ETV Bharat / state

Naba Das Murder Case: ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କଲା ବିଜେଡି, ତଦନ୍ତ ନେଇ ସଚେତନ ସରକାର - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେଡିକୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର । କ୍ରାଇମବ୍ରାଞ୍ଚ ତଦନ୍ତ ବିଶ୍ବସନୀୟ ନୁହେଁ ବୋଲି ସେ କହିଥିଲେ । ଏହାପରେ ଧର୍ମେନ୍ଦ୍ରକୁ କାଉଣ୍ଟର କରିଛି ବିଜେଡି । ଅଧିକ ପଢନ୍ତୁ

Naba Das Murder Case
Naba Das Murder Case
author img

By

Published : Feb 5, 2023, 7:44 PM IST

ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କଲା ବିଜେଡି

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଧର୍ମେନ୍ଦ୍ର ଟାର୍ଗେଟ କରିବା ପରେ ପ୍ରତିକ୍ରିୟା ରଖିଛି ଶାସକ ଦଳ । ତଦନ୍ତରେ କୌଣସି ସ୍ପଷ୍ଟତା ନାହିଁ ବୋଲି ଧର୍ମେନ୍ଦ୍ର କହିଥିବା ବେଳେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ ରାଜ୍ୟ ସରକାର ସର୍ବଦା ଆଇନ ଶୃଙ୍ଖଳା ସଜାଡ଼ିବା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି । ସମସ୍ତ ଘଟଣାରେ ରାଜ୍ୟ ସରକାର ସତର୍କ ରହିବା ସହ ଏପରି ଘଟଣା ରୋକିବା ଦିଗରେ କାର୍ଯ୍ୟ କରୁଛନ୍ତି । ବିରୋଧୀମାନେ କାହିଁକି ଅସନ୍ତୁଷ୍ଟ ସେନେଇ ସେମାନେ ଉତ୍ତର ରଖିପାରିବେ ବୋଲି କହିଛନ୍ତି ଶଶୀଭୂଷଣ ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ତଦନ୍ତ ଦାୟିତ୍ବ ପୋଲିସ ଏଡିଜି ଅରୁଣ ବୋଥ୍ରାଙ୍କୁ ଦେଇଛନ୍ତି । ଜଷ୍ଟିସ ଜେପି ଦାଶ ଏହାର ତଦାରଖ କରିବେ। ହେଲେ ରବିବାର କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ଏନେଇ ସରକାର ଓ ପ୍ରଶାସନ ଉପରେ ପ୍ରଶ୍ନ କରିଥିଲେ । BJD ବିଧାୟକ ଶଶୀ ଭୂଷଣ ବେହେରା ଏହାକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, "ଆଇନଶୃଙ୍ଖଳା ଏକ ସ୍ପର୍ଶକାତର ବିଷୟ। ଭାରତବର୍ଷରେ ଆଇନଶୃଙ୍ଖଳା ସଜଡ଼ିବାରେ ଓ ପୋଲିସ ପ୍ରଶାସନକୁ ଦେଖିବାରେ ସାରା ଦେଶର ସାମଗ୍ରିକ ଦାୟିତ୍ବ ରହୁଛି । ରାଜ୍ୟ ସରକାର ସଦାବେଳେ ଏ ବାବଦରେ ପଦକ୍ଷେପ ନେଇଛନ୍ତି । ଯେଉଁ ଘଟଣା ଘଟୁଛି ରାଜ୍ୟ ସରକାର ଅନୁରୂପ ଭାବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦିଗରେ ଅବହେଳା କରିନାହାନ୍ତି ।"

ଏହା ବି ପଢନ୍ତୁ- Naba Das Murder: ରାଜ୍ୟ ସରକାରଙ୍କୁ ଘେରିଲେ ଧର୍ମେନ୍ଦ୍ର, ତଦନ୍ତ ଭାର ଥାର୍ଡ ପାର୍ଟିକୁ ଦିଆଯାଉ

ସେ ଆହୁରି କହିଛନ୍ତି, "ଏ ସମସ୍ତ ଘଟଣାରେ ରାଜ୍ୟ ସରକାର ସତର୍କ ରହିବା ସହ ଭବିଷ୍ୟତରେ କିପରି ପ୍ରତିହତ କରାଯାଇପାରିବ ଓ ସୀମା ସରହଦକୁ ରୋକାଯାଇପାରିବ ସେ ସଂକ୍ରାନ୍ତରେ ପଦକ୍ଷେପ ନେଉଛନ୍ତି । ବିରୋଧୀମାନେ କାହିଁକି ସନ୍ତୁଷ୍ଟ ନୁହଁନ୍ତି ସେମାନେ କହି ପାରିବେ।" ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ଧର୍ମେନ୍ଦ୍ର କହିଥିଲେ ଯେ ଜଣେ ମନ୍ତ୍ରୀଙ୍କୁ ପୋଲିସ କାହିଁକି ମାରିଲା ସେନେଇ କାହା ପାଖରେ ସୁରାକ ନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତ ବିଶ୍ବସନୀୟ ନୁହେଁ । ଏଣୁ ସରକାର ତଦନ୍ତ ଭାର ଥାର୍ଡ ପାର୍ଟିକୁ ଦିଅନ୍ତୁ ବୋଲି ଧର୍ମେନ୍ଦ୍ର କହିଥିଲେ । ଏହାସହ ଡିଜି ଜଗନ୍ନାଥଙ୍କ ନାଁ ଖସିଯିବାକୁ ଉଦ୍ୟମ କରୁଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ସୂଚନା ଥାଉ କି ସାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଏବେ ଉଠୁଛି ପଡୁଛି । ପୋଲିସ କର୍ମୀ କାହିଁକି ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ହତ୍ୟା କଲା ତାହାର କାରଣ ସମସ୍ତେ ଖୋଜୁଛନ୍ତି । ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡ଼ା ଗାନ୍ଧୀଛକଠାରେ ଗୁଳିମାଡ ହୋଇଥିଲା । ପୋଲିସ ଗୁଳିରେ ମନ୍ତ୍ରୀ ନବ ଦାସଙ୍କ ଅକାଳ ବିୟୋଗ ଘଟିଥିଲା । ତାଙ୍କୁ ବ୍ରଜରାଜନଗରରୁ ଏୟାର ଲିଫ୍ଟ କରି ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆପୋଲୋ ହସ୍ପିଟାଲରେ ଡାକ୍ତରଙ୍କ ଅକ୍ଳାନ୍ତ ଉଦ୍ୟମ ସତ୍ତ୍ବେ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.