ETV Bharat / state

ବିଜେପିର ବିଜୁଳି ବିଭ୍ରାଟ ଆନ୍ଦୋଳନକୁ ଚେକ୍‌ ! ଗ୍ୟାସ ଦର ବୃଦ୍ଧି ନେଇ ବିଜେଡିର ପ୍ରତିବାଦ

author img

By

Published : Jun 14, 2023, 8:50 PM IST

ଅଘୋଷିତ ବିଜୁଳି କାଟ୍‌କୁ ନେଇ ଆଜି ରାଜ୍ୟର ସମସ୍ତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ୨ ଦିନିଆ ଆନ୍ଦୋଳନକୁ ଓହ୍ଲାଇଛି । ସେପଟେ ବିଜେପିକୁ ଚେକ୍‌ ଦେବାପାଇଁ ବିଜେଡି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ଘେରାଓ କରିଥିଲା । ଅଧିକ ପଢ଼ନ୍ତୁ

ଗ୍ୟାସ ଦର ବୃଦ୍ଧି ନେଇ ବିଜେଡିର ପ୍ରତିବାଦ
ଗ୍ୟାସ ଦର ବୃଦ୍ଧି ନେଇ ବିଜେଡିର ପ୍ରତିବାଦ
ଗ୍ୟାସ ଦର ବୃଦ୍ଧି ନେଇ ବିଜେଡିର ପ୍ରତିବାଦ

ଭୁବନେଶ୍ବର: ଅଘୋଷିତ ବିଜୁଳି କାଟ୍‌କୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ବାରମ୍ବାର ଏନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଆଜି ରାଜ୍ୟରେ ଥିବା ସମସ୍ତ ଟାଟା ପାୱାର୍‌ ଅଫିସ ଆଗରେ ୨ ଦିନିଆ ଧାରଣା ଦେଇଛି ବିଜେପି । ସେପଟେ ବିଜେପିକୁ କାଉଣ୍ଟର କରିବା ପାଇଁ ଉଜ୍ବଳା ଯୋଜନାରେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଶାସକ ବିଜେଡି ରାଜଭବନ ସମ୍ମୁଖରେ ଧାରଣା ଦେଇଛି । ପରେ ବିଜେଡିର ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି । ତେବେ ଯଦି ଗ୍ୟାସ ଦର ନକମିବ, ଆଗକୁ ସବୁ ଜିଲ୍ଲାରେ ଏହାର ତୀବ୍ର ବିରୋଧ କରାଯିବ ବୋଲି ବିଜେଡି କହିଛି ।

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି । ଦଳର ଅନେକ ବରିଷ୍ଠ ବିଧାୟକ ଓ ନେତା ବିଶେଷ କରି ଆଗ ଧାଡ଼ିର ମହିଳା ନେତ୍ରୀ ମାନେ ଧାରଣା ଦେବା ସହିତ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି । କେନ୍ଦ୍ର ସରକାର ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀରେ ଅହେତୁକ ଦରଦାମ ବୃଦ୍ଧି କରୁଛନ୍ତି । ଏଲ୍‌ପିଜି ଦର ୨୦୨୪ରେ ଯାହାଥିଲା, ଏବେ ତାହା ୩ ଗୁଣା ବଢିଛି ବୋଲି ଅଭିଯୋଗ କରିଛି ବିଜେଡି । ଉଜ୍ବଳା ଯୋଜନାରେ ମିଳିଥିବା ଗ୍ୟାସ ସିଲିଣ୍ଡର ରିଫିଲିଂ ହେଉନି । ତେବେ ଗ୍ୟାସ ଦର କମାଇବା ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି ବିଜେଡି ।

ଆଜିର ଦିନରେ ମାଆ ମାନେ ଘରେ ପିଠାପଣା କରି ଆନନ୍ଦ ଉଲ୍ଲାସର ସହ ରଜ ପର୍ବ ପାଳନ କରନ୍ତି । ହେଲେ ଗ୍ୟାସ ଦର ଆକାଶ ଛୁଆଁ ହେବାରୁ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି । ଫଳରେ ଗ୍ୟାସ ବ୍ୟବହାର କରିବା କଷ୍ଟକର ହୋଇପଡ଼ିଛି । ତେଣୁ ଅନେକ ଲୋକ ଗ୍ୟାସ ବ୍ୟବହାର ବନ୍ଦ କରିଦେଲେଣି । ଏପରିକି ଉଜ୍ବଳା ଅଧିନରେ ଦ୍ବିତୀୟ ଥର ରିଫିଲ ହେଉନାହିଁ । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ସେପଟେ ରାଜ୍ୟରେ ବିଜୁଳି ବିଭାଗର ଅପାରଗତାକୁ ନେଇ ବିଜେପି ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇଛି । ରାଜ୍ୟର ସମସ୍ତ ଟାଟା ପାୱାର୍‌ ଅଫିସ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରୁଛି ବିଜେପି । ଅନ୍ୟପଟେ କଂଗ୍ରେସ ମଧ୍ୟ ଆସନ୍ତା ୧୯ରେ ଧାରଣା ଦେବ ବୋଲି ପ୍ରସ୍ତୁତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.