ETV Bharat / state

ଧାନ କିଣା ଓ ଚାଉଳ କାଟ ପ୍ରସଙ୍ଗ: କେନ୍ଦ୍ର ବିରୋଧରେ ବିଜେଡିର ଆନ୍ଦୋଳନ, ରାଜ୍ୟପାଳଙ୍କୁ ଦାବିପତ୍ର

author img

By

Published : Feb 15, 2023, 7:13 AM IST

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରି ଗରିବ ଲୋକଙ୍କ ୫ କେଜି ଚାଉଳ ବନ୍ଦ କରିବା ବିରୋଧରେ ଭୁବନେଶ୍ବରରେ ଆନ୍ଦୋଳନ କରିଛି ବିଜେଡି । ଏହାପରେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି ବିଜେଡି ନେତା । ଅଧିକ ପଢ଼ନ୍ତୁ

କେନ୍ଦ୍ର ବିରୋଧରେ ବିଜେଡିର ଆନ୍ଦୋଳନ
କେନ୍ଦ୍ର ବିରୋଧରେ ବିଜେଡିର ଆନ୍ଦୋଳନ

କେନ୍ଦ୍ର ବିରୋଧରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରାକର ଗରିବ ଲୋକଙ୍କର ୫ କେଜି ଚାଉଳ ବନ୍ଦ କରିଦେବା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ । ଆଜିଠାରୁ ୩ ଦିନିଆ ରାଜ୍ୟବ୍ୟାପୀ ଗଣ ଆନ୍ଦୋଳନ ଆରମ୍ଭ କରିଛି ବିଜେଡି । ରାଜଭବନ ଆଗରେ ବିକ୍ଷୋଭ ଓ ଆନ୍ଦୋଳନ କରିଛି ଦଳ । ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ରଙ୍କ ତତ୍ତ୍ବାବଧାନରେ ଓ ଦୁଇ ସମ୍ପାଦକଙ୍କ ନେତୃତ୍ବରେ ଆନ୍ଦୋଳନ କରିଛି ବିଜେଡି । ଏହାପରେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି ବିଜେଡି ନେତା ।

ବିଜେଡି ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାରଙ୍କର ଚାଷି ମାରଣ ନୀତି ଜାରି ରହିଛି । ଚଳିତ ବଜେଟରେ ଧାନ କ୍ରୟ ଲାଗି କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କା କମ ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନୀତି ଦ୍ବାରା ଓଡ଼ିଶା କ୍ଷତିଗ୍ରସ୍ତ ହେବ । କେନ୍ଦ୍ର ଉସୁନା ଚାଉଳ ଉଠାଇବା ପରିମାଣ ମଧ୍ୟ କମାଇ ଦେଇଛି । ଏହାଦ୍ବାରା ଓଡ଼ିଶାର ଚାଷିକୁଳ କ୍ଷତିଗ୍ରସ୍ତ ଓ ଗୁରୁତର ଭାବେ ପ୍ରଭାବିତ ହେବେ । ପୂର୍ବରୁ ଓଡ଼ିଶାରୁ କେନ୍ଦ୍ର ୧୮ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଉଥିବାବେଳେ ବର୍ତ୍ତମାନ ଉସୁନା ଚାଉଳ ଉଠାଇବା ବରାଦକୁ ୪ ଲକ୍ଷ ମେଟ୍ରିକ ଟନକୁ କମାଇ ଦିଆଯାଇଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିଛି । ଫଳରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧୀନରେ ମିଳୁଥିବା ଅତିରିକ୍ତ ୫ କିଲୋଗ୍ରାମ ମାଗଣା ଚାଉଳ ବନ୍ଦ ହୋଇଯାଇଛି । ୫ କେଜି ଚାଉଳ କାଟିଦେବା ଫଳରେ ଓଡିଶାରେ ୩ କୋଟି ୨୫ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହେବେ । ଏହି ଯୋଜନା ବନ୍ଦ ହେତୁ ଧାନ କ୍ରୟ ମଧ୍ୟ କ୍ଷତିଗ୍ରସ୍ତ ହେବ । କୃଷକମାନେ ଏମଏସପିରୁ ବଞ୍ଚିତ ହେବେ । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ୧୪ ହଜାର କୋଟି ଟଙ୍କା କେନ୍ଦ୍ର ଦେଉନଥିବା ବିଜେଡି ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି ।

ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ତତ୍ତ୍ବାବଧାନରେ ଏବଂ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ହେଡ୍‌କ୍ବାର୍ଟର ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ବରେ ମଙ୍ଗଳବାର ଆନ୍ଦୋଳନ କରିଛି ଦଳ । ଆନ୍ଦୋଳନରେ ଭୁବନେଶ୍ବରର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ, ବରିଷ୍ଠ ବିଧାୟକ ଅରୁଣ ସାହୁ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ଛାତ୍ର ବିଜେଡି ସଭାପତି ଦେବୀ ତ୍ରିପାଠୀ, ପିପିଲି ବିଧାୟକ ରୁଦ୍ର ମହାରଥୀ, ଅରୁପ ପଟ୍ଟନାୟକ, ଜିତୁ ମିତ୍ର, ଚିନ୍ମୟ ସାହୁ, ଲୋରା ମହାପାତ୍ର, ମୀରା ପରିଡା, ଇପ୍ସିତା ସାହୁ ପ୍ରମୁଖ ସାମିଲ ଥିଲେ । ପରବର୍ତ୍ତୀ ସମୟରେ ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.