ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ଫମ୍ପା ମାଠିଆର ଶବ୍ଦ ଭଳି: ବିଜେଡି

author img

By

Published : Apr 1, 2023, 7:48 AM IST

ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡି । ପ୍ରତିଶୃତିର ବର୍ଷା କରି ଭୁଲିଯାଇଥିବା ବିଜେଡି ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

bjd targets bjp government
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡି
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର: "ଓଡିଶାକୁ କେନ୍ଦ୍ରମନ୍ତ୍ରୀମାନେ ଆସନ୍ତି । ବଡ ବଡ ପ୍ରକଳ୍ପ ଏବଂ ଶହଶହ କୋଟି ଟଙ୍କାର କଥା କୁହନ୍ତି । ହେଲେ ଟଙ୍କାଟିଏର ମଧ୍ୟ କାର୍ଯ୍ୟ ହୁଏ ନାହିଁ । ସେମାନଙ୍କ କଥା ଠିକ୍‍ ଫମ୍ପା ମାଠିଆର ଶବ୍ଦ ଭଳି । ସାଢେ ୪ କୋଟି ଓଡିଶାବାସୀ ବିଜେପି ନେତାଙ୍କ ଏଭଳି କଥା ସହ ଅଭ୍ୟସ୍ତ ହୋଇଗଲେଣି । ତାହାର ଗୋଟିଗୋଟି କରି ପ୍ରମାଣ ରଖିଛି ବିଜେଡି ।" ବିଜେଡି ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷି ଏପରି କହିଛନ୍ତି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର, ବିଧାୟକ ସୌଭିକ ବିଶ୍ୱାଳ ଓ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ।

ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି ଯେ, ଗତ ୯ ବର୍ଷ ହେଲାଣି କୋଷ୍ଟାଲ ହାଇୱେ କଥା କେନ୍ଦ୍ରମନ୍ତ୍ରୀମାନେ ପ୍ରତିଶ୍ରୁତି ଦେଇଥିଲେ । ହେଲେ କେନ୍ଦ୍ର ସରକାରଙ୍କ ଫାଇଲ ଭିତରେ ଏହା ରହିଯାଇଛି । ସେହିଭଳି ପଦ୍ମପୁର ଉପନିର୍ବାଚନ ସମୟରେ ପଦ୍ମପୁର ରେଲୱେ ଲାଇନକୁ ଅନୁମୋଦନ ମିଳିଯାଇଥିବା ଶୁଣିବାକୁ ମିଳିଥିଲା । ପଦ୍ମପୁରବାସୀ ସେହି ରେଲୱେ ଲାଇନକୁ ଖୋଜୁଛନ୍ତି । ଏହା ହେଉଛି କେନ୍ଦ୍ର ଏବଂ କେନ୍ଦ୍ରମନ୍ତ୍ରୀଙ୍କର ସବୁଠାରୁ ବଡ ଛଳନା ବୋଲି କହିଛନ୍ତି ସ୍ବୟଂପ୍ରକାଶ । ସେ ଆହୁରି ମଧ୍ୟ କହିଛନ୍ତି ନିର୍ବାଚନ ଏବଂ ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀମାନେ ଅନେକ ଘୋଷଣା କରନ୍ତି । ନିର୍ବାଚନ ସରିଗଲା ପରେ ସବୁ ଭୁଲିଯାଆନ୍ତି । ପଦ୍ମପୁର ରେଲୱେ ଲାଇନ, ସମ୍ବଲପୁର-କଟକ ଜାତୀୟ ରାଜପଥ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହେଉଛି ଓଡିଶାବାସୀଙ୍କୁ ଏଭଳି ମିଥ୍ୟା ପ୍ରତିଶ୍ରୁତିର ଗୋଟିଏ ଗୋଟିଏ ଉଦାହରଣ ବୋଲି ସେ କହିଛନ୍ତି ।

ଭୁବନେଶ୍ୱର ରେଲୱେ ଷ୍ଟେସନକୁ ୱାର୍ଲଡ କ୍ଲାସ କରିବା ପାଇଁ ୨୦୧୫ରେ ରେଳମନ୍ତ୍ରୀ ଘୋଷଣା କରିଥିଲେ । ରେଳ ଷ୍ଟେସନ ପାଇଁ ସମସ୍ତ ଖର୍ଚ୍ଚ ବିଜେଡି ସରକାର ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଶ୍ୱସ୍ତରୀୟ ଷ୍ଟେସନ ପାଇଁ ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ହେଲେ କେନ୍ଦ୍ର ସରକାର ଏବଂ ରେଳବାଇ ବିଭାଗ ଏଥିରେ ବାଧା ଆଣିଲେ । ଏହିଭଳି ଭାବେ ଓଡିଶାବାସୀଙ୍କ ସହ କେନ୍ଦ୍ର ପ୍ରତାରଣା କରିଆସୁଥିବା ବିଜେଡି କହିଛି ।

କଟକ ରେଲୱେ ଷ୍ଟେସନ ପାଇଁ ରାଜ୍ୟ ସରକାର ଜମି ପ୍ରଦାନ କରିସାରିଛନ୍ତି । ଉନ୍ନତୀକରଣ ପାଇଁ ରାଜପଥ ପାର୍ଶ୍ବରୁ ଦ୍ୱିତୀୟ ପ୍ରବେଶ ଦେଉଛନ୍ତି । ତାହେଲେ କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରଣାଳୟ କଣ କରୁଛି ବୋଲି ପ୍ରଶ୍ନ କରିଛି ବିଜେଡି । ହରିଦାସପୁର-ପାରାଦୀପ ଲାଇନରେ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଗତ ୫ ବର୍ଷ ଧରି କେନ୍ଦ୍ରାପଡାବାସୀ କରୁଥିବା ଦାବିକୁ ଲଗାତର ଭାବେ ଉଠାଇ ଚାଲିଛି ବିଜେଡି । ଏହି ଲାଇନ ପାଇଁ ସାଧାରଣ ଜନତା ସେମାନଙ୍କର ୧୨୦୦ ଏକରରୁ ଅଧିକ ଜମି ଦେଲେ, ରେଳବାଇ ବିଭାଗ ତୁଳନାରେ ଓଡିଶା ସରକାର ଅଧିକ ଅର୍ଥ ଦେଲେ । କିନ୍ତୁ ଆଜି ଯାଏ ଯାତ୍ରିବାହୀ ଟ୍ରେନ ଚାଲିନଥିବା ଯୋଗୁଁ ବିଜେଡି ଉଦବେଗ ପ୍ରକାଶ କରିଛି ।

ନୟାଗଡରୁ କୋଲକାତା ଏବଂ ଭାଇଜାଗ ଯାଏଁ ସିଧାସଳଖ ଟ୍ରେନ ଯୋଗାଯୋଗ ପାଇଁ ଦାବି ହୋଇଆସୁଛି । ଏହାକୁ ପୂରଣ କରିବାକୁ କାହିଁକି ରେଳ ମନ୍ତ୍ରଣାଳୟକୁ ଏତେ କଷ୍ଟ ହେଉଛି ବୋଲି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ ଲାଇନ ରାଜ୍ୟ ସରକାରଙ୍କ ଅର୍ଥରେ ଖର୍ଚ୍ଚ ହେଉଛି, ଯେଉଁଥିପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି । ରେଳବାଇ ଓଡିଶାରୁ ବାର୍ଷିକ ୨୫ ହଜାର କୋଟି ଟଙ୍କାର ରାଜସ୍ୱ ନିଏ ହେଲେ ବାର୍ଷିକ ମାତ୍ର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରେ ।

ଯେତେବେଳେ କେନ୍ଦ୍ରମନ୍ତ୍ରୀ ଓଡିଶାକୁ ରେଳବାଇ କ୍ଷେତ୍ରରେ ୧୦ ହଜାର କୋଟିର ଅନୁଦାନ କଥା କୁହନ୍ତି ଏହି ଗଣିତ କେବଳ ସେମାନଙ୍କୁ ହିଁ ଜଣାଥାଏ ଯେ କିଭଳି ୧୦ ହଜାର କୋଟି କଥା ଘୋଷଣା କରି ୨ ହଜାର କୋଟିର କାମ କରି ଚଳେଇ ଦିଆଯାଏ ବୋଲି କହିଛନ୍ତି ଦେବୀ । ନିର୍ବାଚନ ଆସିଲେ ବଡବଡ ପ୍ରତିଶୃତି ଦିଅନ୍ତି ବିଜେପି ସରକାର । କିନ୍ତୁ ନିର୍ବାଚନ ସରିଲେ ଏସବୁକୁ ଭୁଲିଯାଆନ୍ତି । କେନ୍ଦ୍ର ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କର ଏଭଳି ଛଳନା ଏବଂ ପ୍ରତାରଣା ପାଇଁ ଓଡିଶାବାସୀ ଗତ ୨ ଦଶନ୍ଧି ଧରି ଉଚିତ ଜବାବ ଦେଇ ଆସିଛନ୍ତି । ଆଉ ଆଗକୁ ମଧ୍ୟ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.