କରୁଛନ୍ତି ସିଏ କେଉଁଭଳି ଓଡ଼ିଶାର ସଂସ୍କୃତି ଓ ଜନ ମାନସକୁ ଚିହ୍ନିଛନ୍ତି ଏହା ତାର ପରିଚୟ ଦେଉଛି । ସେହି ବାବୁଙ୍କର ଓଡ଼ିଆ ସଂସ୍କୃତି ଓ ସାଂସ୍କୃତିକ ଜୀବନ ସହିତ ସମ୍ପୃକ୍ତି ନଥିବାର ଇଏ ହେଉଛି ପ୍ରମାଣ । ଏଭଳି କାର୍ଯ୍ୟ କରି ନିଜର ଶିଶୁ ଶୁଲଭ ତଥା ଅଜ୍ଞାନତାର ପରିଚୟ ଦେଇଛନ୍ତି ବାବୁ ଜଣକ । ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଆଙ୍କ ଇଷ୍ଟ ଦେବତା । ଆଉ ସେହି ଜଗନ୍ନାଥଙ୍କୁ ବ୍ୟବହାର କରି ଜଣେ ବାବୁ ନିଜର ପ୍ରମୋସନ କରୁଛନ୍ତି । ଟଙ୍କା ପାଇଁ ଭିଡିଓ କରୁଥିବା ଗୋ ମାଂସ ଭକ୍ଷଣ କରିଥିବା ଜଣେ ୟୁଟ୍ୟୁବରଙ୍କୁ ଶ୍ରୀମନ୍ଦିରକୁ ନେଇ ଥିବା ସେହି ବାବୁ ଜଣଙ୍କ ଯଦି ଭାବିଥାନ୍ତେ ତାଙ୍କୁ ଶିମିଳିପାଳ କିମ୍ବା ଅନ୍ୟ ପର୍ଯ୍ୟଟନ ସ୍ଥଳୀ କୁ ନେଇ ପାରିଥାନ୍ତେ, ସେଥିରେ କାହାର କୌଣସି ଆପତ୍ତି ନଥିଲା ।

ଏହା ମଧ୍ୟ ପଢନ୍ତୁ ... ତେଜୁଛି କାମିଆ ଜାନି ବିବାଦ: ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବାଲେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ

କିନ୍ତୁ ଜଗନ୍ନାଥଙ୍କୁ ବ୍ୟବହାର କରିବା ଓଡ଼ିଆ ଜନ ମାନସ ଦୁଃଖ ଦେଇଛି । ଏହା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ । ବିଜେପି ଆଗାମୀ ଦିନରେ ଏହାର ଜବାବ ଦେବ ଏବଂ ଏହି ପ୍ରସଙ୍ଗକୁ ନେଇ ଲୋକମାନଙ୍କ ପାଖକୁ ଯିବ । ବର୍ତ୍ତମାନ ଏ ଘଟଣା ପାଇଁ ବିଭିନ୍ନ ଥାନାରେ ଏତଲା ଦିଆଗଲାଣି ଏବଂ ରାଜ୍ୟ ସାରା ଜଗନ୍ନାଥ ପ୍ରେମୀ ମାନେ ଆନ୍ଦୋଳନ କୁ ଓହ୍ଲାଇ ଆସିଛନ୍ତି। ଏ ବିବାଦ ବଢୁଥିବା ବେଳେ ରାଜ୍ୟ ସରକାର ଏ ବାବଦରେ ମୁହଁ ଖୋଲୁ ନାହାନ୍ତି ।। ଏ ବାବଦରେ ୫ଟି ଅଧ୍ୟକ୍ଷ ପାଣ୍ଡିଆନ କେବେ ଉତ୍ତର ଦେବେ ବୋଲି ପ୍ରଶ୍ନ କରିଛି ଦଳ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.