ETV Bharat / state

ଦେଶର ସବୁଠାରୁ ସଫଳ ସାମାଜିକ ଆର୍ଥିକ ଆନ୍ଦୋଳନ ହେଉଛି ବିଜେଡି: ମୁଖ୍ୟମନ୍ତ୍ରୀ - ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ

ଦେଶର ସବୁଠାରୁ ସଫଳ ସାମାଜିକ-ଆର୍ଥିକ ଆନ୍ଦୋଳନ ହେଉଛି ବିଜେଡି । ବିଜେଡିର ମୂଳ ମନ୍ତ୍ର ସେବା । ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ । ଏଥିପାଇଁ ଓଡିଶାବାସୀ ଆମକୁ ଆରମ୍ଭରୁ ଆଶୀର୍ବାଦ ଦେଇ ଆସିଛନ୍ତି । ଦଳୀୟ କାର୍ଯ୍ୟକାରିଣୀରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଦେଶର ସବୁଠାରୁ ସଫଳ ସାମାଜିକ ଆର୍ଥିକ ଆନ୍ଦୋଳନ ହେଉଛି ବିଜେଡି : ନବୀନ

author img

By ETV Bharat Odisha Team

Published : Dec 15, 2023, 9:42 PM IST

ଭୁବନେଶ୍ବର: ଦେଶର ସବୁଠାରୁ ସଫଳ ସାମାଜିକ-ଆର୍ଥିକ ଆନ୍ଦୋଳନ ହେଉଛି ବିଜେଡି । ବିଜେଡିର ମୂଳ ମନ୍ତ୍ର ସେବା । ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ । ଏଥିପାଇଁ ଓଡିଶାବାସୀ ଆମକୁ ଆରମ୍ଭରୁ ଆଶୀର୍ବାଦ ଦେଇ ଆସିଛନ୍ତି । ଏହି ଆଶୀର୍ବାଦ ସହ ରହିଛି ବହୁତ ବଡ ଦାୟିତ୍ବ । ଏହି ଦାୟିତ୍ବକୁ ଠିକ ଭାବେ ପାଳନ କରିବା ପାଇଁ ତୃଣମୂଳ ସ୍ତରରୁ ଆମର କର୍ମୀ ଓ ଆମର ବିଭିନ୍ନ ସ୍ତରର ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି । ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସାମିଲ ହୋଇ ନବୀନ ଏହା କହିଛନ୍ତି ।

ଅଧିକ ପଢନ୍ତୁ- ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୨୭ ପ୍ରସ୍ତାବ ପାରିତ; ବିରୋଧୀଙ୍କ ପାଖରେ ନାହିଁ ପ୍ରସଙ୍ଗ: ନବୀନ

ଦେଶର ସବୁଠାରୁ ସଫଳ ସାମାଜିକ ଆର୍ଥିକ ଆନ୍ଦୋଳନ ହେଉଛି ବିଜେଡି : ନବୀନ
ଦେଶର ସବୁଠାରୁ ସଫଳ ସାମାଜିକ ଆର୍ଥିକ ଆନ୍ଦୋଳନ ହେଉଛି ବିଜେଡି : ନବୀନ

ନବୀନ କହିଛନ୍ତି ଯେ, ଆଜି ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବୈଠକକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି । ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି । ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ ନିକଟରେ ମୁଁ ସବୁବେଳେ ଋଣୀ । ଓଡିଶାବାସୀଙ୍କ ନିକଟରେ ଆମ ଦଳର ବାର୍ତ୍ତା ପହଞ୍ଚାଇବା ପାଇଁ ବିଜେଡିର ଲକ୍ଷ ଲକ୍ଷ କର୍ମୀ ନିଷ୍ଠାର ସହ କାମ କରିଆସୁଛନ୍ତି । ସେମାନଙ୍କୁ ମୋର ପ୍ରଣାମ । ସମସ୍ତଙ୍କୁ ଏକାଠି କରି ଦଳକୁ ଆଗେଇ ନେବା ପାଇଁ ଦିନ ରାତି କାମ କରୁଥିବା ନେତୃମଣ୍ଡଳୀଙ୍କୁ ମୋର ପ୍ରଣାମ କରୁଛି । ଆମ ଦଳ ମହିଳା ସଶକ୍ତିକରଣରେ ବିଶ୍ବାସ କରେ । ସବୁବେଳେ ଆମେ ମା'ମାନଙ୍କ କଲ୍ୟାଣକୁ ଗୁରୁତ୍ବ ଦେଇ ଆସିଛୁ । ତେଣୁ ବହୁ ସଂଖ୍ୟାରେ ମା ମାନେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମା' ମାନଙ୍କ ନେତୃତ୍ବ ନେଉଥିବା ଆମର ମହିଳା ନେତୃତ୍ୱକୁ ମୋର ପ୍ରଣାମ । ମା ମାନଙ୍କ ପସନ୍ଦ ବିଜୁ ଜନତା ଦଳ । ଛାତ୍ର ଓ ଯୁବଶକ୍ତିର ପସନ୍ଦ ବିଜୁ ଜନତା ଦଳ । ଓଡିଶାବାସୀଙ୍କ ପସନ୍ଦ ବିଜୁ ଜନତା ଦଳ ।

ସମସ୍ତେ କହୁଛନ୍ତି ବିଜେଡି ଏକ ସଫଳ ଆଞ୍ଚଳିକ ରାଜନୈତିକ ଦଳ । କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ, ଦେଶର ସବୁଠାରୁ ସଫଳ ସାମାଜିକ-ଆର୍ଥିକ ଆନ୍ଦୋଳନ ହେଉଛି ବିଜେଡି । ଆମ ଦଳର ମୂଳ ମନ୍ତ୍ର ସେବା । ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ । ଏଥିପାଇଁ ଓଡିଶାବାସୀ ଆମକୁ ଆରମ୍ଭରୁ ଆଶୀର୍ବାଦ ଦେଇ ଆସିଛନ୍ତି । ଏହି ଆଶୀର୍ବାଦ ସହ ରହିଛି ବହୁତ ବଡ ଦାୟିତ୍ବ । ଏହି ଦାୟିତ୍ବକୁ ଠିକ ଭାବେ ପାଳନ କରିବା ପାଇଁ ତୃଣମୂଳ ସ୍ତରରୁ ଆମର କର୍ମୀ ଓ ଆମର ବିଭିନ୍ନ ସ୍ତରର ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି ।

ଅଧିକ ପଢନ୍ତୁ- ସ୍ପଷ୍ଟ କଲେ ପାଣ୍ଡିଆନ; 2024ରେ ଲଢିବେନି ନିର୍ବାଚନ, ଜନସେବା ମୋର ଲକ୍ଷ୍ୟ

କିଛି ଲୋକ ପଚାରୁଛନ୍ତି, ଆପଣଙ୍କ ଦଳରେ ନିର୍ବାଚନ ପ୍ରସ୍ତୁତି କେମିତି ଚାଲିଛି । ମୁଁ କହିବାକୁ ଚାହେଁ ଯେ, ଆମେ ନିର୍ବାଚନ ପ୍ରସ୍ତୁତିରେ ନୁହେଁ । ଆମେ ଲୋକଙ୍କ କାମରେ ବିଶ୍ବାସ କରୁ । ସେବାରେ ବିଶ୍ବାସ କରୁ । ଇତିହାସ କେବେ ଏତେ ବଡ ରୂପାନ୍ତରଣ ଦେଖି ନଥିଲା । ଆପଣ ମାନେ ରୂପାନ୍ତରଣର ମୂକସାକ୍ଷୀ । ମଠ ମନ୍ଦିର ହେଉ ବା ସ୍କୁଲ, କଲେଜ, ହସ୍ପିଟାଲ ଜଳସେଚନ ସୁବିଧା ହେଉ ବା ଗାଁ ଗାଁରେ ବ୍ୟାଙ୍କ ସୁବିଧା, ଲକ୍ଷ୍ମୀ ଯୋଜନା ହେଉ ବା ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଦେଶ ଦେଖୁଛି ଓଡିଶାର ରୂପାନ୍ତର । ଓଡିଶା ଆଜି ଦେଶର ସ୍ପେଟ୍ସ କ୍ୟାପିଟାଲ ହୋଇପାରିଛି । ପୁଞ୍ଜିନିବେଶ କ୍ଷେତ୍ରରେ ବିପୁଳ ସୁଯୋଗ, ନୂଆ ନୂଆ ଆଇଟି କମ୍ପାନୀ ଖୋଲିବାରେ ହେଉ ବା, ଦକ୍ଷତା ବିକାଶ ବା ମା' ମାନଙ୍କ ସଶକ୍ତିକରଣ, ଚାଷୀ ମାନଙ୍କ ସଶକ୍ତିକରଣ ସବୁ କ୍ଷେତ୍ରରେ, ଓଡିଶା ସାରା ଭାରତରେ ଆଜି ଉଦାହରଣ ହୋଇଛି ।

ବିରୋଧୀ ଅପପ୍ରଚାର କରିବା ପାଇଁ ଚେଷ୍ଟା କରିବେ । ମିଛ ମଧ୍ୟ କହିବେ । ତୃଣମୂଳ ସ୍ତରରୁ ଆମକୁ ଏହାର ଦୃଢ ମୁକାବିଲା କରିବାକୁ ହେବ । ସାମାଜିକ ଗଣମାଧ୍ୟମରେ ଏହାକୁ ଆମକୁ ବିରୋଧ କରିବାକୁ ହେବ । ତା ସହିତ ଆମର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ । ଓଡିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବ ନାହିଁ । ଘରେ ଘରେ ଶଙ୍ଖ ବାଜିବ । ସତ୍ୟର ବିଜୟ ହେବ । ବିକାଶର ବିଜୟ ହେବ ଏବଂ ଆମେ ଗଢିବା ନୂଆ ଓଡିଶା । ସଶକ୍ତ ଓଡିଶା । ବିରୋଧୀ ମାନେ ସବୁବେଳେ ମିଛ ପ୍ରଚାର କରିବେ । ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ । ଓଡ଼ିଶାର ରୂପାନ୍ତରଣ ବିରୋଧୀଙ୍କ ପାଇଁ ବଡ଼ ଝଟକା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.