ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ ଚାପରେ ତଥ୍ୟହୀନ ବୟାନ ଦେଉଛନ୍ତି ମନମୋହନ: ବିଜେଡି - ଆୟକର ରେଡକୁ ନେଇ ବିଜେପି ବିଜେଡି ମୁହାଁମୁହିଁ

BJD targets Manmohan Samal: ଆୟକର ଜବତ କରିଥିବା ଟଙ୍କା ମଦ ବେପାରୀଙ୍କ ଟଙ୍କା ନୁହେଁ ବିଜେଡିର ଦଳୀୟ ପାଣ୍ଠି ବୋଲି ଅଭିଯୋଗ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହାପରେ କାଉଣ୍ଟର କରିଛି ବିଜେଡି । ଅଧିକ ପଢନ୍ତୁ

BJD targets Manmohan Samal
BJD targets Manmohan Samal
author img

By ETV Bharat Odisha Team

Published : Dec 14, 2023, 7:55 PM IST

Updated : Dec 14, 2023, 8:09 PM IST

କେନ୍ଦ୍ରମନ୍ତ୍ରୀଙ୍କ ଚାପରେ ତଥ୍ୟହୀନ ବୟାନ ଦେଉଛନ୍ତି ମନମୋହନ: ବିଜେଡି

ଭୁବନେଶ୍ବର: ମଦ ବେପାରୀଙ୍କ ଉପରେ ଆୟକର ବିଭାଗର ଚଢ଼ାଉରୁ ଜବତ ଟଙ୍କା କଂଗ୍ରେସ ସାଂସଦଙ୍କର ବୋଲି ସ୍ପଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ରାଜ୍ୟ ବିଜେପିର ଅଣଦେଖା । କାରଣ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଯେଉଁ ମତ ଦେଇଛନ୍ତି, ତାହା ତାଙ୍କର ଉକ୍ତି ଭଳି ଲାଗୁନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଚାପରେ ବିଭ୍ରାନ୍ତିକର ବୟାନ ଦେଉଛନ୍ତି ମନମୋହନ । ଏହା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଲେନିନ କହିଛନ୍ତି, "ଆୟକର ବିଭାଗର ଚଢାଉ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖରେ ବୋଧହୁଏ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ କେନ୍ଦ୍ରୀୟମନ୍ତ୍ରୀଙ୍କ ତୁଳନାରେ ଅଧିକ ତଥ୍ୟ ରହିଛି । ପ୍ରଧାନମନ୍ତ୍ରୀ ଡିସେମ୍ବର ୮ ଓ ଡିସେମ୍ବର ୧୨ରେ ଏକ୍ସରେ ଦୁଇଟି ପୋଷ୍ଟ କରିଥିଲେ । ତାଙ୍କ ପୋଷ୍ଟରୁ ସ୍ପଷ୍ଟ ଭାବେ ଜଣାପଡିଥିଲା, ଜବତ ହୋଇଥିବା ଟଙ୍କା କଂଗ୍ରେସର ଜଣେ ରାଜ୍ୟସଭା ସାଂସଦଙ୍କର । ଏଥିପାଇଁ ସେ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ । ମନମୋହନଙ୍କ ପାଖେ ଯଦି ତାଙ୍କ କେନ୍ଦ୍ରୀୟ ନେତୃତ୍ବଙ୍କ ଅପେକ୍ଷା ଅଧିକ ତଥ୍ୟ ରହଛି, ତାହେଲେ ସେମାନଙ୍କ ନିକଟରେ ସେ ଉପସ୍ଥାପନ କରନ୍ତୁ ।"

ଏହା ବି ପଢନ୍ତୁ- ନୈତିକତା ଆଧାରରେ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ରାଜ୍ୟ ବିଜେପି ସଭାପତି

ଲେନିନ ଆହୁରି ମଧ୍ୟ କହିଛନ୍ତି, "ଅତୀତରେ ଉତ୍ତରପ୍ରଦେଶରେ ଜଣେ ବ୍ୟବସାୟୀଙ୍କ ଉପରେ ଚଢାଉରୁ ୫୦୦ କୋଟିର ଟଙ୍କା ଆଉ ସୁନା ମିଳିଥିଲା । ସେହିଭଳି କର୍ଣ୍ଣାଟକରେ ଯେତେବେଳେ ବିଜେପି ସରକାର ଥିଲା ସେତେବେଳେ ଚଢାଉରୁ ସୁନା ଓ ଟଙ୍କା ମିଶାଇ ପାଖାପାଖି ୩୦୦ କୋଟି ଜବତ ହୋଇଥିଲା । ମହାରାଷ୍ଟ୍ରରେ ନିୟମିତ ଭାବେ ଆୟକର ବିଭାଗ ଚଢାଉ କରୁଛି । ଶହ ଶହ କୋଟିର ନଗଦ ଟଙ୍କା ଆଉ ସୁନା ଜବତ କରୁଛି । ମନମୋହନ କଣ କହିବାକୁ ଚାହୁଁଛନ୍ତି ଯେ ଯେଉଁ ବିଜେପି ଶାସିତ ରାଜ୍ୟରୁ ଟଙ୍କା ଆଉ ସୁନା ମିଳୁଛି ସେସବୁ ଉକ୍ତ ରାଜ୍ୟର ବିଜେପି ନେତାଙ୍କର ସମ୍ପତ୍ତି । ମନମୋହନଙ୍କ ଆଜିର ବୟାନ ଦେଖି ଲାଗୁଛି, ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କ ପ୍ରବଳ ଚାପ ପରେ ସେ ଏଭଳି ତଥ୍ୟ ହୀନ ପ୍ରତିକ୍ରିୟା ରଖିଛନ୍ତି ।"

ସୂଚନା ଥାଉ କି ରାଜ୍ୟରେ ମଦ ଦୁର୍ନୀତିକୁ ନେଇ ବଢୁଛି ରାଜନୀତି । ଏନେଇ ଉଭୟ ବିଜେପି ଏବଂ ବିଜେଡି ପରସ୍ପର ଦୋଷ ଲଦାଲଦି ହେଉଥିବା ଦେଖିବାକୁ ମିଳିଛି । ଆଜି ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉଭୟ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଆୟକର ବିଭାଗ ମଦ ବ୍ୟବସାୟୀଙ୍କଠାରୁ ଜବତ କରିଥିବା ୩୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା କାହାର ବୋଲି ପ୍ରଶ୍ନ କରିଥିଲେ ବିଜେପି ସଭାପତି । ଏହା ମଦ ବେପାରୀଙ୍କ ଟଙ୍କା ନୁହେଁ ବିଜେଡିର ଦଳୀୟ ପାଣ୍ଠି ବୋଲି ଆରୋପ ଆଣିଥିଲେ । ମନମୋହନଙ୍କ ଏହି ବୟାନ ପରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରେସମିଟ କରି କାଉଣ୍ଟର କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 14, 2023, 8:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.