ETV Bharat / state

ବିଜେଡିର ତାତ୍ସଲ୍ୟ: ଅପରାଜିତାଙ୍କଠୁ ଶିଖନ୍ତୁ ଧର୍ମେନ୍ଦ୍ର; କେନ୍ଦ୍ରମନ୍ତ୍ରୀଙ୍କ କାମ କମ, ପ୍ରଚାର ଅଧିକ - କେନ୍ଦ୍ରମନ୍ତ୍ରୀଙ୍କ କାମ କମ ପ୍ରଚାର ଅଧିକ କହିଲା ବିଜେଡି

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ଯେଉଁ ପ୍ରସଙ୍ଗ ଓଡିଶା ସହ ସମ୍ପୃକ୍ତ ଥାଏ, ସେ ବିଷୟ ଗୁଡିକରେ କେନ୍ଦ୍ରମନ୍ତ୍ରୀ ପ୍ରଚାର ଉପରେ ଗୁରୁତ୍ବ ଦେଇଥାନ୍ତି । କାମ ଉପରେ ତାଙ୍କର ନଜର ଥାଏ । ଏ ସଂକ୍ରାନ୍ତରେ ସର୍ବଶେଷ ଉଦାହରଣ ହେଉଛି କପିଳେଶ୍ବର ମନ୍ଦିର ପ୍ରସଙ୍ଗ । ମେ ୫ ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିଲେ ଯେ ସପ୍ତମ ଶତାବ୍ଦୀର ପ୍ରଭୁ କପିଳେଶ୍ବର ମନ୍ଦିରର ରକ୍ଷଣାବେକ୍ଷଣ ଏଏସଆଇ ଦ୍ବାରା ହାତକୁ ନିଆଯିବ । ଅଧିକ ପଢନ୍ତୁ

ଅପରାଜିତାଙ୍କଠୁ ଶିଖନ୍ତୁ ଧର୍ମେନ୍ଦ୍ର; କେନ୍ଦ୍ରମନ୍ତ୍ରୀଙ୍କ କାମ କମ, ପ୍ରଚାର ଅଧିକ

author img

By

Published : May 10, 2023, 10:55 PM IST

ଅପରାଜିତାଙ୍କଠୁ ଶିଖନ୍ତୁ ଧର୍ମେନ୍ଦ୍ର; କେନ୍ଦ୍ରମନ୍ତ୍ରୀଙ୍କ କାମ କମ, ପ୍ରଚାର ଅଧିକ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାମ କମ କରନ୍ତି । ନିଜର ପ୍ରଚାର ଅଧିକ କରନ୍ତି । ନିଜର ପ୍ରଚାର ପାଇଁ ସେ ବ୍ୟାକୁଳ ଥାନ୍ତି । ଏକଥା କେବଳ ଆମେ ନୁହେଁ, ବିଜେପିର ଗୋଟେ ବଡ଼ ଗୋଷ୍ଠୀ ଏ କଥାକୁ ବିଶ୍ବାସ କରନ୍ତି । ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଏହା ସହ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଠାରୁ କାମ ଶିଖିବାକୁ କହି ଧର୍ମେନ୍ଦ୍ରଙ୍କ କଟା ଘା'ରେ ଚୂନ ମାରିଛନ୍ତି ଲେନିନ ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ଯେଉଁ ପ୍ରସଙ୍ଗ ଓଡିଶା ସହ ସମ୍ପୃକ୍ତ ଥାଏ, ସେ ବିଷୟ ଗୁଡିକରେ କେନ୍ଦ୍ରମନ୍ତ୍ରୀ ପ୍ରଚାର ଉପରେ ଗୁରୁତ୍ବ ଦେଇଥାନ୍ତି । କାମ ଉପରେ ତାଙ୍କର ନଜର ଥାଏ । ଏ ସଂକ୍ରାନ୍ତରେ ସର୍ବଶେଷ ଉଦାହରଣ ହେଉଛି କପିଳେଶ୍ବର ମନ୍ଦିର ପ୍ରସଙ୍ଗ । ମେ ୫ ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିଲେ ଯେ ସପ୍ତମ ଶତାବ୍ଦୀର ପ୍ରଭୁ କପିଳେଶ୍ବର ମନ୍ଦିରର ରକ୍ଷଣାବେକ୍ଷଣ ଏଏସଆଇ ଦ୍ବାରା ହାତକୁ ନିଆଯିବ । ତେବେ ମେ ୯ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏକ ଚିଠି ଲେଖି କପିଳେଶ୍ବର ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ନେବାକୁ ଏଏସଆଇକୁ ଅନୁରୋଧ କରିଛନ୍ତି । ଟ୍ବିଟ କରି ଗଣମାଧ୍ୟମରେ ଏହାର ଜୋରଦାର ପ୍ରଚାର କଲେ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁଣି ଥରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଚିଠି ଲେଖୁଛନ୍ତି, ଏହି ପ୍ରସଙ୍ଗରେ ଏବେ ସମସ୍ତେ ହସୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଜର ପ୍ରଚାର ପ୍ରସାର ପାଇଁ ଧୁମଧାମରେ ଆଗେଇ ଆସିଛନ୍ତି ଧର୍ମେନ୍ଦ୍ର । ନିଜର ପ୍ରଚାର ଅଧିକ କିନ୍ତୁ କପିଳେଶ୍ବର କେବଳ ଏକ ବାହାନା ବୋଲି ଲାଗୁଛି । ବିଭିନ୍ନ ସମୟରେ ପ୍ରଚାର ପାଇଁ ବ୍ୟଗ୍ର ରହୁଛନ୍ତି କେନ୍ଦ୍ରମନ୍ତ୍ରୀ । ନିଜର ପ୍ରଚାର ପ୍ରସାର କରିବା ଏବଂ ଚିଠି ଦେବା ପରିବର୍ତ୍ତେ କେବଳ ତାଙ୍କ ସହକର୍ମୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଠାରୁ ଏ ସଂକ୍ରାନ୍ତରେ ବୁଝି ପାରିଥାନ୍ତେ । କପିଳେଶ୍ବର ମନ୍ଦିର କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗରେ କାର୍ଯ୍ୟ ଅପେକ୍ଷା ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରରେ ଅଧିକ ଆଗ୍ରହୀ । କେନ୍ଦ୍ରମନ୍ତ୍ରୀ ଖାଲି ଲୋକହସା ହେଉନାହାନ୍ତି, କେନ୍ଦ୍ରୀୟ ସ୍ତରରେ ଏମିତି କାର୍ଯ୍ୟ କେମିତି ହେବ ବୋଲି ଲୋକେ ସନ୍ଦେହ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରଚାର ପାଇଁ ବ୍ୟାକୁଳ ନହୋଇ ଯଦି ଆବଶ୍ୟକତା ଅଛି ତେବେ କେମିତି କାମ କରାଯାଏ ସେ ତାଙ୍କ ଦଳର ସହକର୍ମୀ ଅପରାଜିତା ଷଡଙ୍ଗୀଙ୍କ ଠାରୁ ଶିଖି ନିଅନ୍ତୁ । କାମ କେମିତି ହୁଏ ଅପରାଜିତାଙ୍କୁ ପଚାରନ୍ତୁ ଓ ବୁଝନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.