ETV Bharat / state

ବିଜେପିର ଅଭିଯୋଗ ସତ୍ୟ ପ୍ରମାଣିତ କଲା ବିଜେଡି: ପୃଥ୍ବୀରାଜ ରହିଚନ୍ଦନ - ଝାରସୁଗୁଡା

ଆଜି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ‘‘ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କିଛି ଲୋକଙ୍କ ନାଁ ନେଇ ଅଭିଯୋଗ କରିଥିଲେ । ସେହି ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଥିଲେ । କିନ୍ତୁ ବିଜେଡି ବିରୋଧୀ ଦଳ ନେତାଙ୍କୁ ବ୍ୟକ୍ତିଗତସ୍ତରକୁ ଯାଇ ସମାଲୋଚନା କଲା । ହେଲେ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଦାୟିତ୍ବ ଦେଇଥିବା ନେତାଙ୍କ ମଧ୍ୟରେ ସେହି ନେତା ନାହାନ୍ତି । ଅଧିକ ପଢନ୍ତୁ

ବିଜେପିର ଅଭିଯୋଗ ସତ୍ୟ ପ୍ରମାଣିତ କଲା ବିଜେଡି: ପୃଥ୍ବୀରାଜ ରହିଚନ୍ଦନ

author img

By

Published : Apr 8, 2023, 8:24 PM IST

ବିଜେପିର ଅଭିଯୋଗ ସତ୍ୟ ପ୍ରମାଣିତ କଲା ବିଜେଡି: ପୃଥ୍ବୀରାଜ ରହିଚନ୍ଦନ

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ଓ ଝାରସୁଗୁଡା ଉପନିର୍ବାଚନକୁ ନେଇ ଆଜି ପୁଣି ଥରେ ବିଜେଡିକୁ ଆକ୍ରମଣ କରିଛି ବିଜେପି । ବିଜେପି କହିଛି ପଶ୍ଚିମ ଓଡିଶାର ଜଣେ ପ୍ରଭାବଶାଳୀ ନେତାଙ୍କୁ ଝାରସୁଗୁଡା ଉପନିର୍ବାଚନରୁ ଦୂରେଇ ରଖାଯାଇଛି । ନବ ଦାସ ହତ୍ୟାକାଣ୍ଡରେ ସେହି ନେତାଙ୍କ ସମ୍ପୃକ୍ତି ଅଭିଯୋଗ ରହିଛି । ବିଜେପି କରିଥିବା ଅଭିଯୋଗର ବିଜେଡି ପ୍ରମାଣିତ କରି ନିର୍ଦ୍ଦିଷ୍ଟ ସେହି ନେତାଙ୍କୁ ପୁରା ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିଛି । ଅର୍ଥାତ ବିଜେଡି ପ୍ରମାଣିତ କରିଦେଇଛି ଯେ ସେହି ନେତାଙ୍କ ସମ୍ପୃକ୍ତି ରହିଛି ।

ଆଜି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘‘ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କିଛି ଲୋକଙ୍କ ନାଁ ନେଇ ଅଭିଯୋଗ କରିଥିଲେ । ସେହି ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଥିଲେ । କିନ୍ତୁ ବିଜେଡି ବିରୋଧୀ ଦଳ ନେତାଙ୍କୁ ବ୍ୟକ୍ତିଗତସ୍ତରକୁ ଯାଇ ସମାଲୋଚନା କଲା । ହେଲେ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଦାୟିତ୍ବ ଦେଇଥିବା ନେତାଙ୍କ ମଧ୍ୟରେ ସେହି ନେତା ନାହାଁନ୍ତି... ନବ ଦାସ ହତ୍ୟାକାଣ୍ଡରେ ଯାହାଙ୍କ ଅଭିଯୋଗ ରହିଛି ବୋଲି ବିରୋଧୀ ଦଳନେତା ଅଭିଯୋଗ କରିଥିଲେ ।’’ ଅର୍ଥାତ ବିଜେଡି ପ୍ରମାଣିତ କରିଦେଲା ଯେ ବିରୋଧୀଙ୍କ ଅଭିଯୋଗ ସତ୍ୟ ।

ପୃଥ୍ବୀରାଜ ଆହୁରି କହିଛନ୍ତି ନବ ଦାସ ହତ୍ୟାକାଣ୍ଡରେ ସେହି ନେତାଙ୍କ ସମ୍ପୃକ୍ତି ଥିବା କାରଣରୁ ନବ ଦାସଙ୍କ ସମର୍ଥକ ମାନଙ୍କର କ୍ରୋଧ ଅଛି । ଆଉ ସେହି କ୍ରୋଧରୁ ପାର୍ଟିକୁ ବଞ୍ଚାଇବା ପାଇଁ ବିଜେଡ଼ି ଚେଷ୍ଟା କରୁଛି । ତେଣୁ ସେ ନେତାଙ୍କୁ ନିର୍ବାଚନରୁ ଦୂରେଇ ରଖାଯାଇଛି । ଏହା ଦ୍ବାରା ଲୋକେ ଭୁଲି ଯିବେ ବୋଲି ଆଶା ରଖି ବିଜେଡ଼ି । ହତ୍ୟାକାଣ୍ଡରେ ବହୁତ ଲୋକ ସମ୍ପୃକ୍ତ ଅଛନ୍ତି । ତଦନ୍ତ ଚାଲିଥିବାରୁ ନାଁ ନେବା ଠିକ ହେବ ନାହିଁ । କିନ୍ତୁ ଓଡିଶାବାସୀ ସବୁ ଜାଣିଛନ୍ତି । ଆଉ ଏକ ଦିଗ ହେଲା ନବ ଦାସଙ୍କ ଦଶାହ କାର୍ଯ୍ୟରୁ ମଧ୍ୟ କିଛି ଲୋକଙ୍କୁ ଦୂରେଇ ରଖିଥିଲା ବିଜେଡ଼ି । ଦ୍ବିତୀୟ ଦିଗ ହେଲା ଅତୀତରେ ପଶ୍ଚିମ ଓଡିଶାରେ ଯେତେ ନିର୍ବାଚନ ହେଉଥିଲା ସେହି ନେତାଙ୍କୁ ଦାୟିତ୍ୱ ଦେଉଥିଲା ଦଳ ।

କିଛି ଦିନ ତଳେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଯାହା କହିଥିଲେ, ବିଜେଡ଼ି ସେହି କଥାକୁ ଅଫିସିଆଲି ପ୍ରମାଣିତ କରିଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ଦଳର ନେତା ମାନଙ୍କର ସମ୍ପୃକ୍ତି ଅଛି ବୋଲି ବିରୋଧୀ ଦଳ ନେତା ଆରୋପ କରିଥିଲେ । ଯେଉଁ ମାନଙ୍କ ନାଁ ଜୟ ନାରାୟଣ ଉପସ୍ଥାପନ କରିଥିଲେ, ସେହି ଲୋକ ମାନଙ୍କୁ ଝାରସୁଗୁଡା ଉପନିର୍ବାଚନରୁ ଦୂରେଇ ରଖାଯାଇଛି । ଏହାର ଅର୍ଥ ହେଲା ନବ ଦାସଙ୍କ ହତ୍ୟାକୁ ନେଇ ନବ ଦାସଙ୍କ ସମର୍ଥକ ମାନଙ୍କର ବିଜେଡ଼ି ନେତାଙ୍କ ଉପରେ ଯେଉଁ କ୍ରୋଧ ଅଛି । ସେ କ୍ରୋଧରୁ କେମିତି ବର୍ତ୍ତିବେ, ସେଥିପାଇଁ ଆପ୍ରାଣ ଚେଷ୍ଟା କରୁଛି ବିଜେଡ଼ି । ବିରୋଧୀ ଦଳ ନେତା ନବ ଦାସଙ୍କ ହତ୍ୟାରେ ଯେଉଁ ନେତା ମାନଙ୍କ ସମ୍ପୃକ୍ତି କଥା କହିଥିଲେ, ସେହି ନେତାଙ୍କ ନାଁ ପର୍ଯ୍ୟବେକ୍ଷକ ତାଲିକାରୁ ହଟାଇ ଦେଇଛି ବିଜେଡ଼ି ।

ତଦନ୍ତ ଯେଉଁ ରାସ୍ତାରେ ଯିବା କଥା ଯାଉନାହିଁ । ନବ ଦାସ ହତ୍ୟାକାଣ୍ଡ ତଦନ୍ତକୁ ବାଟବଣା କରିବା ସହ ଭ୍ରମିତ କରିବାର ପ୍ରକ୍ରିୟାକୁ ସରକାରୀ ସ୍ତରରେ ବି ଉଦ୍ୟମ ଜାରି ରହିଛି । ଦଳ ଭିତରେ ଜଣେ ନେତାଙ୍କ ସହ ଅନ୍ୟ ଜଣେ ନେତାଙ୍କର ବିବାଦ ଥାଏ । କିନ୍ତୁ ସେ ବିବାଦ ତ ହତ୍ୟାକାଣ୍ଡ ଯାଏଁ ଯିବ ନାହିଁ ।

ସେହିପରି ଝାରସୁଗୁଡା ଉପନିର୍ବାଚନକୁ ନେଇ ଦଳୀୟ ପ୍ରସ୍ତୁତି ଓ ପ୍ରାର୍ଥୀ ସମ୍ପର୍କରେ ପୃଥ୍ବୀରାଜ କହିଛନ୍ତି ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା ହୋଇଯିବ । କେଉଁ ନେତା କେଉଁ ବ୍ଲକ ଦାୟିତ୍ବରେ ରହିବେ ତାହା ନିଷ୍ପତ୍ତି ହୋଇସାରିଛି । ପ୍ରାର୍ଥୀ ଘୋଷଣା ହେଲେ ବିଜେପି ଦାୟିତ୍ବ ନେଇଥିବା ନେତାଙ୍କ ନାଁ ବି ଘୋଷଣା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.