ETV Bharat / state

ନ୍ୟାୟପାଳିକା ଉପରେ ଭରସା ନରହିଲେ ଗଣତନ୍ତ୍ର ତିଷ୍ଠିବ ନାହିଁ: ବିଜେଡି - ପ୍ରଶାନ୍ତ ମୁଦୁଲି

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବା ବେଳେ ଘଟଣାକୁ ଚପାଇବା ଲାଗି ଉଦ୍ୟମ ହେଉଥିବା ବିରୋଧୀମାନେ ଅଭିଯୋଗ କରିଛନ୍ତି । ତେବେ ଜୁଡିସିଆରି ଉପରେ ଭରସା ରଖିବା ଲାଗି କହିଛି ବିଜେଡି । ଅଧିକ ପଢନ୍ତୁ

Naba das murder case
Naba das murder case
author img

By

Published : Feb 7, 2023, 6:36 PM IST

ନ୍ୟାୟପାଳିକା ଉପରେ ଭରସା ନରହିଲେ ଗଣତନ୍ତ୍ର ତିଷ୍ଠିବ ନାହିଁ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ଠିକଠାକ ଚାଲିନଥିବା ଅଭିଯୋଗ କରିଛନ୍ତି ବିରୋଧୀ । ମାମଲାକୁ ଚାପିବା ଲାଗି ସରକାର ଘୋର ଅବହେଳା କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ସେପଟେ ଜବାବ ରଖିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ । ନ୍ୟାୟପାଳିକା ଉପରେ ଭରସା ନରହିଲେ ଗଣତନ୍ତ୍ର ତିଷ୍ଠିବ ନାହିଁ ବୋଲି କହିଛନ୍ତି ପ୍ରଶାନ୍ତ ମୁଦୁଲି । ଜୁଡିସିଆରି ତଦନ୍ତ ହେଲା ପରେ କୌଣସି ଟିପ୍ପଣୀ ହେବା ଉଚିତ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି ।

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ନବ ଦାସ ଜଣେ କର୍ତ୍ତବ୍ୟନିଷ୍ଠ ରାଜନେତା । ଆଶା କରୁଛି ଆଗାମୀ ଦିନରେ କାହା ଭାଗ୍ୟରେ ଏଭଳି ନଘଟୁ । ସେ ଜଣେ ଜନପ୍ରିୟ ନେତା ଥିଲେ । ତେଣୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଏକାଦଶରେ ବହୁ ଲୋକ ଆସିବେ । ତଦନ୍ତ ଠିକ ଭାବରେ ଚାଲିଛି । ଜୁଡିସିଆରି ତଦନ୍ତ ହେଲା ପରେ କୌଣସି ଟିପ୍ପଣୀ ହେବା ଉଚିତ ନୁହେଁ । କ୍ରାଇମବ୍ରାଞ୍ଚ ସଠିକ ଓ ନିରପେକ୍ଷ ଭାବରେ ତଦନ୍ତ କରୁଛି । ନ୍ୟାୟପାଳିକା ମଧ୍ୟ ତଦନ୍ତ ଉପରେ ତୀକ୍ଷ୍ଣ ନଜର ରଖିଛି । ସବୁ ବିଷୟରେ ଟିପ୍ପଣୀ ରଖିବା ବିରୋଧୀଙ୍କ ଚରିତ୍ର ହୋଇଗଲାଣି । ଯଦି ଜୁଡିସିଆରି ଉପରେ ଭରସା ରଖିବା ନାହିଁ ତାହାଲେ ସମାଜ ଚାଲି ପାରିବ ନାହିଁ । ଗଣତନ୍ତ୍ର ତିଷ୍ଠିବ ନାହିଁ । ଆନ୍ଦୋଳନ କରିବା ନିଜ ନିଜ ଦଳର ନିଷ୍ପତ୍ତି ।"

ଏହା ବି ପଢନ୍ତୁ- Naba Das Murder: ଅନ୍ୟତମ ଆହତ ବଖାଣିଲେ ଘଟଣା ଦିନର ଅନୁଭୂତି, ବେକ ଛୁଇଁ ଯାଇଥିଲା ଗୁଳି

ଅନ୍ୟପଟେ ଏ ନେଇ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, "ନବ ଦାସ ହତ୍ୟା ଘଟଣାର ତଦନ୍ତ ଠିକଠାକ ଚାଲିନାହିଁ । ମୋ ଉପସ୍ଥିତରେ ମୁଖ୍ୟମନ୍ତ୍ରୀ ନବଙ୍କ ସ୍ତ୍ରୀ ଓ ପୁଅକୁ ସାନ୍ତ୍ବନା ଦେଉଥିଲେ । ହେଲେ ଏବେ ଲାଗୁଛି ସାନ୍ତ୍ବନା କେବଳ ପାଣିର ଗାର । ସିଟିଂ ହାଇକୋର୍ଟ ବିଚାରପତିଙ୍କ ଜରିଆରେ ତଦନ୍ତ ବଦଳରେ ଜଣେ ଅବସରପ୍ରାପ୍ତ ବିଚାରପତି ମାମଲାର ସୁପରଭାଇଜ କରୁଛନ୍ତି । ନିୟମ ଉଲ୍ଲଙ୍ଘନ କରି ତଦନ୍ତ କରୁଛନ୍ତି । ଷଡଯନ୍ତ୍ର କରି ଗୋପାଳ ଜରିଆରେ ନବଙ୍କୁ ହତ୍ୟା କରାଯାଇଛି । ହତ୍ୟାକାରୀ ଗୋପାଳ ଦାସ କହିଲେଣି, ମୋତେ ହତ୍ୟା କରାଯିବ । ମାମଲାକୁ ଚାପିବା ଲାଗି ସରକାର ଘୋର ଅବହେଳା କରୁଛନ୍ତି ।"

ସୂଚନା ଥାଉ କି ପୋଲିସ ଗୁଳିରେ ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ ହୋଇଥିଲା । ଏଥିରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ କାହିଁକି କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ହତ୍ୟା କଲା ସେ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ତଦାରଖ କରିବା ଲାଗି ରାଜ୍ୟ ସରକାର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଦାୟିତ୍ବ ଦେଇଛନ୍ତି । ଅନ୍ୟପଟେ ମଙ୍ଗଳବାର ପୋଲିସ କ୍ରାଇମସ୍ପଟକୁ ନେଇ କ୍ରାଇମ ରିକ୍ରିଏସନ କରାଇଛି । ତଦନ୍ତ ଜାରି ରହିଥିବା ବେଳେ ବିରୋଧୀ କ୍ରମାଗତ ଭାବେ ଏଥିରେ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଅଭିଯୋଗ କରି ଘଟଣାକୁ ଚାପିବା ଲାଗି ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.