ETV Bharat / state

ବନ୍ଦ ଡାକରାକୁ ସମର୍ଥନ କରି ନିଆଁରେ ଘିଅ ଢାଳିଛି ବିଜେପି: ବିଜେଡି - ବନ୍ଦ ଡାକରାକୁ ସମର୍ଥନ କରି ନିଆଁରେ ଘିଅ ଢାଳିଛି ବିଜେପି

ଶ୍ରୀମୟୀ କହିଛନ୍ତି ଯେ, ଅମେ ଯାହା ଭାବୁଥିଲୁ ଶେଷରେ ସେୟାହିଁ ହିଁ ହେଲା। କିଛିଦିନ ହେବ ବିଜେପି ଓଡିଶା ଶାଖାର ନେତାମାନେ ସାଢ଼େ 4 କୋଟି ଓଡ଼ିଆ ଲୋକଙ୍କୁ ଆଇନହୀନ ମଣିଷ ବୋଲି ସମ୍ବୋଧନ କରିଥିଲେ । ଅପମାନିତ କରିଛନ୍ତି । କେଉଁଠି ନା କେଉଁଠି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାକୁ ସମର୍ଥନ ଦେଇଛନ୍ତି । ଅଧିକ ପଢନ୍ତୁ

ବନ୍ଦ ଡାକରାକୁ ସମର୍ଥନ କରି ନିଆଁରେ ଘିଅ ଢାଳିଛି ବିଜେପି : ବିଜେଡି

author img

By

Published : Apr 19, 2023, 11:05 PM IST

ବନ୍ଦ ଡାକରାକୁ ସମର୍ଥନ କରି ନିଆଁରେ ଘିଅ ଢାଳିଛି ବିଜେପି : ବିଜେଡି

ଭୁବନେଶ୍ବର: ସାଢେ ୪ କୋଟି ଓଡିଆଙ୍କ ଅପମାନକୁ ସମର୍ଥନ କରୁଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶାର ଆଇନ ଶୃଙ୍ଖଳା ସ୍ଥିତି ବହୁତ ଭଲ ଅଛି । ହତ୍ୟା, ଧର୍ଷଣ ଭଳି ଜଘନ୍ୟ ଅପରାଧ ବିଜେପି ଶାସିତ ରାଜ୍ୟରେ ଅଧିକ ରହିଛି । ସମ୍ବଲପୁର ଘଟଣାକୁ ନେଇ ବନ୍ଦ ଡାକରାକୁ ସମର୍ଥନ ଅପରାଜିତାଙ୍କ ଉସୁକାଇବା ମାନସିକତାକୁ ପଦାରେ ପକାଇଛି । ଏହା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ଏହାବି ପଢନ୍ତୁ- Battle For Karnataka: ତିନି ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ ଅମିତ ଶାହ

ଶ୍ରୀମୟୀ କହିଛନ୍ତି ଯେ, ଅମେ ଯାହା ଭାବୁଥିଲୁ ଶେଷରେ ସେୟାହିଁ ହିଁ ହେଲା। କିଛିଦିନ ହେବ ବିଜେପି ଓଡିଶା ଶାଖାର ନେତାମାନେ ସାଢ଼େ 4 କୋଟି ଓଡ଼ିଆ ଲୋକଙ୍କୁ ଆଇନହୀନ ମଣିଷ ବୋଲି ସମ୍ବୋଧନ କରିଥିଲେ । ଅପମାନିତ କରିଛନ୍ତି । କେଉଁଠି ନା କେଉଁଠି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାକୁ ସମର୍ଥନ ଦେଇଛନ୍ତି । କଥାରେ ଅଛି ମୌନେ ସମ୍ମତି ଲକ୍ଷଣ । ଏହି ନିୟମ ଭଳି ମ୍ୟାଡାମ ଏଭଳି ପ୍ରସଙ୍ଗରେ ସମର୍ଥନ କରିଛନ୍ତି । ତାଙ୍କର ନୀରବତାହିଁ ବୟାନ କରୁଛି ଓଡିଶାବାସୀଙ୍କ ପ୍ରତି ତାଙ୍କର ଓ ବିଜେପିର କେତେ ସମ୍ମାନ ରହିଛି ।

NCRBର ଶେଷ ରିପୋର୍ଟକୁ ସାଂସଦ ଅପରାଜିତା ଷଡଙ୍ଗୀ ବୋଧେ ପଢିନାହାନ୍ତି । କିମ୍ବା ଜାଣିଶୁଣି ନଜାଣିବା ଭଳି ଅଭିନୟ କରୁଛନ୍ତି । ଯଦି ରିପୋର୍ଟକୁ ସେ ତର୍ଜମା ବା ବିଶ୍ଳେଷଣ କରିଥାନ୍ତେ ତେବେ ସେ ଜାଣିପାରିଥାନ୍ତେ ମହିଳାଙ୍କ ପ୍ରତି ଅସଦାଚରଣ ଓ ହତ୍ୟା ଭଳି ଅପରାଧୀଙ୍କ କାର୍ଯ୍ୟରେ ବିଜେପି ଶାସିତ ରାଜ୍ୟରେ ଅଧିକ ହେଉଛି । ସତ୍ୟାସତ୍ୟକୁ ନଜାଣି ଲୋକଙ୍କୁ ଭୁଆଁ ବୁଲେଇଲା ଭଳି ମନ୍ତବ୍ୟ ଦେବା ଗ୍ରହଣୀୟ ନୁହେଁ । NCRBର ରିପୋର୍ଟ ଅନୁସାରେ ବିଜେପି ଶାସିତ ଉତ୍ତର ପ୍ରଦେଶ, ହରିଆଣା, ମଧ୍ୟ ପ୍ରଦେଶ, ଆସାମ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟ ଗୁଡିକରେ ମହିଳାଙ୍କ ସହିତ ଅସଦାଚରଣ ମାମଲା ରେକର୍ଡ ବହୁ ଆଗରେ ରହିଛି ।

ଅସଦାଚରଣ ଓ ହତ୍ୟା ମାମଲା ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆସାମ ଓ ମହାରାଷ୍ଟ୍ର ଢେର ଆଗରେ ଅଛନ୍ତି । ଏ ସତ୍ୟାସତ୍ୟ ବାବଦରେ ମ୍ୟାଡାମ ଅପରାଜିତା ଅବଗତ ନାହାନ୍ତି । କିମ୍ବା ଜାଣିଶୁଣି ବିଜେପି ଶାସିତ ରାଜ୍ୟର ବିଫଳ ମଡେଲକୁ ଅପରାଜିତା ଲୁଚେଇବାକୁ ଚେଷ୍ଟା କରୁଛନ୍ତି । ଅଥବା ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି । ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଓଡ଼ିଶା ବାସୀ ସବୁବେଳେ ଶାନ୍ତିରେ ରହିବାକୁ ଚାହାନ୍ତି । ବିଜେପି ବୋଧ ହୁଏ ଚାହୁଁନାହିଁ ଓଡ଼ିଶାରେ ଶାନ୍ତି ବଜାୟ ରହୁ । ଆମ ସ୍ୱାଭିମାନ ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ । ଆମ ସ୍ୱାଭିମାନକୁ କେହି ଯଦି ପ୍ରଶ୍ନବାଚୀ ସୃଷ୍ଟି କରେ, ତାହା ଓଡିଶା ବାସୀ ଗ୍ରହଣ କରିବେ ନାହିଁ ।

ଏହାବି ପଢନ୍ତୁ- ଶ୍ରୀମନ୍ଦିର ଫାଇଲ ହଜିନାହିଁ, ଫାଇଲ ଲୁଚାଇବାକୁ ଚେଷ୍ଟା କରାଯାଉଛି: ବିଜୟ ମହାପାତ୍ର

ବନ୍ଦ ଡାକରାକୁ ଅପରାଜିତାଙ୍କ ସମର୍ଥନ, ତାଙ୍କ ମାନସିକତାକୁ ଦର୍ଶାଉଛି । କେଉଁଠି ନା କେଉଁଠି ସେ ଚାହୁଁନାହାନ୍ତି ଶାନ୍ତି ବାତାବରଣ ଫେରିଆସୁ । ଏଭଳି ମନ୍ତବ୍ୟ ଦେଇ ସେ ଲୋକଙ୍କୁ ଅଧିକ ଉସୁକାଉଛନ୍ତି । ଜଣେ ବ୍ୟକ୍ତି ସାମ୍ବିଧାନିକ ପଦରେ ଥାଇ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ । ମ୍ୟାଡାମ ଏହି ବନ୍ଦ ଡାକରାକୁ ସମର୍ଥନ କରି କେଉଁଠି ନା କେଉଁଠି ନିଆଁରେ ଘିଅ ଢାଳିଛନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.